Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 54
________________ ୪୨ ପ୍ରତିକ୍ରମଣ ଦେଖନ୍ତି, କିନ୍ତୁ ମନରେ ଯଦି କିଞ୍ଚମାତ୍ର ବି ଦୋଷ ଦେଖନ୍ତି ତେବେ ତାହା ସୂକ୍ଷ୍ମତର ଘର୍ଷଣ ଅଟେ | ପ୍ରଶ୍ନକର୍ତ୍ତା : ଆଉଥରେ କୁହନ୍ତୁ, ଠିକରେ ବୁଝି ହେଲାନାହିଁ । ଦାଦାଶ୍ରୀ : ଏ ଯେଉଁ ତୁମେ ସବୁଲୋକଙ୍କର ଦୋଷ ଦେଖୁଛ ନା ! ତାହା ସୂକ୍ଷ୍ମତର ଘର୍ଷଣ । ପ୍ରଶ୍ନକର୍ତ୍ତା : ଅର୍ଥାତ ଅନ୍ୟର ଦୋଷ ଦେଖିବା, ତାହା ସୂକ୍ଷ୍ମତର ଘର୍ଷଣ ? ଦାଦାଶ୍ରୀ : ଏପରି ନୁହେଁ, ନିଜେ ସ୍ଥିର କରିଥବ ଯେ ଅନ୍ୟର ଦୋଷ ଦେଖୁବାର ହିଁ ନାହିଁ ଆଉ ତଥାପି ଦୋଷ ଦେଖାଯାଏ, ତେବେ ତାହା ସୂକ୍ଷ୍ମତର ଘର୍ଷଣ । ଏପରି ଦୋଷ ତୁମକୁ ଜଣା ପଡ଼ିବା ଉଚିତ, କାରଣ ସେ ତ ଶୁଦ୍ଧାତ୍ମା ଅଟେ, ତଥାପି ତା’ର ଦୋଷ ଦେଖୁଛ ? ପ୍ରଶ୍ନକର୍ତ୍ତା : ତେବେ ସେ ଯେଉଁ ମାନସିକ ଘର୍ଷଣ କହିଲେ ତାହା କ’ଣ ? ଫରକ ? ଦାଦାଶ୍ରୀ : ସେ ସବୁ ତ ସୂକ୍ଷ୍ମରେ ଗଲା । ପ୍ରଶ୍ନକର୍ତ୍ତା : ତେବେ ଏହି ଦୁହିଁଙ୍କ(ସୂକ୍ଷ୍ମ ଏବଂ ସୂକ୍ଷ୍ମତର) ମଧ୍ୟରେ କ’ଣ ଦାଦାଶ୍ରୀ : ଏହା ତ ମନଠାରୁ ବି ଉପରର କଥା । ପ୍ରଶ୍ନକର୍ତ୍ତା : ମାନସିକ ଘର୍ଷଣ ଏବଂ ଯେଉଁ ଦୋଷ... ଦାଦାଶ୍ରୀ : ତାହା ମାନସିକ ନୁହେଁ । ପ୍ରଶ୍ନକର୍ତ୍ତା : ଅର୍ଥାତ ଏହି ସୂକ୍ଷ୍ମତର ଘର୍ଷଣ ହୁଏ, ସେହି ସମୟରେ ସୂକ୍ଷ୍ମ ଘର୍ଷଣ ମଧ୍ଯ ସାଥୀରେ ଥାଏ ନା ? ଦାଦାଶ୍ରୀ : ତାହା ଆମକୁ ଦେଖ‌ିବାର ନାହିଁ ! ସୂକ୍ଷ୍ମ ଅଲଗା ଥାଏ ଏବଂ ସୂକ୍ଷ୍ମତର ଅଲଗା ଥାଏ । ସୂକ୍ଷ୍ମତର ମାନେ ତ ଅନ୍ତିମ କଥା । ପ୍ରଶ୍ନକର୍ତ୍ତା : ଥରେ ସଙ୍ଗରେ ହିଁ ଏପରି କହିଥିଲେ ଯେ ଚନ୍ଦୁଭାଇଙ୍କ ସହିତ ତନ୍ମୟାକାର ହେବା, ତାହା ସୂକ୍ଷ୍ମତମ ଘର୍ଷଣ କୁହାଯାଏ । ଦାଦାଶ୍ରୀ : ହଁ, ସୂକ୍ଷ୍ମତମ ଘର୍ଷଣ ! ତାହାକୁ ଟାଳିବ । ଭୁଲରେ ବି ତନ୍ମୟାକାର ହୋଇଯିବା ପରେ ପୁଣି ଜଣାପଡ଼େ ନା ଯେ, ଏହା ଭୁଲ ହୋଇଗଲା ।

Loading...

Page Navigation
1 ... 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112