SearchBrowseAboutContactDonate
Page Preview
Page 51
Loading...
Download File
Download File
Page Text
________________ ୩୪ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସବୁଦିନ ବାପ ହେବାକୁ ଯିବା ତେବେ କିଛି ସାର ବାହାରେ ନାହିଁ । ପୁଅ ଚାଳିଷ ବର୍ଷର ହୋଇଥିବ ଆଉ ଆମେ ବାପପଣିଆ ଦେଖାଇବା ତେବେ କ’ଣ ହେବ ? ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦା, ବୁଢ଼ା ଲୋକ ବି ଯଦି ଆମ ସହିତ ଏପରି ବ୍ୟବହାର କରିବେ, ତାଙ୍କ ବିଚାର ପୁରୁଣା ହୋଇଯାଇଥିବ, ତେବେ ଆମେ ସେମାନଙ୍କୁ କିପରି ହ୍ୟାଣ୍ଡଲ କରିବା ଉଚିତ ? । ଦାଦାଶ୍ରୀ : ଏହି ଗାଡ଼ି ଠିକ୍ ଟାଇରେ, ଯେତେବେଳେ ଜଦୀରେ ଥିବା ସେତେବେଳେ, ପଙ୍କଚର ହୋଇଯାଏ, ତେବେ କ’ଣ ଆମେ ତା’ ଦ୍ବିଲ୍ ଚକା)କୁ ପିଟିବା ? । ପ୍ରଶ୍ନକର୍ତ୍ତା : ନା । । ଦାଦାଶ୍ରୀ : ଠିକ୍ ଟାଇମରେ, ଜଲଦୀ ଥିବ ଆଉ ଟାୟାର ପଙ୍କଚର ହୋଇଯାଏ ତେବେ ହିଂଲକୁ ମାରିବା ଉଚିତ ? ସେତେବେଳେ ତ ଫଟାଫଟ୍ ସମ୍ଭାଳି ନିଜ କାମ କରିନେବା ଉଚିତ । ଗାଡ଼ିରେ ପଙ୍କଚର ତ ହେଉଥାଏ । ସେହିପରି ବୁଢ଼ାଲୋକଙ୍କୁ ମଧ୍ୟ ପଙ୍କଚର ହୁଏ । ଆମକୁ ସମ୍ଭାଳି ନେବା ଉଚିତ । ପଙ୍କଚର ହେବ ତେବେ ଗାଡ଼ିକୁ ମାର-ପିଟ କରିପାରିବା ? ପ୍ରଶ୍ନକର୍ତ୍ତା : ଦୁଇ ପୁଅ ପରସ୍ପର ଲଢୁଥିବେ, ଆମେ ଜାଣିଛୁ ଯେ ଦୁହିଁଙ୍କ ମଧ୍ୟରୁ କେହି ବୁଝିବେ ନାହିଁ, ତେବେ ସେତେବେଳେ ଆମକୁ କ’ଣ କରିବା ଉଚିତ ? । ଦାଦାଶ୍ରୀ : ଥରେ ଦୁହିଁଙ୍କୁ ବସାଇ କହିଦେବ ଯେ ପରସ୍ପର ଝଗଡ଼ା କରିବାରେ ଫାଇଦା ନାହିଁ, ତାହାଦ୍ୱାରା ଲକ୍ଷ୍ମୀ ଚାଲିଯାଏ । ପ୍ରଶ୍ନକର୍ତ୍ତା : କିନ୍ତୁ ସେମାନେ ମାନିବାକୁ ପ୍ରସ୍ତୁତ ନ ହୁଅନ୍ତି ତେବେ କ’ଣ କରିବୁ, ଦାଦାଜୀ ? । ଦାଦାଶ୍ରୀ : ଯେମିତି ଅଛି ସେମିତି ରହିବାକୁ ଦିଅ । ପ୍ରଶ୍ନକର୍ତ୍ତା : ପୁଅମାନେ ପରସ୍ପର ମଧ୍ୟରେ ଲଢ଼ନ୍ତି ଏବଂ ସେହି ମାମଲା ବଡ଼ ଆକାର ନେଇ ନିଏ, ତେବେ ଆମେ କହୁ ଯେ ଏହା ଏପରି କେମିତି ହୋଇଗଲା ? ଦାଦାଶ୍ରୀ : ତାଙ୍କୁ ବୋଧ ହେବାକୁ ଦିଅ ନା, ପରସ୍ପର ଲଢ଼ିଲେ ତାଙ୍କୁ ନିଜକୁ ମାଲୁମ ହେବ, ବୁଝାପଡ଼ିବ ନା ? ଏମିତି ବାରମ୍ବାର ଅଟକାଇଲେ ବୋଧ ହେବ ନାହିଁ । ଜଗତ ତ କେବଳ ନିରୀକ୍ଷଣ କରିବା ଯୋଗ୍ୟ ଅଟେ ! (ବାସ୍ତବରେ) ଏ ପିଲାମାନେ କାହାର ନୁହନ୍ତି, ଏହା ତ ମୁଣ୍ଡ ଉପରେ ଆସି
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy