SearchBrowseAboutContactDonate
Page Preview
Page 12
Loading...
Download File
Download File
Page Text
________________ । ଚିନ୍ତା ଦାଦାଶ୍ରୀ : ତାହା ତ’ ଏପରି ଆଣିଲେ ଆସେନାହିଁ । ଜ୍ଞାନୀପୁରୁଷ ସମସ୍ୟାର ସମାଧାନ କରିଦେବେ, ପୂର୍ଣ୍ଣତୟା ଶୁଦ୍ଧ କରିଦେବେ, ତେବେ ନିରନ୍ତର ସମାଧ ରହିବ । ଯଦି ଚିନ୍ତା ନଥିବ, ଏପରି ଲାଇଫ୍(life) ହେବ, ତେବେ ଉତ୍ତମ କୁହାଯିବ ନା ? । ପ୍ରଶ୍ନକର୍ତ୍ତା : ତାହା ତ’ ଉତ୍ତମ ହିଁ କୁହାଯିବ ନା ! | ଦାଦାଶ୍ରୀ : ମୁଁ ବିନା ଚିନ୍ତାର ଲାଇଫ୍ ବନାଇଦେବି । ପୁଣି ତୁମକୁ ଚିନ୍ତା ରହିବ ନାହିଁ । ଏହି କାଳର ଏହା ଏକ ମହାନ ଆଶ୍ଚର୍ଯ୍ୟ ଅଟେ । ଏହି କାଳରେ ଏପରି ହୁଏ ନାହିଁ, କିନ୍ତୁ ଦେଖନ୍ତୁ ଏହା ହୋଇଛି ନା ! ନିଜେ’ ପରମାତ୍ମା, ପୁଣି ଚିନ୍ତା କାହିଁକି ? କେବଳ କଥାକୁ ବୁଝିବାର ଅଛି । ତୁମେ ମଧ୍ୟ ପରମାତ୍ମା ଅଟ, ଭଗବାନ ହିଁ ଅଟ, ପୁଣି କ’ଣ ପାଇଁ ରିଜ କରିବା ? ଚିନ୍ତା କ’ଣ ପାଇଁ କରୁଛ ? କ୍ଷଣିକ ପାଇଁ ମଧ୍ୟ ଚିନ୍ତା କରିବା ପରି ଏ ସଂସାର ନୁହେଁ । ଏବେ ଚିନ୍ତା କରିବା ଦ୍ଵାରା ସେ ସେଫ୍ସାଇafe side) ରହିପାରେ ନାହିଁ, କାହିଁକିନା ଯେଉଁ ସେଫ୍ସାଇଡ଼ ନେଚୁରାଲ ଥିଲା, ସେଥିରେ ତୁମେ ସମସ୍ୟା ସୃଷ୍ଟି କଲ । ପୁଣି ଏବେ ଚିନ୍ତା କ’ଣ ପାଇଁ କରୁଛ ? ସମସ୍ୟା ଆସେ ତେବେ ତାହାର ସାମନା କର ଏବଂ ସମାଧାନ କରିନିଆ। ପ୍ରଶ୍ନକ: ଯଦି ଆମେ ପ୍ରତିକୂଳତାର ସାମନା କରିବୁ, ତାହାର ଅବୋରଧ କରିବୁ, ପ୍ରତିକାର କରିବୁ, ତେବେ ତାହାଦ୍ଵାରା ଅହଂ କାର ବଢିବ । ଦାଦାଶ୍ରୀ: ଚିନ୍ତା କରିବା ଅପେକ୍ଷା ସାମନା କରିବା ଭଲ । ଚିନ୍ତାର ଅହଂକାର ତୁଳନାରେ ସାମନା କରିବାର ଅହଂକାର ଛୋଟ । ଭଗବାନ କହିଛନ୍ତି, “ଏପରି ପରିସ୍ଥିତିରେ ସାମନା କରିବ, ଉପାୟ କରିବ, କିନ୍ତୁ ଚିନ୍ତା କରିବ ନାହିଁ ।” ଚିନ୍ତା କରିବାବାଲାକୁ ଡବଲ ଦଣ୍ଡ । ଭଗବାନ କୁହନ୍ତି ଯେ ଚିନ୍ତା କରିବାବାଲାକୁ ଡବଲ ଦଣ୍ଡ ମିଳେ ଆଉ ଚିନ୍ତା ନକରିବାବାଲାକୁ ଗୋଟିଏ ହିଁ ଦଣ୍ଡ ମିଳେ । ଅଠର ବର୍ଷର ଗୋଟିକିଆ ପୁଅ ମରିଯାଏ, ତା’ ପଛରେ ଯେତିକି ଚିନ୍ତା କରେ, ଯେତିକି ଦୁଃଖ ମନାଏ, ମୁଣ୍ଡ ପିଟେ, ଆଉ
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy