SearchBrowseAboutContactDonate
Page Preview
Page 29
Loading...
Download File
Download File
Page Text
________________ ୨୦ ମାନବ ଧର୍ମ ସଂକ୍ଷେପରେ, ପ୍ରତ୍ୟେକଙ୍କର ମାନବତା ନିଜ ଅନୁସାରେ ହୋଇଥାଏ । ‘ମୁଁ କାହାରିକୁ ଦୁଃଖ ଦେବିନାହିଁ”, ତାହା ମାନବତାର ବାଉଣ୍ଡୀ(ସୀମା) ଅଟେ ଏବଂ ସେ ବାଉଣ୍ଡୀ ପ୍ରତ୍ୟେକଙ୍କର ଅଲଗା-ଅଲଗା ହୋଇଥାଏ । ମାନବତାର କୌଣସି ସୈକୀକ ମାପଦଣ୍ଡ ନାହିଁ । ‘ଯାହାଦ୍ବାରା ମୋତେ ଦୁଃଖ ହୁଏ, ସେପରି ଦୁଃଖ ମୁଁ ଅନ୍ୟ କାହାକୁ ଦେବି ନାହିଁ । କେହି ମୋତେ ଏଭଳି ଦୁଃଖ ଦେବ ତେବେ କ’ଣ ହେବ ? ସେଥ‌ିପାଇଁ ସେଭଳି ଦୁଃଖ ମୁଁ କାହାକୁ ଦେବି ନାହିଁ ।’ ସେ ନିଜର ଯେତିକି ଡେଭଲପମେଣ୍ଟ ହୋଇଥବ, ସେ ଅନୁସାରେ କରେ । ସୁଖ ମିଳେ, ଦେଇ କରି ସୁଖ ପ୍ରଶ୍ନକର୍ତ୍ତା : ମୁଁ ଜାଣିଛି ଯେ କାହାରି ମନକୁ ଦୁଃଖ ନ ହେବ, ଏହିପରି ବଞ୍ଚିବାର ଅଛି, ସେ ସବୁ ମାନବତାର ଧର୍ମ ଜାଣିଛି । ଦାଦାଶ୍ରୀ: ସେ ତ ସବୁ ମାନବତାର ଧର୍ମ ଅଟେ । ମାନବ ଧର୍ମର ଅର୍ଥ କ’ଣ ? ଆମେ ସାମ୍ନାବାଲାକୁ ସୁଖ ଦେବା ତେବେ ଆମକୁ ସୁଖ ମିଳିଋଲିବ । ଯଦି ଆମେ ସୁଖ ଦେବାର ବ୍ୟବହାର କରିବା ତେବେ ବ୍ୟବହାରରେ ଆମକୁ ସୁଖ ପ୍ରାପ୍ତ ହେବ ଆଉ ଦୁଃଖ ଦେବାର ବ୍ୟବହାର କରିବା ତେବେ ବ୍ୟବହାରରେ ଦୁଃଖ ପ୍ରାପ୍ତ ହେବ । ଏଥ‌ିପାଇଁ ଯଦି ଆମକୁ ସୁଖ ଦରକାର ତେବେ ବ୍ୟବହାରରେ ସମସ୍ତଙ୍କୁ ସୁଖ ଦିଅ ଆଉ ଦୁଃଖ ଦରକାର ତେବେ ଦୁଃଖ ଦିଅ । ଆଉ ଯଦି ଆତ୍ମାର ସଦ୍ଭାବିକ ଧର୍ମ ଜାଣିନେବା ତେବେ ପୁଣି ନିରନ୍ତର ସୁଖର ଅନୁଭବ ହେବ । ପ୍ରଶ୍ନକର୍ତ୍ତା : ସମସ୍ତଙ୍କୁ ସୁଖ ପହଞ୍ଚାଇବାର ଶକ୍ତି ପ୍ରାପ୍ତ ହେଉ, ଏପରି ପ୍ରାର୍ଥନା କରିବା ଉଚିତ୍ ନା ? ଦାଦାଶ୍ରୀ: ହଁ, ଏପରି ପ୍ରାର୍ଥନା କରି ପାରିବା ! ଜୀବନ ବ୍ୟବହାରରେ ଯଥାର୍ଥ ମାନବ ଧର୍ମ ପ୍ରଶ୍ନକର୍ତ୍ତା : ଏବେ ଯାହାକୁ ମନୁଷ୍ୟର ମୂଳ ଆବଶ୍ୟକତା କୁହନ୍ତି, ସେ ଭୋଜନ, ପାଣି, ଆରାମ ଆଦିର ବ୍ୟବସ୍ଥା ଆଉ ପ୍ରତ୍ୟେକ ମନୁଷ୍ୟଙ୍କୁ ଆସରା ମିଳୁ, ସେଥ୍‌ପାଇଁ ଚେଷ୍ଟାକରିବା ମାନବ ଧର୍ମ କୁହାଯାଏ । ଅଟେ । ମାନବ ଧର୍ମ ତ ଅଛି, ତାହା ପ୍ରାକୃତିକ ତୁମକୁ ଦେବାକୁ ପଡ଼େ । ଦାଦାଶ୍ରୀ : ମାନବ ଧର୍ମ ତ ଜିନିଷ ହିଁ ଅଲଗା ଏପର୍ଯ୍ୟନ୍ତ ଅଟେ ଯେ, ଏ ଦୁନିଆରେ ଲକ୍ଷ୍ମୀର ଯେଉଁ ଭାଗବା ଭାଗବାଣ୍ଟ ଅଟେ । ସେଥ‌ିରେ ମୋ ଭାଗରେ ଯାହା ଥାଏ ତାହା
SR No.034048
Book TitleManav Dharma Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy