SearchBrowseAboutContactDonate
Page Preview
Page 10
Loading...
Download File
Download File
Page Text
________________ । ଚିନ୍ତା ୩ ପ୍ରଶ୍ନକ : କିନ୍ତୁ ଭିତରେ ଯେଉଁ ଭଗବାନ ବସିଛନ୍ତି, ତାଙ୍କର ତିଳେମାତ୍ର ମଧ୍ୟ ଅନୁଭବ ହେଉନାହିଁ । ଦାଦାଶ୍ରୀ: ଚିନ୍ତାରେ ଅନୁଭବ ହୁଏ ନାହିଁ । ଚିନ୍ତା ହେବା ଦ୍ବାରା ଯେଉଁ ଅନୁଭବ ହୋଇଥିବ, ତାହା ମଧ୍ୟ ଚାଲିଯିବ । ଚିନ୍ତା ତ’ ଏକ ପ୍ରକାରର ଅହଂକାର କୁହାଯାଏ । ଭଗବାନ କୁହନ୍ତି ଯେ, “ତୁ ଅହଂକାର କରୁଛୁ, ତେବେ ଚାଲିଯା ମୋ ପାଖରୁ । ଯାହାକୁ ଏହା ମୁଁ ଚଲାଉଛି’, ଏପରି ଚଲାଇବାର ଅହଂକାର ଥିବ, ସେ ହିଁ ଚିନ୍ତା କରେ ନା ! ଯାହାକୁ ଭଗବାନ ଉପରେ ତିଳେମାତ୍ର ମଧ୍ୟ ବିଶ୍ବାସ ନଥିବ, ସେ ଚିନ୍ତା କରେ । ପ୍ରଶ୍ନକର୍ତ୍ତା : ଭଗବାନ ଉପରେ ବିଶ୍ଵାସ ତ’ ଅଛି । ଦାଦାଶ୍ରୀ : ବିଶ୍ବାସ ଥିବ ତେବେ ଏପରି କରିବ ହିଁ ନାହିଁ । ଭଗବାନଙ୍କ ଭରସାରେ ଛାଡ଼ି, ଆରାମରେ ଶୋଇଯିବ । ପୁଣି ଚିନ୍ତା ଭଲା କିଏ କରିବ ? ଏଥିପାଇଁ ଭଗବାନ ଉପରେ ଭରସା ରଖ । ଭଗବାନ ତୁମର ଅଳ୍ପ ବହୁତ ସମ୍ଭାଳୁଥିବ ନା ନାହିଁ ? ଖାଇସାରିବା ପରେ ପୁଣି ଚିନ୍ତା କର ? ପାଚକ ରସ ପଡ଼ିଲା ନା ନାହିଁ, ପିତ ପଡ଼ିଲା, ଏପରି ସବୁ ଚିନ୍ତା କରୁନାହଁ ? ରକ୍ତ ବନିବ ନା ନାହିଁ, ଝାଡ଼ା ହେବ ନା ନାହିଁ, ଏପରି ଚିନ୍ତା କର ? ଅର୍ଥାତ୍ ଏ ଭିତରେ ବହୁତ କିଛି ଚଲାଇବାର ଅଛି, ବାହାରେ କ’ଣ ଚଲାଇବାର ଅଛି ଯେ ଚିନ୍ତା କରୁଛି ? ତେବେ ଭଗବାନଙ୍କୁ ଖରାପ ତ’ ଲାଗିବ ନା ! ଅହଂକାର କରିବ ତେବେ ଚିନ୍ତା ହେବ । ଚିନ୍ତା କରିବାବାଲା ମଣିଷକୁ ଅହଂକାରୀ କୁହାଯାଏ । ଗୋଟିଏ ସପ୍ତାହ ଭଗବାନଙ୍କୁ ସମର୍ପଣ କରି ଚିନ୍ତା କରିବା ଛାଡ଼ିଦିଅ । ପୁଣି ଏଠାରେ କେବେ ଦିନେ ଭଗବାନଙ୍କ ସାକ୍ଷାତ୍‌କାର କରାଇଦେବି, ଯାହାଦ୍ୱାରା ସବୁଦିନ ପାଇଁ ଚିନ୍ତା ବନ୍ଦ ହୋଇଯିବ । | ଚିନ୍ତା ଅର୍ଥାତ୍ ପ୍ରକଟ ଅଗ୍ନି ଏଣୁ ଏସବୁ ବୁଝିବାକୁ ହେବ । ଏମିତି ହିଁ, ବାହାରେ ଲଗାଇବାକୁ ଥିବା ଔଷଧ ଯଦି ପିଇଯିବା ତେବେ କ’ଣ ହେବ ପୁଣି ? ଏମାନେ ସମସ୍ତେ ବାହାରେ ଲଗାଇବାକୁ ଥିବା ଔଷଧ ପିଇ ଦେଇଛନ୍ତି ଅନ୍ୟଥା ମଣିଷକୁ ଚିନ୍ତା ହେଉଥିବ ? ହିନ୍ଦୁସ୍ତାନର ମଣିଷକୁ ଚିନ୍ତା ହେଉଥିବ କେଉଁଠି ? ତୁମକୁ ଚିନ୍ତା କରିବାର ସଉକ ଅଛି ? ପ୍ରଶ୍ନକର୍ତ୍ତା : ନା, ଶାନ୍ତି ଚାହୁଁଛି । ।
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy