SearchBrowseAboutContactDonate
Page Preview
Page 38
Loading...
Download File
Download File
Page Text
________________ ୨୬ ପ୍ରତିକ୍ରମଣ ପୁଣି ଆମେ ରାଗର ବିରୋଧୀ ବୋଲି ବୁଝେଇବ, ନହେଲେ ଯଦି ପ୍ରତିକ୍ରମଣ ନ କରିବା ରାଗରେ ସହମତି ବୁଝାଯିବ । ପ୍ରତିକ୍ରମଣ କାହାକୁ କହିବା ଯେ ହାଲୁକା ହୋଇଯିବା, ହାଲୁକା ଅନୁଭବ ହେବ, ପୁଣିଥରେ ସେହିପରି ଦୋଷ କରିବା ସମୟରେ ତା’କୁ ବହୁତ ଦୁଃଖ ଲାଗିବ । ଯେବେକି ଏମାନେ ତ ଦୋଷର ଗୁଣା କରୁଛନ୍ତି ! ! ତୁମେ କିଛି ପ୍ରତିକ୍ରମଣ, ସଚ୍ଚା ପ୍ରତିକ୍ରମଣ ଦେଖୁଛ, ଗୋଟିଏ ବି ଦୋଷ କମ ହୋଇଥବ ଏପରି ? ପ୍ରଶ୍ନକର୍ତ୍ତା : ନା, ଏହିଠାରେ ହିଁ ଦେଖିବାକୁ ମିଳିଲା । ଦାଦାଶ୍ରୀ : ଜ୍ଞାନ ପ୍ରାପ୍ତି ପରେ ଆମକୁ ଭିତରେ ଖବର ପଡ଼େ ଯେ ଏହା ଦୋଷ ହେଲା, ତେବେଯାଇ ପ୍ରତିକ୍ରମଣ ହେବ । ସେପର୍ଯ୍ୟନ୍ତ ପ୍ରତିକ୍ରମଣ ହୋଇପାରିବ ନାହିଁ ନା ! ଜ୍ଞାନପ୍ରାପ୍ତି ପରେ ଜାଗୃତି ରହିବ ଯେ, ଅତିକ୍ରମଣ ହେବା ମାତ୍ରେ ତୁରନ୍ତ ତୁମକୁ ଖବର ପଡ଼ିବ ଯେ ଏହା ଭୁଲ ହୋଇଗଲା ସେତେବେଳେ ତୁରନ୍ତ ପ୍ରତିକ୍ରମଣ କରିନେବ । ଅତଃ ତାଙ୍କ ନାମରେ ଠିକ ପଦ୍ଧତି ଅନୁସାରେ ପ୍ରତିକ୍ରମଣ ହୋଇଚାଲିବ । ଆଉ ପ୍ରତିକ୍ରମଣ ହୋଇଗଲା ଅର୍ଥାତ ଧୋଇଗଲା । ଧୋଇଗଲା ଅର୍ଥାତ ସାମ୍ନାବାଲାକୁ କ୍ଷତ (ବୈରୀଭାବ, ଶତୃତାଭାବ) ରହିବ ନାହିଁ ପୁଣି । ନହେଲେ ପୁଣି ଆମେ ଯେବେ ତା’କୁ ଭେଟିବା ତେବେ ସାମ୍ନାବାଲା ସହ ଭେଦ ପଡ଼ିଚାଲିବ । ପ୍ରଶ୍ନକର୍ତ୍ତା : ଆମ ପାପକର୍ମକୁ ଏବେ କିପରି ଧୋଇବୁ ? ଦାଦାଶ୍ରୀ : ପାପକର୍ମର ତ ଯେତେ ଦାଗ ଲାଗିଛି ସେତେ ପ୍ରତିକ୍ରମଣ କରିବାର ଅଛି । ସେ ଦାଗ ଯଦି ଗାଢ଼ ହୋଇଥବ ତେବେ ବାରମ୍ବାର ଧୋଇଚାଲିବ । ବାରମ୍ବାର ଧୋଇଚାଲିବ । ପ୍ରଶ୍ନକର୍ତ୍ତା : ସେ ଦାଗ ଚାଲିଗଲା କି ନାହିଁ, ତାହା କିପରି ଖବର ପଡ଼ିବ ? ଦାଦାଶ୍ରୀ : ତାହା ତ ଭିତରେ ମନ ସ୍ଵଚ୍ଛ ହୋଇଯିବ ନା, ତେବେ ଜଣା ପଡ଼ିବ । ଚେହେରାରେ ଆନନ୍ଦ ଖେଳିଯିବ । ତୁମକୁ ଜଣା ପଡୁନାହିଁ ଯେ ଦାଗ ଚାଲିଗଲା ବୋଲି ? କେମିତି ଜଣା ପଡୁନାହିଁ? କ’ଣ ଅସୁବିଧା ହେଉଛି ? ଆଉ ଯଦି ସଫା ନ ହୁଏ ତେବେ ମଧ୍ୟ ଆମକୁ ଅସୁବିଧା ନାହିଁ । ତୁ ପ୍ରତିକ୍ରମଣ କରିଚାଲ । ତୁ ସାବୁନ ଘଷି ଚାଲ । ପାପକୁ ତୁ ଚିହ୍ନିଛୁ ? କ’ଣ ତୁ ପାପକୁ ଚିହ୍ନିଛୁ ? ପ୍ରଶ୍ନକର୍ତ୍ତା : ଦାଦାଙ୍କ ଆଜ୍ଞାର ପାଳନ ନହେଲା ମାନେ ପାପ ।
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy