SearchBrowseAboutContactDonate
Page Preview
Page 10
Loading...
Download File
Download File
Page Text
________________ ମାନବ ଧର୍ମ ମାନବତାର ଧେୟ ପ୍ରଶ୍ନକର୍ତ୍ତା : ମଣିଷ ଜୀବନର ଧେୟ କ’ଣ ? ଦାଦାଶ୍ରୀ: ମାନବତାର ପଶ ପ୍ରତିଶତ ଅଙ୍କ ମିଳିବା ଦରକାର । ଯେଉଁ ମାନବ ଧର୍ମ ଅଛି, ସେଥିରେ ପଶ ପ୍ରତିଶତ ଅଙ୍କ ଆସିବା ଦରକାର, ଏହା ମଣିଷ ଜୀବନର ଧେୟ ଅଟେ । ଆଉ ଯଦି ଉଚ୍ଚ ଧେୟ ରଖୁଥିବ ତେବେ ନବେ ପ୍ରତିଶତ ଅଙ୍କ ଆସିବା ଦରକାର । ମାନବତାର ଗୁଣ ତ’ ରହିବା ଦରକାର ନା ? ଯଦି ମାନବତା ହିଁ ନାହିଁ, ତେବେ ମଣିଷ ଜୀବନର ଧେୟ କେଉଁଠି ରହିଲା ? | ଏ ତ’ ଲାଇଫ( ଜୀବନ) ପୁରା ଫ୍ରାକଚର ହୋଇଯାଇଛି । କ’ଣ ପାଇଁ ଜୀଉଁଛନ୍ତି, ତାହାର ମଧ୍ୟ ସମଝ ନାହିଁ । ମନୁଷ୍ୟସାର କ’ଣ ? ଯେଉଁ ଗତିରେ ଯିବାକୁ ଥିବ ସେହି ଗତି ମିଳୁ ଅଥବା ମୋକ୍ଷ ପାଇବାର ଥିବ ତେବେ ମୋକ୍ଷ ମିଳୁ । । ତାହା ସନ୍ତି ସମାଗମରୁ ଆସେ । । ପ୍ରଶ୍ନକର୍ତ୍ତା : ମନୁଷ୍ୟ ଜୀବନର ଯାହା ଧେୟ ଅଟେ, ତାହା ପ୍ରାପ୍ତ କରିବା ପାଇଁ କ’ଣ କରିବା ଅନିବାର୍ଯ୍ୟ ଅଟେ ଆଉ କେତେ ସମୟ ପର୍ଯ୍ୟନ୍ତ ? । ଦାଦାଶ୍ରୀ: ମାନବତାର କେଉଁ କେଉଁ ଗୁଣ ଅଛି ଆଉ ତାହା କିପରି ପ୍ରାପ୍ତ ହେବ, ଏସବୁ ଜାଣିବା ଉଚିତ୍ । ଯିଏ ମାନବତାର ଗୁଣରେ ସମ୍ପର୍ଣ୍ଣ ହୋଇଥିବେ, ଏପରି ସନ୍ଥପୁରୁଷ ଥିବେ, ତାଙ୍କ ପାଖରେ ଯାଇ ତୁମକୁ ବସିବା ଉଚିତ୍ । । ଏହା ହେଉଛି ପ୍ରକୃତ ମାନବ ଧର୍ମ ଏବେ କେଉଁ ଧର୍ମର ପାଳନ କରୁଛି ? ପ୍ରଶ୍ନକର୍ତ୍ତା : ମାନବ ଧର୍ମର ପାଳନ କରୁଛି । ଦାଦାଶ୍ରୀ: ମାନବ ଧର୍ମ କାହାକୁ କୁହନ୍ତି ? ପ୍ରଶ୍ନକର୍ତ୍ତା : ବାସ୍, ଶାନ୍ତି ! ଦାଦାତ୍ରୀ : ନା, ଶାନ୍ତି ତ’ ମାନବ ଧର୍ମ ପାଳନ୍ତି ତାହାର ଫଳ ଅଟେ । କିନ୍ତୁ । ମାନବ ଧର୍ମ ଅର୍ଥାତ୍ ଆପଣ କ’ଣ ପାଳନ କରନ୍ତି ? ପ୍ରଶ୍ନକର୍ତ୍ତା : ପାଳନ କରିବା ଭଳି କିଛି ନାହିଁ । କୌଣସି ସମ୍ପ୍ରଦାୟ ନରଖୁବା, ବାସ୍ । ଜାତିଭେଦ ନରଖୁବା, ତାହା ମାନବ ଧର୍ମ ।
SR No.034048
Book TitleManav Dharma Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy