SearchBrowseAboutContactDonate
Page Preview
Page 29
Loading...
Download File
Download File
Page Text
________________ । ୨୨ ଚିନ୍ତା । ହୁଏ, ଖାଇବାର ଚିନ୍ତା କାହାକୁ ମଧ୍ୟ ହୁଏ ନାହିଁ । ସରପ୍ଲସର ହିଁ ଚିନ୍ତା ହୁଏ । ଏ ପ୍ରକୃତି ଏପରି ବ୍ୟବସ୍ଥିତ ଯେ କେବଳ ସରପ୍ଲସର ହିଁ ଚିନ୍ତା ହୁଏ । ଅନ୍ୟଥା,ଛୋଟରୁ ଛୋଟ ଚାରା କେଉଁଠି ମଧ୍ୟ ଉଠିଥାଉ, ସେଠାରେ ପାଣି ଛିଞ୍ଚି ହୋଇଯାଏ । ଏତିକି ସବୁ ବ୍ୟବସ୍ଥା ତ’ ଅଛି । ଏହା ରେଗୁଲେଟର ଅଫ୍ ଦି ୱାର୍ଲ ଅଟେ । ତାହା କୁ ରେଗୁଲେଶନରେ ହିଁ ରଖୁଥାଏ ନିରନ୍ତର । ଏହା ଏପରି କୌଣସି ଗପ ନୁହେଁ, ଅର୍ଥାତ୍ ସରଘ୍ନସର ହିଁ ଚିନ୍ତା ଅଟେ, ତା’କୁ ଖାଇବାର ଚିନ୍ତା ନାହିଁ । । ପ୍ରଶ୍ନକର୍ତ୍ତା : ଆପଣଙ୍କୁ ସବୁ ଏପରି ସରପ୍ଲସବାଲା ହିଁ ମିଳିଛନ୍ତି ଲାଗୁଛି ଯେ, ଯେଉଁମାନଙ୍କୁ ଚିନ୍ତା ହିଁ ହେଉଥାଏ, ଡ଼େ ଫିସିଟ୍ ନିଅଣ୍ଟ) ବାଲା କେହି ମିଳିନାହାନ୍ତି ଲାଗୁଛି ! । ଦାଦାଶ୍ରୀ : ନା, ଏପରି ନୁହେଁ, ଡ଼ିଫିସିଲା ବହୁତ ମିଳିଛନ୍ତି, କିନ୍ତୁ ସେମାନଙ୍କୁ ଚିନ୍ତା ହୁଏ ନାହିଁ । ସେମାନଙ୍କୁ ମନରେ ଅଳ୍ପ ଏପରି ହୁଏ ଯେ ଆଜି ଏତିକି ଆଣିବାର ଅଛି, ସେ ନେଇ ଆସନ୍ତି । ଅର୍ଥାତ୍ ଯେଉଁମାନେ ଚିନ୍ତା-ବିନ୍ତା କରନ୍ତି ସେମାନେ ଅଲଗା ଲୋକ ହୋଇଥିବେ ଆଉ ଏମାନେ ତ’ ଭଗବାନଙ୍କୁ ସମର୍ପଣ କରିଦିଅନ୍ତି । ଭଗବାନଙ୍କୁ ଯାହା ଭଲ ଲାଗିଲା ତାହା ମୋ ପାଇଁ ଠିକ୍ ଏପରି ଚାଲନ୍ତି । ଆଉ ଏମାନେ ତ’ ଭଗବାନ ନୁହେଁ, ଏମାନେ ତ’ ନିଜେ କର୍ଭା ଅଟନ୍ତି ନା ! କର୍ମର କର୍ତ୍ତା ମୁଁ ଏବଂ ଭୋକ୍ତା ମଧ୍ୟ ମୁଁ, ଏଥିପାଇଁ ପୁଣି ଚିନ୍ତା ମୁଣ୍ଡକୁ ନିଏ । ଚିନ୍ତା, ସେଠାରେ ଲକ୍ଷ୍ମୀ ତିଷ୍ଠିବ ? ପ୍ରଶ୍ନକର୍ତ୍ତା : ଯଦି ଏପରି ହେବ ତେବେ ତ? ପୁଣି ଲୋକେ କାମକୁ ଯିବେ ନାହିଁ ଆଉ ଚିନ୍ତା କରିବେ ହିଁ ନାହିଁ । । ଦାଦାତ୍ରୀ : ନା, କାମକରିବା ପାଇଁ ଯାଆନ୍ତି । ତାହା ମଧ୍ୟ ତାଙ୍କ ହାତରେ ନାହିଁ ନା ! ସେମାନେ ଲଟୁ ଅଟନ୍ତି, ପ୍ରକୃତି ଯେପରି ପୁରାଉଛି ସେପରି ଘୁରୁଛନ୍ତି ଆଉ ମୁହଁରେ ଅହଂକାର କରୁଛନ୍ତି ଯେ ମୁଁ କାମକୁ ଯାଇଥିଲି । ଆଉ ବେକାରରେ ଚିନ୍ତା କରନ୍ତି । ଚିନ୍ତାବାଲା ଟଙ୍କା ଆଣିବ କେଉଁଠୁ ? ଲକ୍ଷ୍ମୀଜୀଙ୍କ ସଭାବ କିପରି ? ଲକ୍ଷ୍ମୀ ଚିନ୍ତାବାଲା ପାଖରେ ରୁହନ୍ତି ନାହିଁ । ଯେଉଁମାନେ ଆନନ୍ଦବାଲା ହୋଇଥିବେ, ଭଗବାନଙ୍କୁ ମନେ ପକାଉଥିବେ, ସେମାନଙ୍କ ପାଖକୁ ଲକ୍ଷ୍ମୀ ଯାଆନ୍ତି ।
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy