SearchBrowseAboutContactDonate
Page Preview
Page 29
Loading...
Download File
Download File
Page Text
________________ ୨୦ ଘର୍ଷଣ ଟାଳନ୍ତୁ ନାହିଁ । ଏହିସବୁ ଘର୍ଷଣ ପୁଦ୍ରଗଲ୍ ହିଁ କରାଏ । କିନ୍ତୁ ପୂର୍ବର ଘର୍ଷଣ ସବୁ ପୁଣିଥରେ ଘର୍ଷଣ କରାନ୍ତି । ଯାହାର ପୂର୍ବର ଘର୍ଷଣ ସବୁ ପୂରା ହୋଇଯାଇଛି; ତା’ ସହିତ ପୁଣି ଘର୍ଷଣ ହୁଏ ନାହିଁ । ନହେଲେ ଘର୍ଷଣ ଉପରେ ଘର୍ଷଣ, ତା’ଉପରେ ଘର୍ଷଣ ଏପରି ବଢ଼ି ହିଁ ଚାଲିଥାଏ । । ପୁଗଲ୍ ମାନେ କ’ଣ, କି ପୁରାପୂରି ଜଡ଼ ନୁହେଁ, ତାହା ମିଶ୍ର ଚେତନ ଅଟେ । ଏହାକୁ ବିଭାବିକ ପୁଗଲ୍ କୁହାଯାଏ, ବିଭାବିକ ମାନେ ବିଶେଷ ଭାବରୁ ପରିଣାମ ପ୍ରାପ୍ତ ପୁଗଲ୍, ସେହି ସବୁ କରାଏ । ଯାହା ଶୁଦ୍ଧ ପୁଗଲ୍ ଅଟେ, ସେହି ପୁଗଲ୍ ଏପରି କରାଏ ନାହିଁ । ଏ ପୁଗଲ୍ ତ’ ମିଶ୍ର ଚେତନ ହୋଇଛି । ଆମ୍ବାର ବିଶେଷ ଭାବ ଆଉ ଜଡ଼ର ବିଶେଷ ଭାବ, ଦୁହେଁ ମିଳି ତୃତୀୟ ରୂପ ହୋଇଛି, ପ୍ରକୃତି ସପ ହୋଇଛି । ସିଏ ସବୁ ଘର୍ଷଣ କରାଏ । ପ୍ରଶ୍ନକର୍ତ୍ତା : ଘର୍ଷଣ ନ ହେଉ, ତାହାକୁ ପ୍ରକୃତ ଅହିଂସକ ଭାବ ହେଲା ବୋଲି କୁହାଯାଏ ? । ଦାଦାତ୍ରୀ : ନା, ଏପରି କିଛି ନୁହେଁ ! କିନ୍ତୁ ଏହା ଦାଦାଜୀଙ୍କଠାରୁ ଜାଣିଲ ଯେ ଏହି କାନ୍ଥ ସହିତ ଘର୍ଷଣ କଲେ ଏତେ ଲାଭ (!), ତେବେ ଭଗବାନଙ୍କ ସହିତ ଘର୍ଷଣ କରିବାରେ କେତେ ଲାଭ ? ! ଏତିକି ବିପଦ ବୁଝିବା ଦ୍ଵାରା ହିଁ ଆମର ପରିବର୍ତ୍ତନ ହୋଇ ଚାଲିବ । । ଅହିଂସା ତ’ ପୂର୍ଣ୍ଣ ରୂପରେ ବୁଝିହେବ, ଏପରି ନୁହେଁ ଆଉ ପୂର୍ଣ୍ଣ ରୂପରେ ବୁଝିବା ବହୁତ କଠିନ ଅଟେ । ଏହା ବଦଳରେ ଯଦି ଏପରି ଧରିନିଆଯାଏ ଯେ ‘ଘର୍ଷଣରେ କେବେ ବି ଆସିବାର ନାହିଁ ।” ତେବେ ପୁଣି କ’ଣ ହେବ କି ଶକ୍ତି ସବୁ ଆରକ୍ଷିତ ହୋଇ ରହିବ ଆଉ ଦିନକୁଦିନ ବଢ଼ି ଚାଲିବ । ପୁଣି ଘର୍ଷଣରୁ ହେଉଥିବା କ୍ଷତି ହେବ ନାହିଁ । କେବେ ଘର୍ଷଣ ହୋଇଯାଏ ତେବେ ଘର୍ଷଣ ପରେ ଆପଣଙ୍କ ପ୍ରତିକ୍ରମଣ କରିବା ଦ୍ଵାରା ତାହା ସଫା ହୋଇଯିବ । ଏଥିପାଇଁ ଏହା ବୁଝିବା ଉଚିତ୍ ଯେ ଏଠାରେ ଘର୍ଷଣ ହୋଇଯାଉଛି, ତେବେ ସେଠାରେ ପ୍ରତିକ୍ରମଣ କରିବା ଉଚିତ୍ । ନଚେତ୍ ବହୁତ ବିପଦପୂର୍ଣ୍ଣ ଅଟେ । ଏହି ଜ୍ଞାନ ଦ୍ଵାରା ମୋକ୍ଷକୁ ତ’ ଯିବେ, କିନ୍ତୁ ଘର୍ଷଣ କାରଣରୁ ମୋକ୍ଷ ଯିବାବେଳେ ବାଧା ବହୁତ ଆସିବ ଆଉ ଅଧୁକ ସମୟ ଲାଗିବ !
SR No.034042
Book TitleAvoid Clashes Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size9 MB
Copyright © Jain Education International. All rights reserved. | Privacy Policy