SearchBrowseAboutContactDonate
Page Preview
Page 24
Loading...
Download File
Download File
Page Text
________________ ୧୨ ପ୍ରତିକ୍ରମଣ । ସଂସାରର ଲୋକେ ପ୍ରତିକ୍ରମଣ କରନ୍ତି, କେହି ଜାଗୃତ ଥିବେ ତେବେ ରାୟଶୀ-ଦେବଶୀ ଉଭୟ କରନ୍ତି, ତେବେ ସେତିକି ଦୋଷ କମ ହୋଇଗଲା । କିନ୍ତୁ ଯେପର୍ଯ୍ୟନ୍ତ ଦର୍ଶନମୋହନୀୟ ଅଛି, ସେପର୍ଯ୍ୟନ୍ତ ମୋକ୍ଷ ହେବନାହିଁ, ଦୋଷ ଉତ୍ପନ୍ନ ହୋଇଚାଲିଥିବ । ଯେତିକି ପ୍ରତିକ୍ରମଣ କରିବ ସେତିକି ସବୁ ଦୋଷ ଯିବ । । ଅର୍ଥାତ ଏହି କାଳରେ ବର୍ତ୍ତମାନ ‘ଶୁଟ୍ ଅନ୍ ସାଇଟ୍’ର କଥା ତ କୁଆଡ଼େ ଗଲା କିନ୍ତୁ କୁହନ୍ତି ଯେ, ସନ୍ଧ୍ୟାରେ ପୁରା ଦିନର ପ୍ରତିକ୍ରମଣ କରିବ । ସେ କଥା ମଧ୍ୟ କୁଆଡ଼େ ଗଲା । ସପ୍ତାହରେ ଥରେଅଧେ କରିବ ସେ କଥା ମଧ୍ୟ କୁଆଡ଼େ ଗଲା ଏବଂ ପାକ୍ଷିକ (ତିନି ମାସରେ ଥରେ) ବି କୁଆଡ଼େ ଗଲା, ଆଉ ବାରମାସରେ ଥରେ କରନ୍ତି । ତାହାକୁ ବି ବୁଝୁନାହାନ୍ତି ଆଉ ଭଲ କପଡ଼ା ପିନ୍ଧି ବୁଲୁଥାନ୍ତି । ଅର୍ଥାତ ରିୟଲ ପ୍ରତିକ୍ରମଣ କେହି କରୁନାହାନ୍ତି । ସେଥିପାଇଁ ଦୋଷ ବଢ଼ି ଚାଲିଲା । ପ୍ରତିକ୍ରମଣ ତ ତାହାକୁ କହନ୍ତି ଯେ ଦୋଷ କମିଚାଲିବ । । ଏ ନିରୂବେନକୁ ଯଦି ତୁମ ପାଇଁ ଟିକିଏ ବି ଓଲଟା ବିଚାର ଆସିଯାଏ ଯେ “ଇଏ ଆସିଲେ ଏବଂ ଭିଡ଼ ହୋଇଗଲା । ଏତିକି ବିଚାର ଭିତରେ ଆସେ କିନ୍ତୁ ତୁମକୁ ଜାଣିବାକୁ ଦେବନାହିଁ । ଚେହେରା ହସ-ହସ ରଖୁବ । ସେହି ସମୟରେ ପ୍ରତିକ୍ରମଣ କରିବ । ଓଲଟା ବିଚାର ଆସିଲା ତାହା ଅତିକ୍ରମଣ କଲା କୁହାଯିବ । ସେ ପ୍ରତିଦିନ ପାଞ୍ଚଶହ-ପାଞ୍ଚଶହ ପ୍ରତିକ୍ରମଣ କରେ । କେବଳ ଦୋଷ ହିଁ ହୋଇ ଚାଲୁଛି । ଭାନ୍ ହୋସ) ହିଁ ରହୁନାହିଁ । ପ୍ରଶ୍ନକର୍ତ୍ତା : ତାହା ତ ଭାବ ପ୍ରତିକ୍ରମଣ ଅଟେ । କ୍ରିୟା ପ୍ରତିକ୍ରମଣ ତ ହୋଇପାରିବ ହିଁ ନାହିଁ ନା ? ଦାଦାଶ୍ରୀ : ନା, କ୍ରିୟାରେ ପ୍ରତିକ୍ରମଣ ହୁଏ ହିଁ ନାହିଁ, ପ୍ରତିକ୍ରମଣ ତ, ଭାବ ପ୍ରତିକ୍ରମଣର ହିଁ ଆବଶ୍ୟକତା ଅଛି, ଯାହା କ୍ରିୟାକାରୀ ଅଟେ । କ୍ରିୟା ପ୍ରତିକ୍ରମଣ କିଛି ନାହିଁ । | ପ୍ରଶ୍ନକର୍ତ୍ତା : ଦ୍ରବ୍ୟ ପ୍ରତିକ୍ରମଣ ଏବଂ ଭାବ ପ୍ରତିକ୍ରମଣ ଅର୍ଥାତ କ’ଣ ? ଏହା ଟିକିଏ ବୁଝାନ୍ତୁ । । ଦାଦାଶ୍ରୀ : ଭାବ ଏପରି ରଖୁବ ଯେ ‘ଏପରି ନ ହେବା ଉଚିତ', ଏହା ଭାବ ପ୍ରତିକ୍ରମଣ କୁହାଯାଏ । ଆଉ ଦ୍ରବ୍ୟ ପ୍ରତିକ୍ରମଣରେ ତ ପୁରା ସବୁ, ଗୋଟିଏଗୋଟିଏ ଶବ୍ଦ କହିବାକୁ ପଡ଼େ । ଯେତେ ଶବ୍ଦ ଲେଖା ହୋଇଥାଏ ନା, ସେ ସବୁ
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy