SearchBrowseAboutContactDonate
Page Preview
Page 25
Loading...
Download File
Download File
Page Text
________________ ପ୍ରତିକ୍ରମଣ ଆମକୁ କହିବାକୁ ପଡ଼େ । ତାହା ଦ୍ରବ୍ୟ ପ୍ରତିକ୍ରମଣ କୁହାଯାଏ । ତେବେ ଏହି ପ୍ରତିକ୍ରମଣ ତ, ଯଦି ଆଜି ଭଗବାନ ଏଠି ଥାଆନ୍ତେ ନା ତେବେ ଏ ସମସ୍ତଙ୍କୁ ଜେଲରେ ଭର୍ତ୍ତି କରି ଦେଇଥାନ୍ତେ । ଆରେ ଭାଇ ଏମିତି କଲୁ ? ପ୍ରତିକ୍ରମଣ ଅର୍ଥାତ ଗୋଟିଏ ଦୋଷର କ୍ଷମା ମାଗିନେବା, ସଫା କରିଦେବା । ଗୋଟିଏ ଦାଗ ଯଦି ଲାଗିଥିବ, ତେବେ ସେ ଦାଗକୁ ଧୋଇ ସଫା କରିଦେବା । ସ୍ଥାନ ଯେପରି ଥିଲା ସେହିପରି କରିଦେବା, ତାହାର ନାମ ପ୍ରତିକ୍ରମଣ । ଆଜିକାଲି ତ କେବଳ ଦାଗବାଲା କପଡ଼ା ହଁ ଦେଖିବାକୁ ମିଳୁଛି । ଏମାନେ ତ, ଗୋଟିଏ ବି ଦୋଷର ପ୍ରତିକ୍ରମଣ କଲେ ନାହିଁ ଏବଂ ନିରୋଳା ଦୋଷର ଭଣ୍ଡାର ହୋଇଗଲେ । ୧୩ ଏ ନୀରୂବେନ, ତାଙ୍କର ସମସ୍ତ ଆଚାର-ବିଚାର କାହିଁକି ଉଚ୍ଚ ହୋଇଗଲାଣି ? ପ୍ରତିଦିନ ପାଞ୍ଚଶହ-ପାଞ୍ଚଶହ ପ୍ରତିକ୍ରମଣ କରୁଛି ଏବଂ ଏବେ କହୁଛି ଯେ ଭିତରେ ତ ବାରଶହ-ବାରଶହ ପ୍ରତିକ୍ରମଣ ହେଉଛି । ଆଉ ଏ ଲୋକମାନେ ଗୋଟିଏ ବି କଲେ ନାହିଁ ! ସର୍ବଦା, କରିବା ଦ୍ଵାରା ହିଁ ଆବରଣ ଆସେ । ଆବରଣ ଆସିଲେ ଭୁଲ ଢାଙ୍କି ହୋଇଯାଏ, ସେଥ‌ିପାଇଁ ଭୁଲ ଦେଖାଯାଏ ହିଁ ନାହିଁ । ଭୁଲ ତ, ଯେବେ ଆବରଣ ଭାଙ୍ଗିବ ସେତେବେଳେ ଦେଖାଯିବ ଏବଂ ସେ ଆବରଣ ଜ୍ଞାନୀପୁରୁଷଙ୍କ ଦ୍ଵାରା ଭାଙ୍ଗି ପାରିବ, ଅନ୍ୟଥା ନିଜଦ୍ୱାରା ଆବରଣ ଭାଙ୍ଗିହେବ ନାହିଁ । ଜ୍ଞାନୀପୁରୁଷ ତ ସବୁ ଆବରଣ ଫ୍ରାକ୍ଚର କରି ଭାଙ୍ଗି ଦିଅନ୍ତି ! ! ପ୍ରଶ୍ନକର୍ତ୍ତା : କେଉଁ ପ୍ରତିକ୍ରମଣ ଶୁଦ୍ଧ ଗଣାଯାଏ ? ପ୍ରକୃତ ପ୍ରତିକ୍ରମଣ କିପରି କରାଯାଏ ? ଦାଦାଶ୍ରୀ : ସମକିତ ହେବାପରେ ପ୍ରକୃତ ପ୍ରତିକ୍ରମଣ ହୋଇପାରିବ । ସମ୍ୟକତ୍ଵ ହେବା ପରେ, ଦୃଷ୍ଟି ସଳଖ ହେବା ପରେ, ଆତ୍ମଦୃଷ୍ଟି ହେବା ପରେ ପ୍ରକୃତ ପ୍ରତିକ୍ରମଣ ହୋଇପାରିବ । କିନ୍ତୁ ସେପର୍ଯ୍ୟନ୍ତ ଯଦି ପ୍ରତିକ୍ରମଣ କରେ ଏବଂ ପଶ୍ଚାତାପ କରେ ତେବେ ତାହାଦ୍ଵାରା କମ ହୋଇଯିବ ସବୁ। ଆତ୍ମଦୃଷ୍ଟି ହୋଇନଥିବ ଆଉ ସଂସାରର ଲୋକେ ଭୁଲ ହେବା ପରେ ପଶ୍ଚାତାପ କରିବେ ଏବଂ ପ୍ରତିକ୍ରମଣ କରିବେ ତେବେ ତାହାଦ୍ଵାରା ପାପ କମ ବନ୍ଧା ହେବ । ବୁଝାପଡ଼ିଲା ନା ? ପ୍ରତିକ୍ରମଣ-ପଶ୍ଚାତାପ କରିଲେ କର୍ମ ଉଡ଼ିଯାଏ !
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy