SearchBrowseAboutContactDonate
Page Preview
Page 28
Loading...
Download File
Download File
Page Text
________________ ୧୬ ପ୍ରତିକ୍ରମଣ ସେ ସବୁ ମିଥ୍ୟା ଅଟେ । ବ୍ୟବହାରିକ ରୂପରେ ସତ୍ୟ । ମୋକ୍ଷରେ ଯିବାକୁ ଥିବା ତେବେ ସବୁ ମିଥ୍ୟା ଅଟେ । ସବୁର ପ୍ରତିକ୍ରମଣ କରିବାକୁ ପଡ଼ିବ । ‘ମୁଁ ଆଚାର୍ଯ୍ୟ ଅଟେ’ ତାହାର ବି ପ୍ରତିକ୍ରମଣ କରିବାକୁ ପଡ଼ିବ । ମୁଁ ନିଜକୁ ନିଜେ ଆଚାର୍ଯ୍ୟ ମାନିଲି’ ତାହାର ବି ପ୍ରତିକ୍ରମଣ କରିବାକୁ ପଡ଼ିବ । କାହିଁକିନା ‘ମୁଁ ଶୁଦ୍ଧମ୍ବା ଅଟେ’ । ଅର୍ଥାତ ଏ ସବୁ ମିଛ । ତୋତେ ଏହା ବୁଝାପଡୁଛି ନା ନାହିଁ ? ପ୍ରଶ୍ନକର୍ତ୍ତା : ହଁ ବୁଝାପଡୁଛି । । ଦାଦାଶ୍ରୀ : ସବୁ ମିଛ । ଲୋକେ ତ ନ ବୁଝିବା କାରଣରୁ କହନ୍ତି ଯେ “ମୁଁ ସତ୍ୟ କହୁଅଛି ।? ଆରେ, ସତ୍ୟ କହିବା ତେବେ କୌଣସି ପ୍ରତ୍ୟାଘାତ ହିଁ ହୁଏ ନାହିଁ ! ଏପରି ଅଟେ, ମୁଁ ଯେଉଁ ସମୟରେ କୁହେ, ସେହି ସମୟରେ ମୋର ଜୋରଦାର ପ୍ରତିକ୍ରମଣ ବି ଚାଲୁ ରହିଥାଏ । କହିବା ସମୟରେ, ସାଥେ ସାଥେ । ପ୍ରଶ୍ନକର୍ତ୍ତା : କିନ୍ତୁ ଯେଉଁ କଥା ସତ, ତାହା କହୁଥିଲେ, ତାହାପାଇଁ କି ପ୍ରତିକ୍ରମଣ ? । ଦାଦାଶ୍ରୀ : ନା, କିନ୍ତୁ ତଥାପି ପ୍ରତିକ୍ରମଣ ତ କରିବାକୁ ହିଁ ପଡ଼ିବ ନା । ତୁ କାହାର ଦୋଷ ଦେଖୁଲୁ ହିଁ କାହିଁକି ? ନିଘୋଷ ଅଟେ ତଥାପି ଦୋଷ କାହିଁକି ଦେଖୁଲୁ ? ନିର୍ବୋଷ ଅଟେ ତଥାପି ତା’ର ନିନ୍ଦା ତ ହେଲା ନା ? ଯେଉଁ କଥାରେ କାହାର ନିନ୍ଦା ହୁଏ, ଏଭଳି ସତ କଥା ବି କହିବା ଉଚିତ ନୁହେଁ । ଏଭଳି ସତ କଥା ମଧ୍ୟ ଦୋଷ ଅଟେ । ସଂସାରରେ ସତକଥା କହିବା ମଧ୍ୟ ଦୋଷ ଅଟେ । ସତକଥା ହିଂସକ ନହେବା ଉଚିତ । ଏହାକୁ ହିଂସକ ବାଣୀ କୁହାଯିବ । ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ, ଏହା ମୋକ୍ଷମାର୍ଗ ଅଟେ । ଆମ ମହାମ୍ବା କ’ଣ କରନ୍ତି ? ସାରାଦିନ ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ ହିଁ କରିଚାଲିଥାନ୍ତି । ଏବେ ତାଙ୍କୁ କହିବା ଯେ ‘ତୁମେ ଏହି ରାସ୍ତାରେ ଚାଲ । ବ୍ରତ, ନିୟମ କର ।” ତେବେ କହିବେ, ‘ମୋତେ ବ୍ରତ, ନିୟମର କ’ଣ କରିବାର ଅଛି ? ମୋ ଭିତରେ ଶାନ୍ତି ଅଛି, ମୋତେ ଚିନ୍ତା ନାହିଁ । ଉପାଧ ନାହିଁ । ନିରନ୍ତର ସମାରେ ରହିପାରୁଛି । ପୁଣି କ'ଣ ପାଇଁ ?' ତାହା ତ ସ୍ନେଶ କୁହାଯାଏ । ଉପଧାନ ତପ ଏବଂ ଅମକ ତପ । ସେସବୁ ତ ଅସୁବିଧାରେ ଫଶିଥିବା ଲୋକେ କରନ୍ତି । ଯାହାଙ୍କୁ ଆବଶ୍ୟକତା ଅଛି, ସଉକ ଅଛି । ସେଥିପାଇଁ ମୁଁ କହେ ଯେ ଏହି ତପ ତ ସୌଖୀନ ଲୋକଙ୍କ କାମ ଅଟେ । ଯେଉଁମାନେ ସଂସାରର ସୌଖୀନ ଅଟନ୍ତି, ସେମାନଙ୍କୁ ତପ କରିବା ଉଚିତ ।
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy