SearchBrowseAboutContactDonate
Page Preview
Page 32
Loading...
Download File
Download File
Page Text
________________ କ୍ରୋଧ ୨୫ ମନମାନିର ମାଡ଼(ପରିଣାମ) ପ୍ରଶ୍ନକ : ଘରେ ଅବା ବାହାରେ ସାଙ୍ଗମାନଙ୍କ ମଧ୍ୟରେ ସବୁ ଜାଗାରେ ସମସ୍ତଙ୍କ ମତ ଭିନ୍ନ ଭିନ୍ନ ହୋଇଥାଏ ଆଉ ସେଥିରେ ଆମ ମତ ଅନୁସାରେ ନହେଲେ ଆମକୁ କ୍ରୋଧ କ’ଣ ପାଇଁ ଆସେ ? ସେତେବେଳେ କ’ଣ କରିବା ଉଚିତ୍ ? । ଦାଦାଶ୍ରୀ : ସବୁ ଲୋକ ନିଜ ମତ ଅନୁସାରେ କରିବାକୁ ଯିବେ ତେବେ କ’ଣ ହେବ ? ଏପରି ବିଚାର କ’ଣ ପାଇଁ ଆସୁଛି ? ତୁରନ୍ତ ଭାବିବା ଉଚିତ ଯେ ଯଦି ସମସ୍ତେ ନିଜର ମନମାନୀ କରିବାକୁ ଲାଗିବେ, ତେବେ ଏଠାରେ ସବୁ କଂସାବାସନ ଭାଙ୍ଗି ପକେଇବେ ଆଉ ଖାଇବାକୁ ମଧ୍ୟ ମିଳିବନି । ଏଣୁ ମନମାନୀ କେବେ କରିବ ନାହିଁ । ମତ ଦେବ ହିଁ ନାହିଁ ତେବେ ଭୁଲ ସାବ୍ୟସ୍ତ ମଧ୍ୟ ହେବା ନାହିଁ । ଯାହାର ଗରଜ( ସାର୍ଥ) ଥିବ ସେ ମତ ରଖୁବ, ଏଭଳି ବୁଝିନିଅ । ପ୍ରଶ୍ନକର୍ତ୍ତା : ଆମେ କେତେ ମଧ୍ୟ ଶାନ୍ତ ରହୁ କିନ୍ତୁ ଦାମୀ କ୍ରୋଧ କରନ୍ତି ସେତେବେଳେ ଆମକୁ କ’ଣ କରିବା ଉଚିତ ? ଦାଦାଶ୍ରୀ = ସେ କ୍ରୋଧ କରେ ଆଉ ତା’ ସହ ଝଗଡ଼ା କରିବାର ଅଛି, ତେବେ ତୁମକୁ ମଧ୍ୟ କ୍ରୋଧ କରିବା ଉଚିତ୍ । ଅନ୍ୟଥା ଯଦି ଫିଲ୍ମ ବନ୍ଦ କରିବାକୁ ଚାହୁଁଛି ତେବେ ଶାନ୍ତ ହୋଇଯାଅ । ଫିଲ୍ମ ବନ୍ଦ କରିବାକୁ ଚାହୁଁ ନାହିଁ ତେବେ ରାତିସାରା ଚାଲିବାକୁ ଦିଅ, କିଏ ମନା କରୁଛି ? କ’ଣ ତୁମକୁ ପସନ୍ଦ ଲାଗେ ଏପରି ଫିଲ୍ମ ? ପ୍ରଶ୍ନକର୍ତ୍ତା : ନା, ଏପରି ଫିଲ୍ମ ପସନ୍ଦ ନୁହେଁ । ଦାଦାଶ୍ରୀ : କ୍ରୋଧ କରିକି କ’ଣ କରିବାର ଅଛି ? ସେ ଲୋକ ନିଜେ କ୍ରୋଧ କରେ ନାହିଁ, ଏ ତ ‘ମେକାନିକାଲ ଏଡ଼ଜଷ୍ଟମେଣ୍ଟ'(ଡ଼ିସଚାର୍ଜ ହେଉଥିବା ମଣିଷର ପ୍ରକୃତି) କ୍ରୋଧ କରେ । ଏଥିପାଇଁ ପୁଣି ନିଜକୁ ମନରେ ପଶ୍ଚାତାପ ହୁଏ। ଯେ କ୍ରୋଧ କରିନଥିଲେ ଭଲ ହୋଇଥାନ୍ତା । ପ୍ରଶ୍ନକର୍ତ୍ତା : ତା’କୁ ଥଣ୍ଡା କରିବାର ଉପାୟ କ’ଣ ?
SR No.034039
Book TitleAnger Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages50
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy