SearchBrowseAboutContactDonate
Page Preview
Page 30
Loading...
Download File
Download File
Page Text
________________ । କ୍ରୋଧ । ୨୩ ସେକ୍ରେଟାରୀ ଉପରେ କ୍ରୋଧ କରୁନାହିଁ, ଏବଂ ହସ୍ପିଟାଲରେ ନର୍ସ ଉପରେ କ୍ରୋଧ କରୁନାହୁଁ, କିନ୍ତୁ ଘରେ ୱାଇଫ ଉପରେ ଆମେ କ୍ରୋଧ କରୁଛୁ । ଦାଦାଶ୍ରୀ : ଏଥିପାଇଁ ଯେବେ ଶହେ ଲୋକ ବସିଥିବେ ଆଉ ଶୁଣୁଥିବେ, ତେବେ ସମସ୍ତଙ୍କୁ କୁହେ ଯେ ଅଫିସରେ ବୋସ୍( ମାଲିକ) ଧମକାଏ ଅବା କେହି ଗାଳିଦିଏ, ତେବେ ଲୋକେ ସେ ସମସ୍ତଙ୍କ କ୍ରୋଧ ଘରେ ସ୍ତ୍ରୀ ଉପରେ ବାହାର କରନ୍ତି । ଏଥିପାଇଁ ମୋତେ କହିବାକୁ ପଡ଼ୁଛି ଯେ, “ଆରେ ! ସ୍ତ୍ରୀ କୁ କାହିଁକି ଗାଳି ଦେଉଛ, ବିଚାରୀକୁ ! ବିନା କାରଣରେ ସ୍ତ୍ରୀକୁ ଗାଳି କରୁଛି ! ବାହାରେ ଯଦି କେହି ଧମକାଉଛି ତାଙ୍କ ସହ ଲଢ଼ ନା, ଏଠି କ’ଣ ପାଇଁ ଲଢୁଛି ବିଚାରୀ ସହ ?? । ଜଣେ ଭାଇ ଥିଲା, ସେ ମୋର ଅଳ୍ପ ଜଣା ଶୁଣା ଥିଲା । ସେ ମୋତେ ସବୁବେଳେ କହୁଥିଲା ଯେ, ସାହେବ, ଥରେ କେବେ ମୋ ଘରକୁ ଆସନ୍ତୁ ! ଚିନାଇ( ବୟନ ସମ୍ବନ୍ଧୀୟ) କାମ କରୁଥିଲା । ଥରେ ମୁଁ ସେ ରାସ୍ତାରେ ଯାଉଥିଲି ଆଉ ତା’ର ମୋ ସହ ଭେଟ ହୋଇଗଲା ଏବଂ କହିଲା, “ମୋ ଘରକୁ ଚାଲନ୍ତୁ, ଅଳ୍ପ ସମୟ ପାଇଁ ।” ମୁଁ ତା’ ଘରକୁ ଗଲି, ତା’ ଘରେ ମାତ୍ର ଦୁଇଟି ରୁମ୍ ଥିଲା । ମୁଁ ପଚାରିଲି, “ଆରେ, ଦୁଇଟି ରୁମ ତୋ ପାଇଁ ପର୍ଯ୍ୟାପ୍ତ ??ସେ କହିଲା, “ମୁଁ ତ? କାରୀଗର ଅଟେ ନା !” ଏହା ତ’ ଆମ ସମୟର, ଭଲ ସମୟର କଥା କହୁଛି । ଏବେ ତ? ଗୋଟିଏ ରୁମରେ ରହିବାକୁ ପଡୁଛି, କିନ୍ତୁ ଭଲ ସମୟରେ ମଧ୍ୟ ବିଚରାର ଦୁଇଟି ହିଁ ରୁମ ଥିଲା ! ପୁଣି ମୁଁ ପଚାରିଲି, “କ’ଣ ସ୍ତ୍ରୀ ସହ ତୋର କେବେ ମନମାଳିନ୍ୟ ହେଉନାହିଁ ? ତେବେ କହିଲା, “ସ୍ତ୍ରୀକୁ କ୍ରୋଧ ଆସିଯାଏ କିନ୍ତୁ ମୁଁ କ୍ରୋଧ କରେ ନାହିଁ । ମୁଁ ପଚାରିଲି, “ଏପରି କାହିଁକି ? ସେ କହିଲା, “ସେ କ୍ରୋଧ କରିବ ଆଉ ମୁଁ ମଧ୍ୟ କ୍ରୋଧ କରିବି, ତେବେ ପୁଣି ଏ ଦୁଇଟି ରୁମରେ ମୁଁ କେଉଁଠି ଶୋଇବି ଆଉ ସେ କେଉଁଠି ଶୋଇବ ? !’ ସେ ସେପଟକୁ ମୁହଁ କରି ଶୋଇଯିବ ଆଉ ମୁଁ ଏପଟକୁ ମୁହଁ କରି ଶୋଇଯିବି, ଏପରି ହାଲତରେ ତ’ ମୋତେ ସକାଳେ ଚା’ ମଧ୍ୟ ଭଲ ମିଳିବନି ! ସେ ହିଁ ମୋତେ ସୁଖ ଦିଏ । ତା’ ପାଇଁ ହିଁ ମୋର ସୁଖ । ମୁଁ ପଚାରିଲି, “ସ୍ତ୍ରୀ କେବେ କ୍ରୋଧ କରେ ତେବେ ?? ସେ କହିଲା, “ ତା’କୁ ମନାଇ ଦିଏ । ‘ସାଙ୍ଗ, ଛାଡ଼ ନା, ମୋ ହାଲତ ମୁଁ ହିଁ ଜାଣିଛି? ଏମିତି ସେମିତି କରିକି ମନାଇ ଦିଏ । କିନ୍ତୁ ତାକୁ ଖୁସିରେ ରଖେ । ବାହାରେ
SR No.034039
Book TitleAnger Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages50
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy