Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 11
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ସହ ଯେଉଁ ବ୍ୟାଙ୍କ ବାଲାନ୍ସ ଥିଲା, ତାହା ଜବତ ହୋଇଗଲା, ପିଲାମାନେ ଜବତ ହୋଇଗଲେ, ବଙ୍ଗଳା ଜବତ ହୋଇଗଲା । ପୁଣି ଏ କପଡ଼ା, ଯାହା ନାମ ସହ ଥିଲା, ତାହା ମଧ୍ୟ ଜବତ ହୋଇଗଲା ! ସବୁକିଛି ଜବତ ହୋଇଗଲା । ତେବେ କୁହେ, ‘ସାହେବ, ଏବେ ମୋତେ ସେଠାକୁ ସାଥିରେ ନେଇ ଯିବା ପାଇଁ କ’ଣ ରହିଲା ?” ତେବେ କହିବା, ଲୋକଙ୍କ ସହିତ ଯେଉଁ ହିସାବ ବାନ୍ଧିଛି, ସେତିକି ନେଇଯାଅ !” ଅର୍ଥାତ ଏ ନାମବାଲା ସବୁ ଜବତ ହେବ । ଏଣୁ ଆମକୁ ଆମ ନିଜ ମଙ୍ଗଳ ପାଇଁ କିଛି କରିବା ଉଚିତ ନା ? କରିବା ଉଚିତ ନୁହେଁ ? ପଠାଅ, ପରଜନ୍ମର ପୁଟୁଳି ଯିଏ ଆମର ସମ୍ପର୍କୀୟ ହୋଇ ନଥିବେ, ଏପରି ଅନ୍ୟ ଲୋକଙ୍କୁ ଯଦି କିଛି ସୁଖ ଦେଇଥିବ, ଚକ୍ଟର ଲଗାଇ ହେଉ ବା ଅନ୍ୟ କିଛି ବି ତାଙ୍କୁ ଦେଇଥିବ ତେବେ ତାହା ‘ସେଠି’ ପହଞ୍ଚିବ । ସମ୍ପର୍କୀୟ ନୁହେଁ, କିନ୍ତୁ ଅନ୍ୟ ଲୋକଙ୍କ ପାଇଁ । ପୁଣି ଏଠି ଯଦି ଲୋକଙ୍କୁ ଔଷଧର ଦାନ ଦେଇଥିବ, ଔଷଧଦାନ, ଆଉ ଆହାରଦାନ ଦେଇଥିବ, ପୁଣି ଜ୍ଞାନଦାନ ଦେଇଥିବ ଏବଂ ଅଭୟଦାନ ସେସବୁ ଦେଇଥିବ ତେବେ ସେଠାକୁ ସବୁ ଆସିବ । ଏଥିରୁ କିଛି ଦେଉଛି ନା ଏମିତି ସବୁ ? ଖାଇ ଯାଉଛି ? ଯଦି ସାଥିରେ ନେଇ ଯାଇ ପାରୁଥାନ୍ତେ ତେବେ ଏଠି ତ ଏମିତି ବି ଅଛନ୍ତି ଯେ ତିନି ଲକ୍ଷର କରଜ କରି ଯିବେ ! ଧନ୍ୟ ଅଟନ୍ତି ନା ! ! ଜଗତ ହିଁ ଏପରି ଅଟେ, ଏଣୁ ନେଇ ପାରୁ ନାହାନ୍ତି, ତାହା ହିଁ ଭଲ । । ମାୟାର କରାମତି ଜନ୍ମ ମାୟା କରାଏ, ବାହାଘର ମାୟା କରାଏ, ଏବଂ ମରଣ ବି ମାୟା କରାଏ । ପସନ୍ଦ ହେଉ ଅବା ନାପସନ୍ଦ, କିନ୍ତୁ ଚାରା ନାହିଁ । କିନ୍ତୁ ସଉଁ ଏତିକି ଥାଏ ଯେ ସାମ୍ରାଜ୍ୟ ମାୟାର ନୁହେଁ । ମାଲିକ ତୁମେ ଅଟ । ଅର୍ଥାତ ତୁମ ଇଚ୍ଛା ଅନୁସାରେ ହୋଇଛି । ପୂର୍ବଜନ୍ମର ତୁମର ଯେଉଁ ଇଚ୍ଛା ଥିଲା, ତାହାର ହିସାବ ବାହାରିଲା ଏବଂ ତାହା ଅନୁସାରେ ମାୟା ଚଲାଏ । ପୁଣି ଏବେ ଚିତ୍କାର କରିବା, ତେବେ ଚଳେ ନାହିଁ । ଆମେ ହିଁ ମାୟାକୁ କହିଥିଲେ ଯେ ଏହା ମୋର ହିସାବକିତାବ ଅଟେ ।

Loading...

Page Navigation
1 ... 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64