SearchBrowseAboutContactDonate
Page Preview
Page 30
Loading...
Download File
Download File
Page Text
________________ ଘର୍ଷଣ ଟାଳନ୍ତୁ । ଏହି କାନ୍ଥ ପାଇଁ ଓଲଟା ବିଚାର ଆସିଲେ ଅସୁବିଧା ନାହିଁ, କାରଣ ଏକପକ୍ଷୀୟ କ୍ଷତି ଅଟେ । ଯେବେକି କୌଣସି ଜୀବିତ ବ୍ୟକ୍ତିକୁ ନେଇ ଗୋଟିଏ ମଧ୍ୟ ଓଲଟା ବିଚାର ଆସିଲା ତେବେ ବିପଦ ଅଛି । ଉଭୟ ପକ୍ଷରୁ କ୍ଷତି ହେବ । କିନ୍ତୁ ଆମେ ତାହାର ପ୍ରତିକ୍ରମଣ କରୁ ତେବେ ସମସ୍ତ ଦୋଷ ଚାଲିଯିବ । ଏଥିପାଇଁ ଯେଉଁଠି-ଯେଉଁଠି ଘର୍ଷଣ ହୁଏ, ସେଠାରେ ପ୍ରତିକ୍ରମଣ କରନ୍ତୁ, ତେବେ ଘର୍ଷଣ ଶେଷ ହୋଇଯିବ । ସମାଧାନ, ସମ୍ୟକ୍ ଜ୍ଞାନ ଦ୍ଵାରା ହିଁ ପ୍ରଶ୍ନକର୍ତ୍ତା : ଦାଦାଜୀ, ଏହି ଅହଂକାରର କଥା ଘରେ ମଧ୍ୟ କେତେଥର ଲାଗୁ ହୁଏ, ଅଫିସ୍‌ରେ ଲାଗୁହୁଏ, ଦାଦାଜୀଙ୍କର କାମ କରୁଥିବୁ, ସେଥିରେ ମଧ୍ୟ କେଉଁଠି ଅହଂକାରର ଘର୍ଷଣ ହୁଏ, ସେଠାରେ ମଧ୍ୟ ଲାଗୁ ହୁଏ । ସେଠାରେ ମଧ୍ୟ ସମାଧାନ ଆବଶ୍ୟକ ନା’ ? । ଦାଦାଶ୍ରୀ : ହଁ, ସମାଧାନ ଆବଶ୍ୟକ ନା ! ଆମର ଏଠି ‘ଜ୍ଞାନବାଲା’ ସମାଧାନ ନିଏ, କିନ୍ତୁ ‘ଜ୍ଞାନ’ ନଥିବ ସେଠି କ’ଣ ସମାଧାନ ନେବ ? ସେଠି ପୁଣି ଅଲଗା ହୋଇଚାଲିବ, ଦୁହିଁଙ୍କ ମନ ଅଲଗା ହୋଇଚାଲିବ । ଆମର ଏଠି ପୃଥକତା ନାହିଁ । । ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦାଜୀ, ଘର୍ଷଣ ନହେବା ଉଚିତ୍ ନା ? । ଦାଦାଶ୍ରୀ : ଘର୍ଷଣ ହୁଏ, ତାହା ତ’ ସଭାବ ଅଟେ । ଏପରି ‘ମା’ ଭରିକରି ଆଣିଛନ୍ତି, ଏଥିପାଇଁ ଏପରି ହୁଏ । ଯଦି ଏପରି ମାଲ୍ ଆଣିନଥା’ନ୍ତେ ତେବେ ଏପରି ହୋଇନଥାନ୍ତା, ଏଣୁ ଆମକୁ ବୁଝି ନେବା ଉଚିତ୍ ଯେ ଭାଈଙ୍କର ଅଭ୍ୟାସ ହିଁ ଏପରି ଅଟେ । ଏପରି ଆମେ ବୁଝିନେବା । ଏହାଦ୍ୱାରା ପୁଣି ଆମ ଉପରେ ପ୍ରଭାବ ହେବ ନାହିଁ । କାରଣ ଅଭ୍ୟାସ ଅଭ୍ୟାସବାଲାର (ପୂର୍ବସଞ୍ଚିତ ସଂସ୍କାରବାଲା ଜୀବର) ଏବଂ ‘ଆମେ’ ନିଜବାଲା ( ଶୁଦ୍ଧାସ୍) ! ଆଉ ପରେ ତାହାର ନିକାଲ୍ ହୋଇଯାଏ । ଆପଣ ଅଟକି ରହିବେ ତେବେ ଝଞ୍ଜଟି (ଘର୍ଷଣ ବଢ଼ିବ) । ବାକି ଘର୍ଷଣ ତ’ ହୁଏ । ଘର୍ଷଣ ନ ହେବା, ଏପରି ତ’ ହୁଏ ହିଁ ନାହିଁ ।
SR No.034042
Book TitleAvoid Clashes Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size9 MB
Copyright © Jain Education International. All rights reserved. | Privacy Policy