________________
9
ଦାଦାଶ୍ରୀ : ନା, ତାହା ମାନବ ଧର୍ମ ନୁହେଁ । ପ୍ରଶ୍ନକର୍ତ୍ତା : ତେବେ ପୁଣି ମାନବ ଧର୍ମ କ’ଣ ?
ମାନବ ଧର୍ମ
ଦାଦାଶ୍ରୀ: ମାନବ ଧର୍ମ ଅର୍ଥାତ୍ କ’ଣ ସେ ବିଷୟରେ ଅଳ୍ପ-ବହୁତ ଆଲୋଚନା କରିବା । ପୂରା କଥା ତ’ ବହୁତ ବଡ଼ ଅଟେ, କିନ୍ତୁ ଆମେ ଅଳ୍ପ ଆଲୋଚନା କରିବା । କୌଣସି ମନୁଷ୍ୟକୁ ଆମ ନିମିତ୍ତରୁ ଦୁଃଖ ନ ହେଉ; ଅନ୍ୟ ଜୀବମାନଙ୍କ କଥା ତ’ ଛାଡ଼ି ଦିଅ, କିନ୍ତୁ ଯଦି କେବଳ ମଣିଷମାନଙ୍କୁ ସମ୍ଭାଳିନେବା ଯେ ‘ମୋ ନିମିତ୍ତରୁ ସେମାନଙ୍କୁ ଦୁଃଖ ନହେବା ହିଁ ଉଚିତ୍’, ତାହା ମାନବଧର୍ମ ଅଟେ |
ବାସ୍ତବରେ ମାନବ ଧର୍ମ କାହାକୁ କୁହାଯାଏ ? ଯଦି ଆପଣ ସେଠ୍ ହୋଇଥିବେ ଆଉ ଋକରକୁ ବହୁତ ଧମକାଉଥିବେ ସେ ସମୟରେ ଆପଣଙ୍କୁ ଏପରି ବିୟର ଆସିବା ଉଚିତ୍ ଯେ, ‘ଯଦି ମୁଁ ଋକର ହୋଇଥାନ୍ତି ତେବେ କ’ଣ ହୋଇଥାନ୍ତା ? ’ ଏତିକି ବିୟର ଆସିବ ତେବେ ପୁଣି ଆପଣ ତାକୁ ମର୍ଯ୍ୟାଦାରେ ରହି ଧମକାଇବେ, ଅଧୂକ କହିବେ ନାହିଁ, ଯଦି ଆପଣ କାହାର କ୍ଷତି କରୁଥିବେ ତେବେ ସେହି ସମୟରେ ଆପଣଙ୍କୁ ଏ ବିୟର ଆସେ ଯେ ‘ମୁଁ ସାମ୍ନାବାଲାର କ୍ଷତି କରୁଛି, କିନ୍ତୁ ଯଦି କେହି ମୋର କ୍ଷତି କରେ ତେବେ କ’ଣ ହେବ ?’
ମାନବ ଧର୍ମ ଅର୍ଥାତ୍, ଆମକୁ ଯାହା ପସନ୍ଦ ତାହା ଲୋକଙ୍କୁ ଦେବା ଆଉ ଆମକୁ ଯାହା ପସନ୍ଦ ନୁହେଁ ତାହା ଲୋକଙ୍କୁ ଦେବା ନାହିଁ । ଆମ ଉପରକୁ କେହି କାଦୁଅ ଫିଙ୍ଗୁ ତାହା ଆମକୁ ପସନ୍ଦ ନୁହେଁ ତେବେ ଆମକୁ ଅନ୍ୟମାନଙ୍କ ଉପରକୁ କାଦୁଅ ନଫିଙ୍ଗିବା ଉଚିତ୍ । ଆମକୁ କେହି ଗାଳି କରେ ତାହା ଆମକୁ ଭଲ ଲାଗେନାହିଁ, ତେବେ ପୁଣି ଆମେ ଅନ୍ୟ କାହାକୁ ଗାଳି ନଦେବା ଉଚିତ୍ । ମାନବ ଧର୍ମ ଅର୍ଥାତ୍, ଆମକୁ ଯାହା ରୁଚୁ ନାହିଁ ତାହା ଅନ୍ୟମାନଙ୍କ ସହ କରିବା ନାହିଁ । ଆମକୁ ଯାହା ଭଲଲାଗେ ତାହାହିଁ ଅନ୍ୟମାନଙ୍କ ସହ କରିବା, ତାହାର ନାମ ମାନବ ଧର୍ମ । ଏପରି ଖ୍ୟାଲ ରହୁଛି ନା ନାହିଁ ? କାହାରିକୁ ହଇରାଣ କରୁଛ ? ନା, ତେବେ ତ’ ଭଲ କଥା !
‘ମୋ କାରଣରୁ କାହାରିକୁ ଅସୁବିଧା ନ ହେଉ’, ସବୁବେଳେ ଏପରି ରୁହେ
ତେବେ କାମ ହୋଇଗଲା !
ରାସ୍ତାରେ ଟଙ୍କା ମିଳେ ତେବେ...
କାହାର ପନ୍ଦର ହଜାର ଟଙ୍କା, ଶହେ-ଶହେ ଟଙ୍କା କାଗଜର ଏକ ବିଡ଼ା ଆମକୁ ରାସ୍ତାରେ ମିଳେ, ସେତେବେଳେ ଆମ ମନରେ ଏ ବିୟର ଆସିବା ଉଚିତ୍ ଯେ ‘ଯଦି