SearchBrowseAboutContactDonate
Page Preview
Page 31
Loading...
Download File
Download File
Page Text
________________ ୨୪ କ୍ରୋଧ କେବେ କେମିତି ମାରପିଟ କରିକି ଆସିଯାଏ କିନ୍ତୁ ଘରେ ତା’ ସହ ମାରପିଟ କରେ ନାହିଁ ।” ଆଉ କିଛି ଲୋକ ତ’ ବାହାରୁ ମାଡ଼ ଖାଇକରି ଆସନ୍ତି ଏବଂ ଘରେ ମଧ୍ୟ ମାରପିଟ କରନ୍ତି । ଏମାନେ ତ’ ସବୁବେଳେ କ୍ରୋଧ କରୁଛନ୍ତି । ଗାଇ-ମଇଁଷୀ ଆହୁରି ଭଲ ଯେ କ୍ରୋଧ ତ’ କରୁନାହାନ୍ତି । ଜୀବନରେ କିଛି ଶାନ୍ତି ତ’ ଥିବା ଦରକାର ନା ! ଦୁର୍ବଳତା ନ ରହିବା ଉଚିତ୍। ଏମାନଙ୍କର ତ’ ସବୁବେଳେ କ୍ରୋଧ ହୋଇଯାଉଛି । ତୁମେ ଗାଡ଼ିରେ ଆସିଛ ନା ? ଯଦି ଗାଡ଼ି ରାସ୍ତା ସାରା କ୍ରୋଧ କରି କରି ଚାଲେ ତେବେ କ’ଣ ହେବ ? ପ୍ରଶ୍ନକର୍ତ୍ତା : ତେବେ ଏଠାକୁ ଆସି ହିଁ ପାରିବୁନି । ଦାଦାଶ୍ରୀ : ତା’ ହେଲେ ତୁମେ ଯଦି ଏପରି କ୍ରୋଧ କରୁଛ, ତେବେ ତା’ର(ସ୍ତ୍ରୀ ର) ଗାଡ଼ି କିଭଳି ଚାଲୁଥ‌ିବ ? ତୁ( ସ୍ତ୍ରୀକୁ) ତ କ୍ରୋଧ କରୁନାହୁଁ ? ପ୍ରଶ୍ନକର୍ତ୍ତା : କେବେ କେବେ ହୋଇଯାଏ । ଦାଦାଶ୍ରୀ : ଆଉ ଯଦି ଦୁହିଁଙ୍କୁ ହୋଇଯାଉଛି, ତେବେ ପୁଣି ବାକି କ’ଣ ରହିଲା ? ପ୍ରଶ୍ନକର୍ତ୍ତା : ପତି-ପତ୍ନୀ ମଧ୍ଯରେ ଅଳ୍ପ-ବହୁତ କ୍ରୋଧ ତ’ ହେବା ଉଚିତ ନା ? ଦାଦାଶ୍ରୀ : ନା । ଏପରି କିଛି ନିୟମ ନାହିଁ । ପତି-ପତ୍ନୀ ମଧ୍ଯରେ ତ’ ବହୁତ ଶାନ୍ତ ରହିବା ଉଚିତ୍ । ଯଦି ତାଙ୍କ ମଧ୍ୟରେ ଦୁଃଖ ଥାଏ ତେବେ ସେମାନେ ପତି-ପତ୍ନୀ କୁହାଯିବେ ନାହିଁ । ପ୍ରକୃତ ଫ୍ରେଣ୍ଡସିପ୍‌ରେ ଦୁଃଖ ନଥାଏ, ଯେବେ କି ଏ ତ’ ସବୁଠୁ ବଡ଼ ଫ୍ରେଣ୍ଡସିପ୍ ଅଟେ ! ! ଏଠାରେ କ୍ରୋଧ ନହେବା ଉଚିତ୍ । ଏ ତ’ ଲୋକମାନେ ଜବରଦସ୍ତି ମୁଣ୍ଡରେ ପୁରାଇ ଦେଇଛନ୍ତି, ନିଜର ହେଉଛି ଏଥ‌ିପାଇଁ କହିଦେଲେ ଯେ ନିୟମ ଏପରି ଅଟେ । ପତି-ପତ୍ନୀ ମଧ୍ଯରେ ତ’ ଆଦୌ ଦୁଃଖ ନହେବା ଉଚିତ୍, ଭଲା ଅନ୍ୟ ସବୁ ଜାଗାରେ ହୋଇଯାଉ ।
SR No.034039
Book TitleAnger Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages50
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy