SearchBrowseAboutContactDonate
Page Preview
Page 89
Loading...
Download File
Download File
Page Text
________________ ୭୨ । ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ନା ! ସେତେବେଳେ ଅନୁଭବ ହେବ ! ସେତେବେଳେ ଅନୁତାପ କରିବ ଯେ ବାପା କହୁଥିଲେ, ତାହା ସତ କଥା । ଏହା ତ ଲଫଡ଼ା ହିଁ ଅଟେ । ପ୍ରଶ୍ନକର୍ଭା : ମୋହ ଏବଂ ପ୍ରେମର ଭେଦରେଖା କ’ଣ ? ଦାଦାଶ୍ରୀ : ଏ ପତଙ୍ଗ ଥାଏ ନା ? ପତଙ୍ଗ ଦୀପ ପଛରେ ପଡ଼ି ‘ୟା ହୋମ’ ହୋଇଯାଏ ନା ? ସେ ନିଜ ଜୀବନ ଖତମ କରିଦିଏ । ଏହା ‘ମୋହ’ କୁହାଯାଏ । ଯେବେକି ପ୍ରେମ ସର୍ବଦା ତିଷେ, ତଥାପି ସେଥିରେ ମଧ୍ୟ ଅଳ୍ପ ଆସକ୍ତିର ଯନ୍ତ୍ରଣା ହୁଏ । ଯେଉଁ ମୋହ ହୁଏ, ତାହା ସ୍ଥାୟୀ ନୁହେଁ । । ଏଠି ବାର ମାସ ଯାଏଁ ଏତିକି ଛୋଟ ଫୋଟକା ହୋଇଯାଏ ନା, ତେବେ ମୁଁହ ବି ଦେଖେ ନାହିଁ, ମୋହ ଚାଲିଯାଏ । ଯଦି ସଚ୍ଚା ପ୍ରେମ ଥିବ ତେବେ ଗୋଟିଏ ଫୋଟକା ତ କ’ଣ, ଦୁଇଟି ଫୋଟକା ହେବ ତେବେ ମଧ୍ୟ ପ୍ରେମ ଯାଏ ନାହିଁ । ସେଥିପାଇଁ ଏଭଳି ପ୍ରେମ ଖୋଜି ବାହାର କର । ନଚେତ ବାହା ହିଁ ହୁଅ ନାହିଁ । ନହେଲେ ଫଶିଯିବ । ସେ ମୁଁହ ଚଢ଼େଇବ ତେବେ କହିବ, “ମୋତେ ୟା ମୁଁହ ଦେଖୁକୁ ଭଲ ଲାଗୁନାହିଁ ।” ଯେତେବେଳେ ଦେଖୁଥିଲୁ ସେତେବେଳେ ତୋତେ ଭଲ ଲାଗିଥିଲା, ସେଥିପାଇଁ ତ ତୋତେ ପସନ୍ଦ ଆସିଥିଲା ଆଉ ଏବେ ଏ ପସନ୍ଦ ନାହିଁ ? ଏ ତ ମିଠା କହୁଥିବ, ସେପର୍ଯ୍ୟନ୍ତ ପସନ୍ଦ ଆସେ ଆଉ କଠୋର(କର୍କଶ) କହେ, ତେବେ କୁହେ ‘ମୋତେ ତୋ ସହ ଭଲ ଲାଗୁନାହିଁ । | ପ୍ରଶ୍ନକର୍ତ୍ତା : ‘ଡେଟିଙ୍ଗ୍’ ଆରମ୍ଭ ହୋଇ ଯାଇଥିବ, ପରେ ଏବେ ତାହା କିପରି ବନ୍ଦ କରିବୁ ? । ଦାଦାଶ୍ରୀ : ବନ୍ଦ କରିଦିଅ । ଏହି କ୍ଷଣି ସ୍ଥିର କର ଯେ ଏହା ବନ୍ଦ କରିଦେବାର ଅଛି । ମୁଁ କୁହେ ଯେ ଏଠି ତୁ ଛଳନାର ଶିକାର ହେଉଛୁ, ତେବେ ପୁଣି ଛଳନାର ଶିକାର ହେବା ବନ୍ଦ କରିଦିଏ । ନୂଆ ରୂପରେ( ଏବେଠାରୁ) ଛଳନାର ଶିକାର ହେବା ବନ୍ଦ । ଯେତେବେଳେ ଉଠିଲେ ସେତେବେଳେ ସକାଳ । ଯେବେ ବୁଝାପଡ଼ିଲା ଯେ ଏହା ଠିକ ହେଉନାହିଁ ତେବେ ବନ୍ଦ କରିଦେବା ଉଚିତ । । ୱାଇଲ୍ଡ ଲାଇଫ (ଅସଂସ୍କୃତ ଜୀବନ) ନହେବା ଉଚିତ, ଇଣ୍ଡିୟନ ଲାଇଫ (ସଂସ୍କୃତ ଜୀବନ) ହେବା ଉଚିତ । ତୁମେ ଭଲ ଥିବ ତେବେ ତୁମକୁ ପତ୍ନୀ ମଧ୍ୟ ଭଲ ମିଳିବ । ତାହା ‘ବ୍ୟବସ୍ଥିତ', ଯାହା ଏକଜାକ୍ତ ହୁଏ ।
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy