SearchBrowseAboutContactDonate
Page Preview
Page 33
Loading...
Download File
Download File
Page Text
________________ ୨୬ ସେବା-ପରୋପକାର ସବୁ ଜିନିଷ ମିଳିଚାଲେ ଆଉ ସେସବୁ ଇଜୀଲୀ( ସହଜରେ) ମିଳେ । ଦେଖ ନା, ଏ ପ୍ରଡ଼କ୍ସନ ପଇସାର କଲେ, ସେଥିପାଇଁ ଆଜି ପଇସା ଇଜୀଲୀ ମିଳୁ ନାହିଁ । ଧୀଦୌଡ଼, ହଡ଼ବଡ଼ ହଡ଼ବଡ଼ ହୋଇ ବୁଲୁଛନ୍ତି ଆଉ ମୁହଁରେ ଏରଣ୍ଡି ତେଲ ଚିପୁଡ଼ି ବୁଲିବା ପରି ଦେଖା ଯାଉଛନ୍ତି । ଘରେ ସୁନ୍ଦର ଖାଇବା-ପିଇବା ପାଇଁ ଅଛି, କେତେ ସୁବିଧା ଅଛି, ରାସ୍ତା କେତେ ଭଲ ଅଛି, ରାସ୍ତାରେ ଚାଲିଲେ ପାଦରେ ଧୂଳି ବି ଲାଗୁ ନାହିଁ ! ଏଣୁ ମନୁଷ୍ୟଙ୍କ ସେବା କର । ମନୁଷ୍ୟଙ୍କ ଭିତରେ ଭଗବାନ ବିରାଜମାନ ଅଛନ୍ତି । ଭଗବାନ ଭିତରେ ହିଁ ବସିଛନ୍ତି । ବାହାରେ ଭଗବାନ ଖୋଜିବା ପାଇଁ ଯିବା । ତେବେ ସେ ମିଳିବେ ଏପରି ନୁହେଁ । । ତୁମେ ମନୁଷ୍ୟଙ୍କ ଡାକ୍ତର ଅଟ, ଏଣୁ ତୁମକୁ ମନୁଷ୍ୟଙ୍କ ସେବା କରିବା ପାଇଁ କହୁଛି । ପଶୁ ଡାକ୍ତର ହୋଇଥିବେ, ତେବେ ତାଙ୍କୁ ପଶୁପକ୍ଷୀଙ୍କ ସେବା କରିବା ପାଇଁ କହିଥାନ୍ତି । ପଶୁପକ୍ଷୀଙ୍କ ଭିତରେ ମଧ୍ୟ ଭଗବାନ ବିରାଜମାନ ଅଛନ୍ତି, କିନ୍ତୁ ଏ ମନୁଷ୍ୟଙ୍କ ଠାରେ ଭଗବାନ ବିଶେଷ ପ୍ରକଟ ହୋଇଛନ୍ତି । ସେବା-ପରୋପକାରରୁ ଆଗରେ ମୋକ୍ଷମାର୍ଗ ପ୍ରଶ୍ନକର୍ତ୍ତା : ମୋକ୍ଷମାର୍ଗ, ସମାଜସେବାର ମାର୍ଗ ଠାରୁ ବଡ଼ କିପରି ? ଏହା ଟିକେ ବୁଝାନ୍ତୁ । । ଦାଦାଶ୍ରୀ : ସମାଜ ସେବକକୁ ଆମେ ଯଦି ପଚାରିବା ଯେ ତୁମେ କିଏ ? ତେବେ କୁହେ, ମୁଁ ସମାଜ ସେବକ ଅଟେ । କ’ଣ କୁହେ ? ଏହା ହିଁ କୁହେ ନା, ନା ଅଲଗା କିଛି କୁହେ ? | ପ୍ରଶ୍ନକର୍ତ୍ତା : ଏହା ହିଁ କୁହେ । । ଦାଦାଶ୍ରୀ : ଅର୍ଥାତ ‘ମୁଁ ସମାଜ ସେବକ ଅଟେ’ କହିବା, ତାହା ଇଗୋଇଜିମ୍ ଅଟେ ଆଉ ଏ ଭାଇକୁ ଯଦି କହିବି ଯେ, ‘ତୁମେ କିଏ ?” ତେବେ କହିବେ, ‘ବାହାରେ ପରିଚୟ ପାଇଁ ଚନ୍ଦୁଭାଇ ଆଉ ବାସ୍ତବରେ ତ ମୁଁ ଶୁଦ୍ଧମ୍ବା ଅଟେ ।’ ତେବେ ତାହା ବିନା ଇଗୋଇଜମ୍, ଓଦାଉଟ୍ ଇଗୋଇଜମ୍ । । ସମାଜସେବକର ଇଗୋ( ଅହଂକାର) ଭଲ କାର୍ଯ୍ୟ ପାଇଁ ଅଟେ, କିନ୍ତୁ ଅଟେ
SR No.034325
Book TitleRight Understanding To Help Others Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages48
LanguageOriya
ClassificationBook_Other
File Size20 MB
Copyright © Jain Education International. All rights reserved. | Privacy Policy