SearchBrowseAboutContactDonate
Page Preview
Page 32
Loading...
Download File
Download File
Page Text
________________ ସେବା-ପରୋପକାର ୨୫ ଲକ୍ଷ୍ମୀ ଦରକାର ନାହିଁ ? ! ତେବେ ଠିକ ଅଛି ! ଏ ଫ୍ରି ଅଫ୍ କଷ୍ଟ୍ ମିଳେ, ତାହା କେତେ ଭଲ ! ଏଣୁ ସେବାଭାବ ସ୍ଥିର କର, ମନୁଷ୍ୟ ମାତ୍ରର ସେବା । କାହିଁକିନା ‘ ଆମେ ଡାକ୍ତରଖାନା ଖୋଲିଲେ’ ଅର୍ଥାତ ଆମେ ଯେଉଁ ବିଦ୍ୟା ଜାଣିଛେ, ସେହି ବିଦ୍ୟା ସେବାଭାବରେ ଉପଯୋଗ କରିବା, ଏହା ହିଁ ଆମର ହେତୁ ହେବା ଉଚିତ । ତାହାର ଫଳ ସ୍ଵରୂପ ଅନ୍ୟ ଜିନିଷ ସବୁ ଫ୍ରି ଅଫ୍ କଷ୍ଟ୍ ମିଳି ଚାଲିବ ଆଉ ଲକ୍ଷ୍ମୀର ତ ପୁଣି କେବେ ଅଭାବ ହିଁ ରହିବ ନାହିଁ, ଆଉ ଯେଉଁମାନେ ଲକ୍ଷ୍ମୀ ପାଇଁ ହିଁ କରିବାକୁ ଗଲେ, ସେମାନଙ୍କୁ କ୍ଷତି ହେଲା । ହଁ, ଲକ୍ଷ୍ମୀ ପାଇଁ ହିଁ କାରଖାନା ତିଆରି କଲ ତେବେ ବାୟ ପ୍ରଡ଼କ୍ସ ତ ରହିଲା ନାହିଁ ନା ! କାହିଁକିନା ଲକ୍ଷ୍ମୀ ହିଁ ବାୟ ପ୍ରଡ଼କ୍ଟ ଅଟେ, ବାୟ ପ୍ରଡ଼କ୍ସନ ର! ଏଣୁ ଆମକୁ ପ୍ରଡ଼କ୍ସନ ସ୍ଥିର କରିବାର ଅଛି, ପୁଣି ବାୟ ପ୍ରଡ଼କ୍ସନ ଫ୍ରି ଅଫ୍ କଷ୍ଟ୍ ମିଳି ଚାଲିବ । ଜଗତ କଲ୍ୟାଣ, କେବଳ ଏହି ପ୍ରଡ଼କ୍ସନ ! 9 ଆତ୍ମା ପ୍ରାପ୍ତ କରିବା ପାଇଁ ଯାହା କରାଯାଏ, ତାହା ପ୍ରଡ଼କ୍ସନ ଅଟେ ଆଉ ତାହାର ପରିଣାମ ସ୍ୱରୂପ ବାୟ ପ୍ରଡ଼କ୍ସ ମିଳେ ଏବଂ ସଂସାରର ସବୁ ଆବଶ୍ୟକତା ପ୍ରାପ୍ତ ହୁଏ । ମୁଁ ମୋର ଗୋଟିଏ ହିଁ ପ୍ରକାରର ପ୍ରଡ଼କ୍ସନ ରଖେ, ‘ ଜଗତ ପରମ ଶାନ୍ତି ପ୍ରାପ୍ତ କରୁ ଏବଂ ଅନେକ ମୋକ୍ଷ ପ୍ରାପ୍ତ କରନ୍ତୁ।’ ଏହା ମୋର ପ୍ରଡ଼କ୍ସନ ଆଉ ତାହାର ବାୟ ପ୍ରଡ଼କ୍ସନ ମୋତେ ମିଳି ଚାଲେ । ଏ ଚା-ପାଣି ମୋତେ, ତୁମ ଅପେକ୍ଷା କିଛି ଅଲଗା ପ୍ରକାରର ମିଳୁଛି, ତାହାର କାରଣ କ’ଣ ? ତୁମ ତୁଳନାରେ ମୋ ପ୍ରଡ଼କ୍ସନ ଉଚ୍ଚ କୋଟୀର ଅଟେ । ଏହିଭଳି ତୁମର ପ୍ରଡ଼କ୍ସନ ଯଦି ଉଚ୍ଚ କୋଟୀର ହେବ, ତେବେ ବାୟ ପ୍ରଡ଼କ୍ସନ ମଧ୍ୟ ଉଚ୍ଚକୋଟୀର ଆସିବ । ପ୍ରତ୍ୟେକ କାର୍ଯ୍ୟର ହେତୁ ଥାଏ । ଯଦି ସେବାଭାବର ହେତୁ ହେବ, ତେବେ ଲକ୍ଷ୍ମୀ ‘ବାୟ ପ୍ରଡ଼କ୍ଟ’ରେ ମିଳିବ ନିଶ୍ଚୟ । ସେବା ପରୋକ୍ଷ ରୂପେ ଭଗବାନଙ୍କର ଅନ୍ୟ ସବୁ ପ୍ରଡ଼କ୍ସନ ବାୟ ପ୍ରଡ଼କ୍ଟ ଅଟେ । ସେଥୁରେ ତୁମ ଆବଶ୍ୟକତାର
SR No.034325
Book TitleRight Understanding To Help Others Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages48
LanguageOriya
ClassificationBook_Other
File Size20 MB
Copyright © Jain Education International. All rights reserved. | Privacy Policy