SearchBrowseAboutContactDonate
Page Preview
Page 14
Loading...
Download File
Download File
Page Text
________________ ଯାହା ହେଲା ତାହା ନ୍ୟାୟ ଶହେ ମାର୍କରୁ ପଚିଶ ମାର୍କ ଆସିଛି । ତେବେ କ’ଣ ଆମେ ଜାଣି ପାରିବା ନାହିଁ ଯେ ଏଥିରେ କେଉଁଠି ଭୁଲ ରହିଗଲା ? ଏହି ପରିଣାମରୁ, କେଉଁ କାରଣରୁ ଭୁଲ ହେଲା ତାହା ଆମକୁ ଜଣା ପଡ଼ିବ ନା ? ଏ ସବୁ ସଂଯୋଗ ଯେଉଁ ଏକାଠି ହୁଅନ୍ତି, ସେ ସବୁ ପରିଣାମ ଅଟେ । ଏବଂ ସେ ପରିଣାମରୁ, କ’ଣ କାରଣ ଥିଲା, ତାହା ମଧ୍ୟ ଆମକୁ ଜଣାପଡ଼େ । । ଏହି ରାସ୍ତାରେ ସବୁ ଲୋକଙ୍କ ଯିବାଆସିବା ହେଉଥିବା ଆଉ ଏକ ବବୁଲ୍ ଗଛର କଣ୍ଟା ଏମିତି ସିଧା ହୋଇ ପଡ଼ିଥିବ, ବହୁତ ଲୋକ ଗଲେ-ଆସିଲେ କିନ୍ତୁ କଣ୍ଟା ଯେମିତିକୁ ସେମିତି ପଡ଼ି ରହିଥାଏ । ସେମିତିରେ ତ ତୁମେ ବୁଟ୍-ଚପଲ ପିନ୍ଧିବା ବିନା ଘରୁ ବାହାର ନାହିଁ କିନ୍ତୁ ସେଦିନ କାହା ପାଖକୁ ଯାଇଥିବ ଏବଂ ଚିତ୍କାର ଶୁଭେ ଯେ ଚୋର ଆସିଲା, ଚୋର ଆସିଲା, ସେତେବେଳେ ତୁମେ ଖୋଲା ପାଦରେ ଦୌଡ଼ିଯାଅ ଏବଂ କଣ୍ଟା ତୁମ ପାଦରେ ପଶିଯାଏ । ତେବେ ତାହା ତୁମର ହିସାବ ! ତାହା ମଧ୍ୟ ଏପରି ଯେ ଏପଟୁ-ସେପଟକୁ ବାହାରିଯିବ, ଏମିତି ଲାଗେ ! ଏବେ ଏ ସଂଯୋଗ କିଏ ଏକାଠି କରି ଦି ଏ ? ଏ ‘ବ୍ୟବସ୍ଥିତ ଶକ୍ତି ? ( ସାଇଣ୍ଟି ଫି କ ସରକମ୍ପିୟଲ ଏଭିଡେନ୍ସ) ଏକାଠି କରିଦିଏ । । ପ୍ରକୃତିର ନିୟମ ମୁମ୍ବାଇ ସହରରେ ତୁମ ସୁନା ଚେନବାଲା ଘଣ୍ଟା ହଜିଯାଏ ଏବଂ ଘରକୁ ଆସି ତୁମେ ଏପରି ମାନିନିଅ ଯେ “ଭାଇ, ଏବେ ଆଉ ତାହା ମୋତେ ମିଳିବା ନାହିଁ । କିନ୍ତୁ ଦୁଇ ଦିନ ପରେ ପେପରରେ ପଢ଼ିବାକୁ ମିଳେ ଯେ ଯାହାର ଘଣ୍ଟା ହୋଇଥିବ ସେ ପ୍ରମାଣ ଦେଇ ମୋ ଠାରୁ ନେଇଯାଉ ଏବଂ ବିଜ୍ଞାପନର ଖର୍ଚ୍ଚ ଦେଇଯାଉ । ଅର୍ଥାତ୍ ଯାହାର ଅଟେ, ତାହା କେହି ନେଇ ପାରିବ ନାହିଁ । ଯାହାର ନୁହଁ, ତା’କୁ ଆଉ ମିଳିବ ନାହିଁ । ଏକ ପରସେଣ୍ଟ ମଧ୍ୟ କୌଣସି ଉପାୟରେ ଆଗପଛ କରିପାରିବା ନାହିଁ । ଏତେ ନିୟମବଦ୍ଧ ଜଗତ । କୋର୍ଟ ଯେମିତି ବା ହେବ କିନ୍ତୁ ସେ କୋର୍ଟ କଳିଯୁଗର ଆଧାରରେ ହେବ, କିନ୍ତୁ ଏ ପ୍ରକୃତି ନିୟମର ଅଧନ ଅଟେ । କୋର୍ଟର ନିୟମ ଭାଙ୍ଗିଥିବ ତେବେ କୋର୍ଟର ଅପରାଧୀ ହେବ, କିନ୍ତୁ ପ୍ରକୃତିର ନିୟମ ଭାଙ୍ଗ ନାହିଁ ।
SR No.034052
Book TitleWhatever Has Happened Is Justice Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages36
LanguageOriya
ClassificationBook_Other
File Size1 MB
Copyright © Jain Education International. All rights reserved. | Privacy Policy