SearchBrowseAboutContactDonate
Page Preview
Page 13
Loading...
Download File
Download File
Page Text
________________ ଯାହା ହେଲା ତାହା ନ୍ୟାୟ । । ଦାଦାଶ୍ରୀ: ଯେତିକି ଦୋଷୀ ଥିବେ ସେତି କି ଙ୍କୁ ହିଁ ପ୍ରକୃତି ଧରିବ, ଅନ୍ୟମାନଙ୍କୁ ନୁହେଁ । ଏମାନେ ସବୁ ଦୋଷୀକୁ ହିଁ ଧରନ୍ତି ! ଏ ଜଗତ ଆଦୌ । ଡିଷ୍ଟର୍ବ ବିଶୃଙ୍ଖଳିତ) ହୋଇନାହିଁ । ଏକ ସେକେଣ୍ଡ ପାଇଁ ମଧ୍ୟ ନ୍ୟାୟରୁ ବାହାରେ କିଛି ହୋଇନାହିଁ । । ଜଗତରେ ଆବଶ୍ୟକ ଚୋର-ସାପ ତେବେ ଏ ଲୋକେ ମୋତେ କୁହନ୍ତି ଯେ ଏ ଚୋର ଏବଂ ପକେଟ ମାରୁଥିବା ଲୋକେ କ’ଣ କରିବା ପାଇଁ ଆସିବେ ? ଭଗବାନ ଏମାନଙ୍କୁ କାହିଁକି ଜନ୍ମ ଦେଇଥିବେ ? ଆରେ, ସେମାନେ ନଥାନ୍ତେ ତେବେ ତୁମ ପକେଟ କିଏ ଖାଲି କରିବ ? ଭଗବାନ କ’ଣ ନିଜେ ଆସିବେ ? ତୁମ ଚୋରିଧନ କିଏ ଧରିବ ? ତୁମର କଳାଧନ ଥିବ ତେବେ କିଏ ନେବ ? ସେମାନେ ବିଚରା ତ ନିମିତ୍ତ( ମାଧ୍ୟମ) ଅଟନ୍ତି । ଏଣୁ ଏ ସମସ୍ତଙ୍କର ଆବଶ୍ୟକତା ଅଛି । ପ୍ରଶ୍ନକର୍ତ୍ତା: କାହାର ଝାଳବୁହା ଧନ ବି ଚାଲିଯାଏ । ଦାଦାଶ୍ରୀ: ତାହା ତ ଏହି ଜନ୍ମର ଝାଳବୁହା ଧନ, କିନ୍ତୁ ପୂର୍ବର ସବୁ ହିସାବ ଅଛି ନା ! ବହି-ଖାତା ବାକି ଅଛି, ସେଥିପାଇଁ, ଅନ୍ୟଥା କେହି କେବେ ଆମର କିଛି ମଧ୍ୟ ନେଇ ପାରିବ ନାହିଁ । କାହାଠାରୁ ନେଇ ପାରିବା, ଏଭଳି ଶକ୍ତି ହିଁ ନାହିଁ । ଆଉ ନେଇଯିବା ତାହା ତ ଆମର କିଛି ଆଗ-ପଛର ହିସାବ ଅଟେ । ଏ ଦୁନିଆରେ କେହି ଏପରି ଜନ୍ମ ହୋଇନାହିଁ ଯିଏ କାହାର କିଛି କରିପାରିବ । ଏତେ ନିୟମବାଲା ଜଗତ ଅଟେ । ବହୁତ ନିୟମବାଲା ଜଗତ ଅଟେ । ଏ ପୁରା ପଡ଼ିଆ ସାପରେ ଭରି ହୋଇଥିବ, କିନ୍ତୁ ସାପ ଆମକୁ ଛୁଇଁ ପାରିବ ନାହିଁ, ଏତେ ନିୟମବାଲା ଜଗତ ଅଟେ । ବହୁତ ହିସାବବାଲା ଅଟେ । ଏ ଜଗତ ବହୁତ ସୁନ୍ଦର ଅଟେ, ନ୍ୟାୟ ସରୂପ ଅଟେ, କିନ୍ତୁ ଲୋକଙ୍କୁ ବୁଝାପଡୁନାହିଁ । । କାରଣ ଜଣାପଡ଼େ, ପରିଣାମରୁ ଏହାସବୁ ରେଜଲ୍ ଅଟେ । ଯେମିତି ପରୀକ୍ଷାର ରେଜଲ୍ଟ ଆସେ ନା, ଏ ମ୍ୟାଥମେଟିକ୍ସ( ଗଣିତ)ରେ ଶହେ ମାର୍କରୁ ପଞ୍ଚାନବେ ମାର୍କ ଆସିଛି ଆଉ ଇଂରାଜୀରେ
SR No.034052
Book TitleWhatever Has Happened Is Justice Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages36
LanguageOriya
ClassificationBook_Other
File Size1 MB
Copyright © Jain Education International. All rights reserved. | Privacy Policy