Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 94
________________ ୮୨ ପ୍ରତିକ୍ରମଣ ଦାଦାଶ୍ରୀ : ମାଲିକି ଭାବର ପ୍ରତ୍ୟାଖ୍ୟାନ ହୁଏ ଏବଂ ଦୋଷର ପ୍ରତିକ୍ରମଣ ହୁଏ । । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରିବା ସତ୍ତ୍ୱେ ବି ଯଦି ବାରମ୍ବାର ସେ ଦୋଷ ମନେ ପଡ଼େ ତେବେ କ’ଣ ତାହାର ଅର୍ଥ ଏହା ଯେ, ସେଥିରୁ ଏବେ ବି ମୁକ୍ତ ହୋଇନାହୁଁ ? । ଦାଦାଶ୍ରୀ : ଏ ପିଆଜର ଏକ ପରସ୍ତ ବାହାରି ଯାଏ ତେବେ ଦ୍ବିତୀୟ ପରସ୍ତ ଆପେ ଆପେ ଆସି ଉଭା ରହିବ । ସେହିପରି ଅନେକ ପରସ୍ତବାଲା ଅଟେ ଏ ଦୋଷ । ସେଥିପାଇଁ ଏକ ପ୍ରତିକ୍ରମଣ କରିବା ଦ୍ଵାରା ଏକ ପରସ୍ତ ହଟିବ, ଏପରି କରି-କରି ଶହେ ପ୍ରତିକ୍ରମଣ କରିବା ପରେ ସେ ଦୋଷ ଖତମ ହେବ । କିଛି ଦୋଷର ପାଞ୍ଚଥର ପ୍ରତିକ୍ରମଣ କରିବା ତେବେ ତାହା ଖତମ ହୁଏ, କିଛି ର ଦଶ ଏବଂ କିଛିର ଶହେ ହୁଏ, ତା’ର ଯେତିକି ପରସ୍ତ ଥାଏ ସେତିକି ପ୍ରତିକ୍ରମଣ ହୁଏ । ଲମ୍ବା ଚାଲିଲା ଅର୍ଥାତ ଲମ୍ବା ଦୋଷ ଅଟେ । । ପ୍ରଶ୍ନକର୍ତ୍ତା : ଯାହା ମନେ ପଡ଼େ, ତାହାର ପ୍ରତିକ୍ରମଣ କରିବା ଉଚିତ ଏବଂ ଯାହାର ଇଚ୍ଛା ହୁଏ ତାହାର ପ୍ରତ୍ୟାଖ୍ୟାନ କରିବା ଉଚିତ । ଏହା ଟିକିଏ ବୁଝାନ୍ତୁ । ଦାଦାଶ୍ରୀ : ଯେବେ ମନେ ପଡ଼େ ତେବେ ବୁଝିବ ଯେ ଏଠାରେ ବେଶୀ ଗାଢ଼ ଅଛି ତେବେ ସେଠାରେ ପ୍ରତିକ୍ରମଣ କରିଚାଲିବା ତେବେ ସବୁ ଚାଲିଯିବ । ପ୍ରଶ୍ନକର୍ତ୍ତା : ତାହା ଯେତେଥର ମନେ ପଡ଼େ ସେତେଥର କରିବାର ଅଛି ? ଦାଦାଶ୍ରୀ : ହଁ, ସେତେଥର କରିବାର ଅଛି । ଆମେ କରିବାର ଭାବ ରଖୁବା । ଏପରି ଅଟେ ଯେ, ମନେ ପଡ଼ିବା ପାଇଁ ସମୟ ତ ଦରକାର ନା ! ରାତିରେ କ’ଣ କିଛି ମନେ ପଡ଼େ ? ପ୍ରଶ୍ନକର୍ତ୍ତା : ତାହା ତ ଯଦି କିଛି ସଂଯୋଗ ଥିବ ତେବେ । ଦାଦାଶ୍ରୀ : ହଁ, ସଂଯୋଗ କାରଣରୁ । ପ୍ରଶ୍ନକର୍ତ୍ତା : ଆଉ ଇଚ୍ଛା ହେବ ତେବେ ? ଦାଦାଶ୍ରୀ : ଇଚ୍ଛା ହେବା ଅର୍ଥାତ ସ୍ଥଳ ବୃଦ୍ଧି ହେବା । ପୂର୍ବରୁ ଆମେ ଯେଉଁ ଭାବ କରିଛେ, ସେହି ଭାବ ଯଦି ପୁଣି ସୃଷ୍ଟି ହୁଏ, ତେବେ ସେଠାରେ ପ୍ରତ୍ୟାଖ୍ୟାନ କରିବାର ଅଛି । ପ୍ରଶ୍ନକର୍ତ୍ତା : ସେତେବେଳେ ଆପଣ କହିଥିଲେ, ପ୍ରତ୍ୟେକଥର ଏପରି କହିବ

Loading...

Page Navigation
1 ... 92 93 94 95 96 97 98 99 100 101 102 103 104 105 106 107 108 109 110 111 112