SearchBrowseAboutContactDonate
Page Preview
Page 11
Loading...
Download File
Download File
Page Text
________________ ଚିନ୍ତା ଦାଦାଶ୍ରୀ : ଚିନ୍ତା ତ ଅଗ୍ନି କୁହାଯାଏ । ଏମିତି ହୋଇଯିବ ଆଉ ସେମିତି ହୋଇଯିବ ! କେଉଁ କାଳରେ ଯେବେ କେବେ ସଂସ୍କାରି ମଣିଷ ହେବାର ସୌଭାଗ୍ୟ ମିଳିଥାଏ, ତେବେ ଯଦି ଚିନ୍ତାରେ ରହିବା, ତେବେ ମନୁଷ୍ୟପଣ ମଧ୍ୟ ଚାଲିଯିବ । କେତେ ଭାରୀ ବିପଦ ଅଟେ ? ! ଯଦି ତୁମକୁ ଶାନ୍ତି ଦରକାର ତେବେ ମୁଁ ତୁମର ଚିନ୍ତା ସବୁଦିନ ପାଇଁ ବନ୍ଦ କରିଦେବି । ୪ ଯେବେଠୁ ଚିନ୍ତା ବନ୍ଦହେବ, ସେବେଠୁ ବୀତରାଗ ଭଗବାନଙ୍କ ମୋକ୍ଷମାର୍ଗ କୁହାଯାଏ । ବୀତରାଗ ଭଗବାନଙ୍କ ଯେବେ ଦର୍ଶନ କରନ୍ତି, ସେବେଠୁ ଚିନ୍ତା ବନ୍ଦ ହୋଇଯିବା ଉଚିତ୍ । କିନ୍ତୁ ଦର୍ଶନ କରିବା ମଧ୍ୟ ଆସେ ନାହିଁ । ଦର୍ଶନ କରିବା ତ’ ଜ୍ଞାନୀପୁରୁଷ ଶିଖାନ୍ତି ଯେ ଏହିପରି ଦର୍ଶନ କରିବ, ତେବେ କାମ ହେବ । ଏହି ଚିନ୍ତାରେ ତ’ ନିଆଁ କୁହୁଳୁଥାଏ । କନ୍ଦମୂଳ ଦେଖୁଛ ? କନ୍ଦମୂଳକୁ ଚୁଲିରେ ପୋଡ଼ିବା ପରି ଅବସ୍ଥା ହୋଇଥାଏ । ଜ୍ଞାନୀ କୃପାରୁ ଚିନ୍ତାମୁକ୍ତି ପ୍ରଶ୍ନକର୍ତ୍ତା : ତେବେ ଚିନ୍ତାରୁ ମୁକ୍ତ ହେବା ପାଇଁ କ’ଣ କରିବା ଉଚିତ୍ ? ଦାଦାଶ୍ରୀ : ତୁମ ଭଳି ଏ ଭାଇ ମଧ୍ୟ ବହୁତ ଜାଗା ଗଲେ, କିନ୍ତୁ ଲାଭ ହେଲା ନାହିଁ । ସେତେବେଳେ ସେ କ’ଣ କଲେ, ତାଙ୍କୁ ପଚାରିକି ଦେଖ । ତାଙ୍କୁ ଗୋଟିଏ ବି ଚିନ୍ତା ଅଛି ? ଏବେ ଗାଳି କରିବା ତଥାପି ଅଶାନ୍ତି ହେବ କି ? ତାଙ୍କୁ ପଚାର । ପ୍ରଶ୍ନକର୍ତ୍ତା : କିନ୍ତୁ ଚିନ୍ତା ବନ୍ଦ କରିବା ପାଇଁ ମୋତେ କ’ଣ କରିବା ଉଚିତ୍ ? ଦାଦାଶ୍ରୀ : ତାହା ତ’ ‘ଜ୍ଞାନୀପୁରୁଷ’ଙ୍କ ପାଖକୁ ଆସି କୃପା ନେଇଯିବ । ପୁଣି ଚିନ୍ତା ବନ୍ଦ ହୋଇଯିବ ଏବଂ ସଂସାର ସୁସଙ୍ଗତ ଭାବରେ ଚାଲୁରହିବ । ଚିନ୍ତା ଯାଏ, ସେବେଠୁ ସମାଧ୍ ଚିନ୍ତା ନହୁଏ ତେବେ ବାସ୍ତବରେ ସମସ୍ୟା ଗଲା । ଚିନ୍ତା ନ ହୁଏ, ଓରିଜ୍ (Worries) ନ ହୁଏ, ଆଉ ଉପାଧ୍(ବାହାରୁ ଆସୁଥ‌ିବା ଦୁଃଖ)ରେ ମଧ୍ଯମାଧ୍ ରୁହେ ତେବେ ବୁଝିବ ଯେ ବାସ୍ତବରେ ସମସ୍ୟା ଗଲା । ପ୍ରଶ୍ନକର୍ତ୍ତା : ଏପରି ସମାଧ୍ ସ୍ଥିତି ଆଣିବାକୁ ଥ‌ିବ ତେବେ ମଧ୍ୟ ଆସେ ନାହିଁ ।
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy