SearchBrowseAboutContactDonate
Page Preview
Page 37
Loading...
Download File
Download File
Page Text
________________ ୨୦ । । ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ବହୁତ ଭଲ ରହିବାକୁ ଲାଗିଲା, ହାଲୁକା ହେବାକୁ ଲାଗିଲା, ସେମିତି-ସେମିତି ସେମାନଙ୍କୁ ଆଟ୍ରାକ୍ସନ୍ ସ୍ନେହ) ବେଶୀ ହେବାକୁ ଲାଗିଲା । | ମୁଁ ସେମାନଙ୍କୁ ମନରେ ‘ଦାଦା’ ମାନୁଥିଲି, ସେଥିପାଇଁ ମୋ କଥା ତାଙ୍କ ମନକୁ ପହଞ୍ଚୁ ଥିଲା ନା ! ତାଙ୍କୁ ଲାଗେ କି “ଓହୋହୋ ! ତାଙ୍କୁ ମୋ ଉପରେ କେତେ ଭାବ ଅଛି !” ଏହା ଧାନପୂର୍ବକ ବୁଝିବା ଯୋଗ୍ୟ କଥା ଅଟେ । ଏପରି ସୂକ୍ଷ୍ମ କଥା କେବେ କେମିତି ପ୍ରକଟ ହୁଏ, ତ ତାହା ତୁମକୁ ବତାଇ ଦେଉଛି । ଯଦି ତୁମକୁ ଏପରି କରିବା ଆସିଯିବ ତେବେ କଲ୍ୟାଣ ହୋଇଯିବ ଏପରି ଅଟେ । ଏଣୁ ପୁଣି କ’ଣ କଲି ? ଏହିପରି ବ୍ୟବହାର ସବୁବେଳେ ଚାଲେ ସେଥିପାଇଁ ସେମାନଙ୍କ ମନରେ ଏମିତି ହିଁ ଲାଗେ ଯେ ଦାଦା ପରି ଆଉ କେହି ମିଳିବେ ନାହିଁ । । ପ୍ରଶ୍ନକର୍ତ୍ତା : ବାପ ଏମିତି ଭାବେ ଯେ ପୁଅ ଏଡ଼ଜଷ୍ଟ (ଅନୁକୂଳ) କାହିଁକି ହେଉନାହିଁ ? ଦାଦାଶ୍ରୀ : ଏହା ତ ତା’ର ବାପପଣିଆ ଅଛି, ସେଥିପାଇଁ । ଭାନ୍ (ହୋସ) ହିଁ ନାହିଁ । ବାପପଣିଆ ଅର୍ଥାତ୍ ବେଭାପଣିଆ । ଯେଉଁଠି ‘ପଣିଆ’ ଶବ୍ଦ ଆସିଲା, ସେଠି ବେହୋସି ଅଛି । | ପ୍ରଶ୍ନକର୍ତ୍ତା : ଏ ତ ବାପ ଓଲଟା କୁହେ ଯେ ମୁଁ ତୋ ବାପ, ତୁ ମୋ କଥା ମାନୁ ନାହୁଁ ? ମୋ ମାନ ରଖୁନାହୁଁ ? । ଦାଦାଶ୍ରୀ : ‘ତୋତେ ଜଣା ନାହିଁ, ଯେ ମୁଁ ତୋ ବାପ ହେବି ?' ଜଣେ ବ୍ୟକ୍ତିକୁ ତ ମୁଁ ଏଭଳି କହିବାର ଶୁଣିଥିଲି । ଏ ତ କି ପ୍ରକାର ଘଚକ୍ଟର (ମୁଖି, ବୋକା) ଜନ୍ମ ହୋଇଛନ୍ତି ? ଏଭଳି ବି କହିବାକୁ ପଡୁଛି ? ଯେଉଁ କଥା ସାରା ସଂସାର ଜାଣିଛି, ସେହି କଥା ବି କହିବାକୁ ପଡୁଛି ? । ପ୍ରଶ୍ନକର୍ତ୍ତା : ଦାଦା, ତାହା ଆଗର ଡାଇଲଗ୍( ସମ୍ବାଦ) ବି ମୁଁ ଶୁଣିଛି ଯେ ତୁମକୁ କିଏ କହିଥିଲା ଯେ ଆମକୁ ଜନ୍ମ କର ! ଦାଦାଶ୍ରୀ : ଏପରି କହିବେ ତେବେ ଆମର ସମ୍ମାନ କ’ଣ ରହିଗଲା ପୁଣି ? । (୬) ପ୍ରେମରେ ସୁଧାର କୋମଳମତିଙ୍କୁ ପ୍ରଶ୍ନକର୍ତ୍ତା : ତାଙ୍କର ଭୁଲ ହେଉଥିବ ତେବେ ଗାଳି କରିବାକୁ ତ ପଡ଼ିବା ନା ? ଦାଦାଶ୍ରୀ : ସେତେବେଳେ ତୁମେ ସେମାନଙ୍କୁ ଏପରି ପଚାରିବା ଉଚିତ
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy