SearchBrowseAboutContactDonate
Page Preview
Page 30
Loading...
Download File
Download File
Page Text
________________ ଚିନ୍ତା ୨୩ ଚିନ୍ତାରୁ ଧନ୍ଦାର ସର୍ବନାଶ ପ୍ରଶ୍ନକର୍ତ୍ତା : ଧନ୍ଦାର ଚିନ୍ତା ହେଉଛି, ବହୁତ ପ୍ରତିବନ୍ଧ ଆସୁଛି । ଦାଦାଶ୍ରୀ : ଚିନ୍ତା ହେବାକୁ ଲାଗେ ତେବେ ବୁଝିନେବ ଯେ କାମ ଏବେ ଅଧିକ ବିଗିଡ଼ିବ । ଚିନ୍ତା ହେବ ନାହିଁ ତେବେ ବୁଝିବ ଯେ କାମ ବିଗିଡ଼ିବ ନାହିଁ । ଚିନ୍ତା କାମର ଅବରୋଧକ ଅଟେ । ଚିନ୍ତାରୁ ତ’ ଧନ୍ଦାର ସର୍ବନାଶ ହୋଇଯାଏ । ଯିଏ ବଢ଼େ-ଘଟେ, ତାହାର ନାମ ଧନ୍ଦା, ପୂରଣ-ଗଳନ ଅଟେ । ଯାହାର ପୂରଣ ହେଲା ତାହାର ଗଳନ ହେବା ବିନା ରହିବ ନାହିଁ । ଏହି ପୂରଣ-ଗଳନରେ ଆପଣଙ୍କର କିଛି ଚମତ୍କାରିତା ନାହିଁ । ଆଉ ଯାହା ଆପଣଙ୍କର ଚମତ୍କାରିତା ଅଟେ, ସେଥିରେ କିଛି ପୂରଣ-ଗଳନ ହୁଏ ନାହିଁ ! ଏପରି ଶୁଦ୍ଧ ବ୍ୟବହାର ଅଟେ ! ଏ ତୁମର ସ୍ତ୍ରୀଛୁଆ ପିଲା ସମସ୍ତେ ପାଟନର୍ସ ଅଟନ୍ତି ନା ? ପ୍ରଶ୍ନକର୍ତ୍ତା : ସୁଖ-ଦୁଃଖର ଭୋଗବଟା (ଭୋଗିବା)ରେ ଅଛନ୍ତି । । ଦାଦାଶ୍ରୀ : ତୁମେ ନିଜ ସ୍ତ୍ରୀ-ପିଲାମାନଙ୍କର ଅଭିଭାବକ ଅଟ । କେବଳ ଅଭିଭାବକକୁ ହିଁ ଚିନ୍ତା କ’ଣ ପାଇଁ କରିବା ଉଚିତ୍ ? ଆଉ ଘରବାଲା ତ’ ଓଲଟା କହୁଛନ୍ତି ଯେ ତୁମେ ଆମ ପାଇଁ ଚିନ୍ତା କର ନାହିଁ । ଚିନ୍ତା କଲେ କିଛି ବଢ଼ିଯାଉଛି କି ? ପ୍ରଶ୍ନକର୍ତ୍ତା : ବଢୁ ନାହିଁ । ଦାଦାଶ୍ରୀ : ବଢୁ ନାହିଁ ? ତେବେ ପୁଣି ସେ ବେକାର ବ୍ୟାପାର କିଏ କରିବ ? ଯଦି ଚିନ୍ତା କରିବା ଦ୍ଵାରା ବଢ଼ିଯାଉଥିବ ତେବେ କର । । ସେହି ଦୃଷ୍ଟି ଦ୍ବାରା ଚିନ୍ତା ଗଲା... ଧନ୍ଦା କରିବା ପାଇଁ ତ’ ବହୁତ ବଡ଼ ଛାତି ଦରକାର । ଯଦି ସାହାସ କମିଯିବ ତେବେ ଧନ୍ଦା ଠପ୍ ହୋଇଯିବ । । ପୂର୍ବରୁ ଥରେ ଆମ କମ୍ପାନିରେ କ୍ଷତି ହୋଇଥିଲା, ଜ୍ଞାନ ହେବା ପୂର୍ବରୁ । ସେତେବେଳେ ମୋତେ ରାତିସାରା ନିଦ ଆସିଲା ନାହିଁ , ଚିନ୍ତା ହୋଇ ଚାଲିଥାଏ । ସେତେବେଳେ ଭିତରୁ ଉତ୍ତର ମିଳିଲା ଯେ ଏ କ୍ଷତିର ଚିନ୍ତା ଏବେ କିଏ କିଏ କରୁଥିବେ ? ମୋତେ ଲାଗିଲା ଯେ ମୋ ଭାଗୀଦାରମାନେ କଦାଚିତ୍ ଚିନ୍ତା
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy