SearchBrowseAboutContactDonate
Page Preview
Page 90
Loading...
Download File
Download File
Page Text
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ୭୩ ପ୍ରଶ୍ନକର୍ତ୍ତା : କୌଣସି ବି ଝିଅ ଚଳିବ । ମୁଁ କଲର-ବଲରରେ ମାନେ ନାହିଁ । ଯେଉଁ ଝିଅ ଭଲ ହୋଇଥିବ, ଆମେରିକାନ ହେଉ ଅବା ଇଣ୍ଡିୟନ, ତେବେ ମଧ୍ୟ ଅସୁବିଧା ନାହିଁ । । ଦାଦାଶ୍ରୀ : କିନ୍ତୁ ଏପରି ଅଟେ ଯେ, ଏହି ଆମେରିକାନ ଆମ୍ବ ଆଉ ଆମ ଆମ ଭିତରେ ଫରକ ଥାଏ, ଏହା ତୁ ଜାଣି ନାହୁଁ ? କ’ଣ ଫରକ ଥାଏ ଆମ ଆମ୍ବରେ ? ପ୍ରଶ୍ନକର୍ତ୍ତା : ଆମର ମିଠା ହୋଇଥାନ୍ତି । ଦାଦାଶ୍ରୀ : ହଁ, ତେବେ ପୁଣି ଦେଖ ନା । ସେ ମିଠା ଚାଖୁକରି ତ ଦେଖ, ଆମ ଇଣ୍ଡିୟାର । | ପ୍ରଶ୍ନକର୍ତ୍ତା : ଏବେ ଚାଖୁ ନାହିଁ । ଦାଦାତ୍ରୀ : ନା, କିନ୍ତୁ ଏଥିରେ ଫଶିବ ନାହିଁ ! ଆମେରିକାନରେ ଫଶିବା ଭଳି ନୁହେଁ । ଦେଖ, ତୋ ମମୀ ଏବଂ ପାପାଙ୍କୁ ତୁ ଦେଖୁଛୁ ନା ? ସେମାନଙ୍କ ମଧ୍ୟରେ କେବେ ମତଭେଦ ହୁଏ ନା ହୁଏନାହିଁ ? ପ୍ରଶ୍ନକର୍ତ୍ତା : ମତଭେଦ ତ ହୁଏ । ଦାଦାଶ୍ରୀ : ହଁ, କିନ୍ତୁ ସେହି ସମୟରେ ତୋ ମମୀ ଘର ଛାଡ଼ି ଚାଲିଯାଏ । କେବେ ? ପ୍ରଶ୍ନକର୍ତ୍ତା : ନା, ନା । ଦାଦାଶ୍ରୀ : ଆଉ ସେ ଆମେରିକାନ ତ ‘ୟୁ ୟୁ’ କରି ଏମିତି ବନ୍ଧୁକ ଦେଖାଇ ଚାଲିଯାଏ ଆଉ ଏ ତ ସାରା ଜୀବନ ରହେ । ସେଥିପାଇଁ ମୁଁ ତୋତେ ବୁଝାଉଛି ଯେ ଭାଇ, ଏପରି କରିବ ନାହିଁ, ଏ ପଟକୁ ବୁଲିବା ପରେ ଅନୁତାପ କରିବ । ଏହି ଇଣ୍ଡିୟନ ତ ଶେଷ ପର୍ଯ୍ୟନ୍ତ ସାଥିରେ ରହେ, ହଁ... ରାତି ଝଗଡ଼ା କରି ସକାଳ ପର୍ଯ୍ୟନ୍ତ ରିପେୟର ହୋଇଯାଏ । । ପ୍ରଶ୍ନକର୍ତ୍ତା : ଠିକ କଥା । ଦାଦାଶ୍ରୀ : ସେଥିପାଇଁ ଏବେ ସ୍ଥିର କରି ନେ ଯେ ମୋତେ ଭାରତୀୟ ଝିଅ ସହ ବାହା ହେବାର ଅଛି । ଇଣ୍ଡିୟନ ମଧ୍ୟରେ ତୋତେ ଯାହା ପସନ୍ଦ ଆସେ ତାହା, ବ୍ରାହ୍ମଣ, ବୈଶ୍ୟ ଯାହା ତୋତେ ଠିକ ଲାଗେ, ସେଥିରେ ଅସୁବିଧା ନାହିଁ ।
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy