SearchBrowseAboutContactDonate
Page Preview
Page 39
Loading...
Download File
Download File
Page Text
________________ ୨୭ ପ୍ରତିକ୍ରମଣ । ଦାଦାତ୍ରୀ : ନା, ଏପରି ନୁହେଁ । ତାହାକୁ ପାପ କହନ୍ତି ନାହିଁ । ଯଦି ସାମ୍ବାବାଲାକୁ ଦୁଃଖ ହୋଇଗଲା ତେବେ ତାହା ପାପ । କୌଣସି ବି ଜୀବକୁ, ସେ ପୁଣି ମନୁଷ୍ୟ ହେଉ ଅବା ପଶୁପକ୍ଷୀ ହେଉ ଅବା ଗଛ ହେଉ । ଗଛରୁ ଯଦି ବିନା କାରଣରେ ଏମିତି ପତ୍ର ଛିଡ଼େଇ ଚାଲିବା ତେବେ ତା’କୁ ବି ଦୁଃଖ ହୁଏ, ଅତଃ ତାହା ପାପ କୁହାଯାଏ । । ଆଉ ଯଦି ଆଜ୍ଞାର ପାଳନ ନହେଲା, ତାହାଦ୍ଵାରା ତ ତୁମକୁ କ୍ଷତି ହେବ । ତୁମକୁ ନିଜକୁ ହିଁ କ୍ଷତି ହେବ । ପାପକର୍ମ ତ ତାହାକୁ କୁହାଯାଏ ଯେ ଯେବେ କାହାକୁ ଦୁଃଖ ହୋଇଯାଏ । ଅର୍ଥାତ କିଞ୍ଚତମାତ୍ର ଦୁଃଖ ନହେଉ ଏପରି ରହିବା ଉଚିତ । । ଆମେ ପ୍ରତିକ୍ରମଣ କରିବା ତେବେ ବହୁତ ଭଲ । ଆମ କପଡ଼ା ସଫା ହୋଇଯିବ ନା ? ଆମ କପଡ଼ାରେ ମଇଳା କାହିଁକି ରହିବାକୁ ଦେବା ? ଦାଦା ଏପରି ରାସ୍ତା ଦେଖାଇଛନ୍ତି ତେବେ କାହିଁକି ସଫା ନ କରିଦେବା ? ! କାହାକୁ ଆମଦ୍ଵାରା ଯଦି କିଞ୍ଚତମାତ୍ର ବି ଦୁଃଖ ହୋଇଯାଏ ତେବେ ବୁଝିବା ଯେ ଭୁଲ ଆମର । ଆମ ଭିତରର ପରିଣାମ ବିଚଳିତ ହୁଏ ଅର୍ଥାତ ଭୁଲ ଆମର ଅଟେ, ଏପରି ବୁଝିଯିବ । ସାମ୍ବାବାଲା ବ୍ୟକ୍ତି ଭୋଗୁଅଛି, ଏଣୁ ପ୍ରତ୍ୟକ୍ଷ ରୂପେ ତା’ର ଭୁଲ ତ ଅଛି କିନ୍ତୁ ଆମେ ନିମିତ୍ତ ହୋଇଗଲେ, ଆମେ ତା’କୁ ଗାଳିକଲେ ତେଣୁ ଆମର ମଧ୍ୟ ଭୁଲ । କାହିଁକି ଦାଦାଙ୍କୁ ଭୋଗବଟା (ସୁଖ-ଦୁଃଖର ପ୍ରଭାବ) ଆସୁନାହିଁ ? କାରଣ ତାଙ୍କର ଗୋଟିଏ ବି ଭୁଲ ରହିନାହିଁ । ଆମ ଭୁଲରୁ ସାମ୍ବାବାଲାକୁ କିଛି ବି ପ୍ରଭାବ(ଦୁଃଖ) ହୋଇଯାଏ, ଯଦି କିଛି ଉଧାରି ହୋଇଯାଏ ତେବେ ତୁରନ୍ତ ମନରେ କ୍ଷମାମାଗି ଜମା କରିନେବ । ଆମର ଭୁଲ ହୋଇଯାଏ ତେବେ ଉଧାର ହୁଏ କିନ୍ତୁ ତୁରନ୍ତ କ୍ୟାଶ-ନଗଦ ପ୍ରତିକ୍ରମଣ କରିନେବ । ଆଉ ଯଦି କାହା କାରଣରୁ ଆମଦ୍ୱାରା ଭୁଲ ହୋଇଯାଏ। ତେବେ ମଧ୍ୟ ଆମେ ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ କରିନେବା । ମନ ବଚନ-କାୟାରୁ ପ୍ରତ୍ୟକ୍ଷ ଦାଦା ଭଗବାନଙ୍କ ସାକ୍ଷୀରେ କ୍ଷମା ମାଗିଚାଲିବା । ପ୍ରଶ୍ନକର୍ତ୍ତା : କ୍ରମିକର ପ୍ରତିକ୍ରମଣ କରୁଥିଲି, ସେତେବେଳେ ମୁଣ୍ଡରେ କିଛି ପଶୁ ନଥିଲା ଆଉ ଏବେ ଏହା କରୁଛି ତେବେ ହାଲକା ଫୁଲକା ଲାଗୁଛି । ଦାଦାଶ୍ରୀ : କିନ୍ତୁ ତାହା ତ ପ୍ରତିକ୍ରମଣ ହିଁ ନୁହେଁ ! ସେସବୁ ତ ତୁମେ ଅବୁଝାମିରୁ ସୃଷ୍ଟି କରିଥିବା ପ୍ରତିକ୍ରମଣ ଅଟେ ! ପ୍ରତିକ୍ରମଣ ଅର୍ଥାତ ତୁରନ୍ତ ଦୋଷ କମ ହେବା ଦରକାର । ତାହା ପ୍ରତିକ୍ରମଣ କୁହାଯାଏ । ଆମେ ଓଲଟା ଯାଇଥିଲେ, ସେଠାରୁ ପଛକୁ ଫେରି ଆସିଲେ, ତାହାକୁ ପ୍ରତିକ୍ରମଣ କୁହାଯାଏ । ଏ ତ ପଛକୁ ବୁଲି ନାହାନ୍ତି
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy