SearchBrowseAboutContactDonate
Page Preview
Page 52
Loading...
Download File
Download File
Page Text
________________ ୩୫ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପଡ଼ିଥିବା ଜଞ୍ଜାଳ ଅଟେ ! ଏଣୁ ଏମାନଙ୍କୁ ସାହାଯ୍ୟ କରିବ ନିଶ୍ଚୟ କିନ୍ତୁ ଭିତରୁ ଡ୍ରାମାଟିକ ରହିବ । ପ୍ରଥମେ ଅଭିଯୋଗ କରିବା ପାଇଁ କିଏ ଆସେ ? କଳିଯୁଗରେ ତ ଯିଏ । ଦୋଷୀ ହୋଇଥିବ, ସେ ହିଁ ପ୍ରଥମେ ଅଭିଯୋଗ ନେଇ ଆସେ ଆଉ ସତ୍ୟଯୁଗରେ ଯିଏ ନିର୍ଭେଷ ହୋଇଥିବ ସେ ପ୍ରଥମେ ଅଭିଯୋଗ ନେଇ ଆସେ । ଏହି କଳିଯୁଗରେ ନ୍ୟାୟ କରିବା ବାଲା ବି ଏପରି ଅଟନ୍ତି ଯେ ଯାହାର ପ୍ରଥମେ ଶୁଣନ୍ତି ତା’ ପକ୍ଷରେ ବସିଯାନ୍ତି । । ଘରେ ଚାରି ଜଣ ପିଲା ଥିବେ, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର କିଛି ଭୁଲ ନଥିବ ତଥାପି ବାପ ସେମାନଙ୍କୁ ଗାଳି କରିବାରେ ଲାଗିଥାଏ ଆଉ ଅନ୍ୟ ଦୁହେଁ ସବୁବେଳେ ଭୁଲ କରୁଥିବେ ତଥାପି କେହି ସେମାନଙ୍କୁ କିଛି କୁହନ୍ତି ନାହିଁ । ଏସବୁ ତାହାର ପଛର ରୁଟକଜ (ମୂଳ କାରଣକୁ ନେଇ ହୁଏ । ଆମ ଘରେ ଦୁଇ ସନ୍ତାନ ଥିବେ, ତେବେ ଦୁହେଁ ସମାନ ଲାଗିବା ଉଚିତ । ଯଦି ଆମେ କାହା ପକ୍ଷରେ ରହିବା ଯେ ‘ଏ ବଡ଼ ଦୟାଳୁ ଅଟେ ଆଉ ଛୋଟବାଲା ଟିକିଏ କଞ୍ଚା (ଅନଭିଜ୍ଞ) ଅଟେ । ତେବେ ସବୁ ବିଗିଡ଼ି ଯାଏ । ଦୁହେଁ ସମାନ ଲାଗିବା ଉଚିତ । ପ୍ରଶ୍ନକର୍ତ୍ତା : ପୁଅ କଥା-କଥାରେ ଜଦି ରୁଷି ଯାଉଛି । ଦାଦାଶ୍ରୀ : ବହୁତ ମହଙ୍ଗା ଅଟେ ନା ! ବହୁତ ମହଙ୍ଗା, ପୁଣି କ’ଣ ହେବ ? ଝିଅ ଶସ୍ତା ଅଟେ, ସେଥିପାଇଁ ବିଚାରି ରୁଷେ ନାହିଁ । । ପ୍ରଶ୍ନକର୍ତ୍ତା : ଏ ରୁଷିବା କାହିଁକି ହେଉଥିବ, ଦାଦାଜୀ ? ଦାଦାଶ୍ରୀ : ଏମାନେ ତ ମନାଇବାକୁ ଯାଆନ୍ତି ନା, ସେଥିପାଇଁ ରୁଷନ୍ତି । ମୋ ପାଖରେ ରୁଷିବ ତେବେ ଜାଣିବି ! ମୋ ସାଥିରେ କେହି ରୁଷନ୍ତି ନାହିଁ । ଆଉ ପୁଣି ଡାକିବି ହଁ ନାହିଁ ନା ! ଖାଉ କି ନଖାଉ, ଆଉ ଡାକିବି ନାହିଁ । ମୁଁ ଜାଣିଛି, ଏହାଦ୍ୱାରା ଖରାପ ଅଭ୍ୟାସ ପଡ଼ିଯାଏ, ଅଧିକ ଖରାପ ଅଭ୍ୟାସ ପଡ଼େ । ନା, ନା, ପୁଅ ଖାଇ ନେ, ପୁଅ ଖାଇ ନେ । ଆରେ, ଭୋକ ଲାଗିବ ତେବେ ପୁଅ ମନକୁ ମନ ଖାଇନେବ, କୁଆଡ଼େ ଯିବ ? ସେମିତିରେ ତ ମୋତେ ଅଲଗା କଳା ବି ଆସେ । ବହୁତ ତେଢ଼ା ହୋଇଥୁବ ତେବେ, ଭୋକିଲା ଥିବ ତଥାପି ଖାଇବ ନାହିଁ । ଏଣୁ ମୁଁ ତା’ ଆମ୍ବା ସହ ଭିତରେ ବି କରେ, ତୁମକୁ ଏମିତି କରିବାର ନାହିଁ । ତୁମେ ଯାହା କରୁଅଛି, ତାହା କର । କିନ୍ତୁ ମୋ ସହ ରୁଷନ୍ତି ନାହିଁ ଆଉ ଏଠି ମୋ ପାଖରେ ରୁଷିଲେ ଫାଇଦା ବି କ’ଣ ହେବ ?
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy