SearchBrowseAboutContactDonate
Page Preview
Page 36
Loading...
Download File
Download File
Page Text
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ରହିବ, ତେବେ କ’ଣ ଷୋହଳ ବର୍ଷ ପୂର୍ବରୁ ମଧ୍ୟ ତା’ ସହ ଫ୍ରେଣ୍ଡସିପ୍ ହିଁ ରଖୁବା ଉଚିତ ? ଦାଦାଶ୍ରୀ : ତେବେ ତ ବହୁତ ଭଲ । କିନ୍ତୁ ଦଶ-ଏଗାର ବର୍ଷ ବୟସ ପର୍ଯ୍ୟନ୍ତ ଆମେ ଫ୍ରେଣ୍ଡସିପ୍ ରଖୁପାରିବା ନାହିଁ । ସେପର୍ଯ୍ୟନ୍ତ ତା’ଦ୍ଵାରା ଭୁଲ-ଚୁକ ହୋଇପାରେ । ଏଣୁ ତା’କୁ ବୁଝାଇବା ଉଚିତ । ଗୋଟେ ଅଧେ ଚଟକଣା ବି ଲଗାଇବାକୁ ପଡ଼େ, ଦଶ-ଏଗାର ବର୍ଷ ପର୍ଯ୍ୟନ୍ତ । ସେ ବାପର ନିଶ ଟାଣୁଥିବ ତେବେ ଚଟକଣା ବି ଲଗାଇବାକୁ ପଡ଼େ । ଯେଉଁମାନେ ବାପ ବନିବା ପାଇଁ ଗଲେ ନା, ସେମାନେ ତ ମାଡ଼ ଖାଇ ମରିଗଲେ । । ପ୍ରତ୍ୟେକ ମଣିଷକୁ ନିଜ ପିଲାମାନଙ୍କୁ ସୁଧାରିବାର ସମସ୍ତ ପ୍ରୟାସ କରିବା ଉଚିତ । ମାତ୍ର ପ୍ରୟାସ ସଫଳ ହେବା ଉଚିତ । ବାପ ହେଲା, ଏବେ ପିଲାଙ୍କୁ ସୁଧାରିବା ପାଇଁ କ’ଣ ସେ ବାପପଣିଆ ଛାଡ଼ି ପାରେ ? ମୁଁ ପିତା ଅଟେ? କ’ଣ ଏହା ଛାଡ଼ି ଦିଏ ? ପ୍ରଶ୍ନକର୍ତ୍ତା : ଯଦି ସେ ସୁଧୁରୁଥିବ ତେବେ ଅହଂ ଭାବ, ଦ୍ବେଷ, ସବୁ ଛାଡ଼ି ତା’କୁ ସୁଧାରିବାର ପ୍ରୟାସ କରିବା ଉଚିତ ? ଦାଦାଶ୍ରୀ : ତୁମକୁ ବାପ ହେବାର ଭାବ ଛାଡ଼ି ଦେବାକୁ ହେବ । ପ୍ରଶ୍ନକର୍ତ୍ତା : ‘ଏ ମୋ ପୁତ୍ର’ ଏପରି ମାନିବୁ ନାହିଁ ଏବଂ ‘ମୁଁ ବାପ ଅଟେ’ ଏପରି ମାନିବୁ ନାହିଁ ? ଦାଦାଶ୍ରୀ : ତେବେ ତାହା ଭଳି ତ ଆଉ କିଛି ନାହିଁ । ମୋ ସ୍ଵଭାବ ପ୍ରେମଭରା ଏଣୁ ଦୁଇ-ଚାରି ଜଣ ଏପରି ଲୋକ ଥିଲେ, ସେମାନେ ମୋତେ ପ୍ରେମରେ ‘ଦାଦା’ କହୁଥିଲେ । ଏବଂ ଅନ୍ୟ ସବୁ ତ ‘ଦାଦା କେବେ ଆସିଲେ ?' ଏମିତି ଉପରୁ ଉପରୁ ପଚାରୁ ଥିଲେ । ମୁଁ କୁହେ ଯେ “ପୁଅର ଦିନ ଆସିଲି ।” ତା’ପରେ କିଛି ବି ନାହିଁ, ଦେଖାଣିଆ ନମସ୍କାର ! କିନ୍ତୁ ସେମାନେ ତ ‘ରେଙ୍ଗୁଲର’(ନିୟମ ସହ) ନମସ୍କାର କରୁଥିଲେ । ମୁଁ ଖୋଜି ବାହାର କଲି ଯେ ସେମାନେ ମୋତେ ‘ ଦାଦା’ କହିବେ, ତେବେ ମନରେ ମୁଁ ସେମାନଙ୍କୁ ‘ଦାଦା’ ମାନିବି । ସେମାନେ ମୋତେ ଯେତେବେଳେ ‘ଦାଦା’ କହିବେ ସେତେବେଳେ ମନରେ ମୁଁ ସେମାନଙ୍କୁ ‘ଦାଦା’ କହିବି ଅର୍ଥାତ୍ ପୁସ-ମାଇନସ କରି ଚାଲୁଥିଲି, ଭେଦ ପଡ଼ିବାକୁ ଦେଉନଥିଲି । ମୁଁ ସେମାନଙ୍କୁ ମନରେ ଦାଦା କହୁଥିଲି । ଯେମିତି-ଯେମିତି ମୋ ମନ
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy