SearchBrowseAboutContactDonate
Page Preview
Page 30
Loading...
Download File
Download File
Page Text
________________ ମାନବ ଧର୍ମ ଏଥ‌ିପାଇଁ ମୋତେ ଲୋଭ କରିବାର ଆବଶ୍ୟକତା ହିଁ ନାହିଁ । ଲୋଭ ନରହିବ ତାହା ମାନବ ଧର୍ମ କୁହାଯାଏ । ଏତେ ସବୁ ତ’ ହୋଇପାରିବନି, କିନ୍ତୁ ମନୁଷ୍ୟ ଯଦି କିଛି ସୀମା ପର୍ଯ୍ୟନ୍ତ ପାଳନ କରେ ତେବେ ମଧ୍ୟ ବହୁତ ହୋଇଗଲା । ୨୧ ପ୍ରଶ୍ନକର୍ତ୍ତା : ତେବେ ତାହାର ଅର୍ଥ ଏଇଆ ହେଲା ଯେ ଯେମିତି-ଯେମିତି କଷାୟ ରହିତ ହୋଇଗୁଲିବୁ, ତାହା ମାନବ ଧର୍ମ ଅଟେ ? ଦାଦାଶ୍ରୀ : ନା, ଏପରି ହେବ ତେବେ ତ ପୁଣି ସେ ବୀତରାଗ ଧର୍ମରେ ଆସିଗଲା । ମାନବ ଧର୍ମ ଅର୍ଥାତ୍ କେବଳ ଏତିକି ଯେ ସ୍ତ୍ରୀ ସହ ରହିବା, ପିଲାମାନଙ୍କ ସହ ରହିବା, ଅମୁକ ସାଙ୍ଗରେ ରହିବା, ତନ୍ମୟାକାର ହୋଇଯିବା, ବାହାକରାଇବା, ଏସବୁ ଭିତରେ କଷାୟରହିତ ହେବାର ପ୍ରଶ୍ନହିଁ ନାହିଁ, କିନ୍ତୁ ଆପଣଙ୍କୁ ଯେମିତି ଦୁଃଖ ହୁଏ ସେମିତି ଅନ୍ୟମାନଙ୍କୁ ମଧ୍ୟ ଦୁଃଖ ହେବ, ଏପରି ମାନିକରି ଆପଣ ଭୁଲିବେ । ପ୍ରଶ୍ନକର୍ତ୍ତା : ହଁ, କିନ୍ତୁ ସେଥ‌ିରେ ପୁଣି ଏଇୟା ହେଲା ନା, ଯେ ଧରିନିଅ ଆମକୁ ଭୋକ ଲାଗିଲା, ଭୋକ ଏକପ୍ରକାର ଦୁଃଖ ଅଟେ । ତା’ ପାଇଁ ଆମ ପାଖରେ ସାଧନ ଅଛି, ଆମେ ଖାଆନ୍ତି । କିନ୍ତୁ ଯାହା ପାଖରେ ସେ ସାଧନ ନାହିଁ ତାକୁ ତାହା ଦେବା, ଆମକୁ ଯେଉଁ ଦୁଃଖ ହେଉଛି ତାହା ଅନ୍ୟମାନଙ୍କୁ ନହେଉ ଏପରି କରିବା, ତାହା ମଧ୍ୟ ଏକ ଦିଗରୁ ମାନବତା ହିଁ ହେଲା ନା ? ଦାଦାଶ୍ରୀ : ନା, ଏହା ଆପଣ ଯେଉଁ ମାନୁଛନ୍ତି ନା, ତାହା ମାନବତା ନୁହେଁ । ପ୍ରକୃତିର ନିୟମ ଏପରି ଅଟେ ଯେ, ସେ ପ୍ରତ୍ୟେକଙ୍କୁ ସେମାନଙ୍କର ଭୋଜନ ପହଞ୍ଚାଇ ଦିଏ । ଗୋଟିଏ ମଧ୍ଯ ଗାଁ ହିନ୍ଦୁସ୍ତାନରେ ଏପରି ନାହିଁ, ଯେଉଁଠାରେ କୌଣସି ମନୁଷ୍ୟକୁ କେହି ଖାଇବା ପହଞ୍ଚାଇବା ପାଇଁ ଯାଉଥବ, କପଡା ପହଞ୍ଚାଇବା ପାଇଁ ଯାଉଥବ । ଏପରି କିଛି ନାହିଁ । ଏହା ତ’ କେବଳ ଏହି ସହରରେ ଥାଏ, ଏକ ପ୍ରକାର ପ୍ରତିପାଦନ(ପ୍ରତିଷ୍ଠା) କରିଛନ୍ତି ! ଏ ତ’ ବ୍ୟପାରୀ ଢଙ୍ଗ ଆପଣାଇଛନ୍ତି ଯେ ସେମାନଙ୍କ ପାଇଁ ଟଙ୍କା ଏକାଠି କରିବା । ଅସୁବିଧା ତ କେଉଁଠି ଅଛି ? ସାଧାରଣ ଜନତା, ଯେଉଁମାନେ ମାଗିପାରୁ ନାହାନ୍ତି, କିଛି କହିପାରୁ ନାହାନ୍ତି, ସେଠାରେ ଅସୁବିଧା ଅଛି । ବାକି ସବୁ ଜାଗା ଏଥ‌ିରେ କି ଅସୁବିଧା ଅଛି ? ଏ ତ’ ବିନା କାରଣରେ ଧରି ବସିଛନ୍ତି, ବେକାରରେ ! ପ୍ରଶ୍ନକର୍ତ୍ତା : ଏପରି କେଉଁମାନେ ? ଦାଦାଶ୍ରୀ : ଆମର ସମସ୍ତ ସାଧାରଣ ବର୍ଗ ଏପରି ହିଁ ଅଟେ । ସେଠିକୁ
SR No.034048
Book TitleManav Dharma Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy