SearchBrowseAboutContactDonate
Page Preview
Page 31
Loading...
Download File
Download File
Page Text
________________ ୨୪ ସେବା-ପରୋପକାର ଦାଦାଶ୍ରୀ : ହଁ, ସେମାନେ ଅଧାରେ ଯିବା ନଜର ଆସୁ ନାହାନ୍ତି, କିନ୍ତୁ ସେ ଯେଉଁ ଅଧାମ୍ କରିଥିଲା, ତାହାର ଫଳ ଅଟେ ଏହା । । ପ୍ରଶ୍ନକର୍ତ୍ତା : ମାନେ, ଏହି ଜନ୍ମରେ ଅଧାମ୍ କରିବୁ, ତେବେ ପର ଜନ୍ମରେ ଭୌତିକ ସୁଖ ମିଳିବ ? ଦାଦାଶ୍ରୀ : ହଁ, ତାହାର ଫଳ ତୁମକୁ ପରଜନ୍ମରେ ମିଳିବ । ଫଳ ଦେଖା ଯାଉଛି ଆଜି, ଆଉ ଆଜି ଅଧାରେ ନ ଥାଇ ବି ପାରେ । । କାର୍ଯ୍ୟର ହେତୁ, ସେବା ନା ଲକ୍ଷ୍ମୀ ? ପ୍ରତ୍ୟେକ କାର୍ଯ୍ୟର ହେତୁ ଥାଏ ଯେ କେଉଁ ହେତୁ ସହ ଏ କାର୍ଯ୍ୟ କରା ଯାଉଛି । ସେଥିରେ ଯଦି ଉଚ୍ଚ ହେତୁ ରଖାଯାଏ, ଅର୍ଥାତ୍ କ’ଣ ଯେ ଏହି ଡାକ୍ତରଖାନା ଆରମ୍ଭ କରିବାର ଅଛି, ମାନେ ପେସେଣ୍ଟ କିପରି ସ୍ଵାସ୍ଥ୍ୟ ପ୍ରାପ୍ତ କରିବେ, କିପରି ସୁଖୀ ହେବେ, କିପରି ସେ ଲୋକେ ଆନନ୍ଦ ପାଇବେ, କିପରି ତା’ର ଜୀବନଶକ୍ତି ବଢ଼ିବ, ଏପରି ନିଜର ଉଚ୍ଚ ହେତୁ ରଖା ଯାଇଥିବ ଏବଂ ସେବା ଭାବରେ ହିଁ କାମ କରାଯାଏ, ତେବେ ତାହାର ବାୟ ପ୍ରଡ଼କ୍ସନ କ’ଣ ? ଲକ୍ଷ୍ମୀ ! ଏଣୁ ଲକ୍ଷ୍ମୀ ତାହା ବାୟ ପ୍ରଡ଼କ୍ଟ ଅଟେ, ତାହାକୁ ପ୍ରଡ଼କ୍ସନ ମାନ ନାହିଁ । ସାରା ସଂସାର ଲକ୍ଷ୍ମୀର ହିଁ ପ୍ରଡ଼କ୍ସନ କରୁଛି, ଏଥିପାଇଁ ପୁଣି ତା’କୁ ବାୟ ପ୍ରଡ଼କ୍ସନର ଲାଭ ମିଳେ ନାହିଁ ।। ଏଣୁ, କେବଳ ସେବାଭାବ ହିଁ ଯଦି ତୁମେ ସ୍ଥିର କରିବ ତେବେ ସେଥିରେ ବାୟ ପ୍ରଡ଼କ୍ସନରେ ଲକ୍ଷ୍ମୀ ତ ପୁଣି ଅଧୁକ ଆସେ । ଏଣୁ ଲକ୍ଷ୍ମୀକୁ ଯଦି ବାୟ ପ୍ରଡ଼କ୍ଟରେ ରହିବାକୁ ଦେବା ତେବେ ଲକ୍ଷ୍ମୀ ଅଧିକ ଆସେ, କିନ୍ତୁ ଏମାନେ ତ ଲକ୍ଷ୍ମୀର ହେତୁରେ ହିଁ ଲକ୍ଷ୍ମୀର ପ୍ରଡ଼କ୍ସନ କରନ୍ତି, ସେଥିପାଇଁ ଲକ୍ଷ୍ମୀ ଆସେ ନାହିଁ । ଏଣୁ ମୁଁ ତୁମକୁ ହେତୁ କହୁଅଛି ଯେ ଏହି ହେତୁ ରଖ, ‘ନିରନ୍ତର ସେବାଭାବ’, ତେବେ ବାୟ ପ୍ରଡ଼କ୍ଟ ଆପେ ଆପେ ହିଁ ଆସି ଚାଲିବ । ଯେପରି ବାୟ ପ୍ରଡ଼କ୍ଟରେ କିଛି ପରିଶ୍ରମ କରିବାକୁ ପଡ଼େ ନାହିଁ, ଖର୍ଚ୍ଚ କରିବାକୁ ପଡ଼େ ନାହିଁ, ତାହା ଫ୍ରି ଅଫ୍ କଷ୍ଟ ହୋଇଥାଏ, ସେହିପରି ଏହି ଲକ୍ଷ୍ମୀ ବି ଫ୍ରି ଅଫ୍ କଷ୍ଟ ମିଳିଥାଏ । ତୁମକୁ ଏପରି ଲକ୍ଷ୍ମୀ ଦରକାର ନା ଆନ୍ ଲକ୍ଷ୍ମୀ ଆବଶ୍ୟକତା ଠାରୁ ଅଧୁକ ପରିଶ୍ରମ କରି ଉପାର୍ଜିତ ଲକ୍ଷ୍ମୀ) ଦରକାର ? ଆନ୍
SR No.034325
Book TitleRight Understanding To Help Others Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages48
LanguageOriya
ClassificationBook_Other
File Size20 MB
Copyright © Jain Education International. All rights reserved. | Privacy Policy