Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 45
________________ ପ୍ରତିକ୍ରମଣ କହିବ ଯେ ପରେ ପ୍ରତିକ୍ରମଣ କରିବ । ଏହି ପ୍ରତିକ୍ରମଣ ଦ୍ଵାରା ସାମ୍ନାବାଲା ଉପରେ ପ୍ରଭାବ ପଡ଼େ ଏବଂ ସେ ପଇସା ଫେରାଇ ଦିଏ । ସାମ୍ନାବାଲା ଭିତରେ ଏପରି ସଦ୍‌ବୁଦ୍ଧି ଉତ୍ପନ୍ନ ହୋଇଯାଏ । ପ୍ରତିକ୍ରମଣ ଦ୍ବାରା ଏହିପରି ସକାରାତ୍ମକ ପ୍ରଭାବ ହୁଏ । ତେବେ ଲୋକେ ଘରକୁ ଯାଇ ଯଦି ଉଧାରିବାଲାକୁ ଗାଳି ଦେବେ ତେବେ ତାହାର ଓଲଟା ପ୍ରଭାବ ହୁଏ ନା ନାହିଁ ? ଲୋକେ ଓଲଟା ଆହୁରି ଅଧ‌ିକ ଜଟିଳ କରିଦିଅନ୍ତି । ପୁରା ଜଗତ ଇଫେକ୍ଟିଭ୍ ଅଟେ । ପ୍ରଶ୍ନକର୍ତ୍ତା : ଆମେ କେଉଁ ମହାଜନଙ୍କ ପ୍ରତିକ୍ରମଣ କରିବୁ, ତେବେ ମଧ୍ୟ ସେ ପଇସା ତ ମାଗିବ ନା ? ୩୩ ଦାଦାଶ୍ରୀ : ମାଗିବା ଏବଂ ନ ମାଗିବାର ପ୍ରଶ୍ନ ହିଁ ନାହିଁ, ରାଗ୍-ଦ୍ବେଷ ନ ହେବା ଉଚିତ । ଉଧାର ତ କଦାଚିତ ବାକି ରହି ଯାଇ ବି ପାରେ ! କେହି କହେ, ‘ମୋତେ ଧର୍ମ ଦରକାର ନାହିଁ । ଭୌତିକ ସୁଖ ଦରକାର ।’ ତା’କୁ ମୁଁ କହିବି, ‘ ପ୍ରାମାଣିକ ରହିବୁ, ନୀତିର ପାଳନ କରିବୁ ।’ ମନ୍ଦିର ଯିବାକୁ କହିବି ନାହିଁ । ଅନ୍ୟଙ୍କୁ ତୁ ଦେଉଛୁ, ତାହା ଦେବଧର୍ମ ଅଟେ । କିନ୍ତୁ ଅନ୍ୟର, ଅଣହକ୍ଟର (ବିନା ହକ୍ଟର) ନିଏ ନାହିଁ, ତାହା ମାନବ ଧର୍ମ । ଅର୍ଥାତ ପ୍ରାମାଣିକତା, ତାହା ସବୁଠାରୁ ବଡ଼ ଧର୍ମ । ‘ଡିସ୍‌ଅନେସ୍କୋ ଇଜ୍ ଦ ବେସ୍ଟ ଫୁଲିଶନେସ୍ ! ! !” ଅନେସ୍କୋ ହେଉ ନାହିଁ, ତେବେ କ’ଣ ସମୁଦ୍ରରେ ଡ଼େଇଁ ପଡ଼ିବି ? ମୋ ‘ଦାଦାଜୀ’ ଶିଖାନ୍ତି ଯେ ଯଦି ଡିସଅନେସ୍କୋ ହୋଇଯାଅ ତେବେ ପ୍ରତିକ୍ରମଣ କର । ତୁମର ଆସନ୍ତାଜନ୍ମ ଉଜ୍ଜ୍ବଳ ହୋଇଯିବ । ଡିସଅନେସ୍ଟିକୁ ଡିସଅନେସ୍ଟ୍ରି ବୁଝ ଏବଂ ତାହାର ପ୍ରତିକ୍ରମଣ କର । ଏତିକି ନିଶ୍ଚିତ ଯେ ପ୍ରତିକ୍ରମଣ କରିବାବାଲା ବ୍ୟକ୍ତି ଅନେସ୍ଟ ଅଟେ । ଯଦି ଭାଗୀଦାର ସହ ମତଭେଦ ହୋଇଯାଏ, ତେବେ ତୁରନ୍ତ ତୁମକୁ ଜଣା ପଡ଼ିଯିବ ଯେ, ‘ଏହା ଆବଶ୍ୟକତା ଠାରୁ ଅଧିକ କହିଦେଲି’, ସେଥ‌ିପାଇଁ ତୁରନ୍ତ ତା’ନାମର ପ୍ରତିକ୍ରମଣ କରିନେବ । ଆମ ପ୍ରତିକ୍ରମଣ କ୍ୟାଶ୍ ପେମେଣ୍ଟ (ନଗଦ) ହେବା ଉଚିତ । ଏହି ବ୍ୟାଙ୍କ ବି କ୍ୟାଶ୍ କୁହାଯାଏ ଏବଂ ପେମେଣ୍ଟ ବି କ୍ୟାଶ୍ କୁହାଯାଏ । ଅଫିସରେ ପରମିଟ୍ ନେବାକୁ ଗଲେ, କିନ୍ତୁ ସାହେବ ନା କହିଦେଲେ ସେତେବେଳେ ମନରେ ହେବ ଯେ, ‘ସାହେବ ଅଯୋଗ୍ୟ ଅଟନ୍ତି, ଏମିତି ଅଟନ୍ତି ସେମିତି ଅଟନ୍ତି ।’ ଏବେ ଏହାର ଫଳ କ’ଣ ଆସିବ, ତାହା ତୁମକୁ ଜଣା ନାହିଁ । ସେଥ‌ିପାଇଁ ଏହି ଭାବ ବଦଳାଇ ଦେବ, ପ୍ରତିକ୍ରମଣ କରିନେବ । ଏହାକୁ ମୁଁ ଜାଗୃତି କହେ ।

Loading...

Page Navigation
1 ... 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112