SearchBrowseAboutContactDonate
Page Preview
Page 27
Loading...
Download File
Download File
Page Text
________________ ୧୫ ପ୍ରତିକ୍ରମଣ ଆଜି ଲେଖୁବ ଏବଂ ହିସାବରେ କିଛି ଭୁଲ ହୋଇଯାଇଥିବ, ଅବିନୟ ହୋଇଥିବା ତେବେ ତୁରନ୍ତ ପ୍ରତିକ୍ରମଣ କରିବ, ତାହାକୁ ଲିଭେଇ ଦେବ । । ୪. ଅହୋ ! ଅହୋ ! ଏ ଜାଗୃତ ଦାଦା ଏହି ଦୁନିଆରେ ସମସ୍ତେ ନିର୍ବୋଷ ଅଟନ୍ତି । କିନ୍ତୁ ଦେଖ ଏପରି କଠୋର ବାଣୀ ବାହାରୁଛି ନା ? ! ମୁଁ ତ ଏ ସମସ୍ତଙ୍କୁ ନିର୍ବୋଷ ଦେଖୁଛି, ଜଣେ ହେଲେ ବି ଦୋଷୀ ନାହିଁ । ମୋତେ ଦୋଷୀ ଦେଖାଯାଏ ହିଁ ନାହିଁ, କେବଳ ଦୋଷୀ କହିଦିଏ । ଏପରି କେଉଁଠି କୁହାଯାଉଥିବ ? କହିବା କ’ଣ ଅନିବାର୍ଯ୍ୟ ଅଟେ ? କାହା ବିଷୟରେ ବି କହିବା ଉଚିତ ନୁହେଁ । ତାହା ପଛରେ ତୁରନ୍ତ ତାହାର ପ୍ରତିକ୍ରମଣ ଚାଲୁ ରହିଥାଏ । ଏହା ମୋର ଚାରି ଡିଗ୍ରୀ କମ ଅଛି, ତାହାର ଏହା ପରିଣାମ ଅଟେ । କିନ୍ତୁ ପ୍ରତିକ୍ରମଣ ନକରି ଚଳିବ ନାହିଁ । । ମୁଁ କିଛି କହିଦିଏ, କଠୋର ଶବ୍ଦ କହେ, ତାହା ଜାଣିଶୁଣି କହେ କିନ୍ତୁ ପ୍ରକୃତି ପ୍ରତି ମୋର ଭୁଲ ତ ହେଲା ନା ! ସେଥିପାଇଁ ମୁଁ ତାହାର ପ୍ରତିକ୍ରମଣ (ଏ.ଏମ. ପଟେଲ ପାଖରୁ) କରାଏ । ପ୍ରତ୍ୟେକ ଭୁଲର ପ୍ରତିକ୍ରମଣ ଥାଏ । ସାମ୍ବାବାଲାର ମନ ଭାଙ୍ଗି ନଯାଉ, ମୋର ଏପରି ରହେ । । ମୋ ଦ୍ଵାରା ‘ଅଛି’ ତାହାକୁ ‘ନାହିଁ’ ଏପରି କୁହାଯାଇ ପାରିବ ନାହିଁ ଏବଂ ‘ ନାହିଁ’ ତାହାକୁ ‘ଅଛି’ ଏପରି କୁହାଯାଇ ପାରିବ ନାହିଁ । ସେଥିପାଇଁ ମୋଦ୍ଵାରା କିଛି ଲୋକଙ୍କୁ ଦୁଃଖ ହୋଇଯାଏ । ଯଦି ‘ନାହିଁ ତାହାକୁ ମୁଁ ‘ଅଛି’ କହିବି ତେବେ ତୁମ ମନରେ ଭ୍ରମ ସୃଷ୍ଟି ହୋଇଯିବ । ଏବଂ ଏପରି କହିବା ଦ୍ଵାରା ସେମାନଙ୍କ (ପ୍ରତିପକ୍ଷଙ୍କ) ମନ ଉପରେ ଓଲଟା ପ୍ରଭାବ ହେବ ଯେ “ଏପରି କାହିଁକି କହୁଛନ୍ତି ?' ସେଥିପାଇଁ ଏପରି ଯେବେ କୁହାଯାଇଥିବ ତେବେ ମୋତେ ତାହାର ପ୍ରତିକ୍ରମଣ କରିବାକୁ ପଡ଼େ । କାହିଁକିନା ସେମାନଙ୍କୁ ଦୁଃଖ ନ ହେବା ଉଚିତ । କେହି ମାନୁଥିବ ଯେ ଏହି ଅଶ୍ଵନ୍ସ ଗଛରେ ଭୂତ ଅଛି ଆଉ ମୁଁ ଯଦି କହେ ଯେ ଭୂତ ଭଳି କିଛି ନାହିଁ ଏ ଗଛରେ ତେବେ ଏହାଦ୍ବାରା ତା’କୁ ଦୁଃଖ ତ ହେବ । ସେଥିପାଇଁ ପୁଣି ମୋତେ ପ୍ରତିକ୍ରମଣ କରିବାକୁ ପଡ଼େ । ତାହା ତ ସବୁବେଳେ କରିବାକୁ ହିଁ ପଡ଼ିବ ନା ! | ପ୍ରଶ୍ନକର୍ତ୍ତା : ଅନ୍ୟମାନଙ୍କ ବୁଝିବାରେ ଯଦି ଭୁଲ ଲାଗୁଥିବ ତେବେ ତାହା ପାଇଁ କ’ଣ କରିବୁ ? । ଦାଦାଶ୍ରୀ : ଏ ଯେତେ ବି ସତ୍ୟ ଅଛି, ସେ ସବୁ ବ୍ୟବହାରିକ ସତ୍ୟ ଅଟେ ।
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy