SearchBrowseAboutContactDonate
Page Preview
Page 40
Loading...
Download File
Download File
Page Text
________________ ସେବା-ପରୋପକାର ୩୩ ହିସାବ ଥିବ । କିନ୍ତୁ ତା’କୁ ଦୁଃଖ ନ ହେଉ ଆମେ ଏପରି କରିବା ଉଚିତ । । ବାସ୍ ଏତିକି ଶିଖୁବା ଭଳି ପ୍ରଶ୍ନକର୍ତ୍ତା : ଅନ୍ୟଙ୍କୁ ସୁଖ ଦେଇ ସୁଖୀ ହେବା, ତାହା ? । ଦାଦାଶ୍ରୀ : ହଁ, ବାସ୍ ଏତିକି ଶିଖ ନା ! ଅନ୍ୟ କିଛି ଶିଖୁବା ଭଳି ହିଁ ନାହିଁ । ଦୁନିଆରେ ଆଉ କିଛି ଧର୍ମ ହିଁ ନାହିଁ । ଏ ଏତିକି ହିଁ ଧର୍ମ ଅଛି, ଅନ୍ୟ କିଛି ଧର୍ମ ନାହିଁ । ଅନ୍ୟଙ୍କୁ ସୁଖ ଦିଅ, ସେଥିରେ ହିଁ ସୁଖୀ ହେବ । ଏ ତୁମେ ବ୍ୟାପାର-ଧନ୍ଦା କରୁଛ, କିଛି ରୋଜଗାର କରୁଛି, ତେବେ କେଉଁ ଗାଁରେ କେହି ଦୁଃଖୀ ଥୁବ ତେବେ ତା’କୁ କିଛି ଡାଲି-ପାଣି ଦେଇଦେବା, ଝିଅ ବାହାଘର ସମୟରେ କିଛି ଟଙ୍କା ଦେଇ ଦେବା । ଏମିତି ତା’ ଗାଡ଼ି ରାସ୍ତାକୁ ଆଣିଦେବା ଉଚିତ ନା ! କାହା ହୃଦୟକୁ ଶାନ୍ତି ପହଞ୍ଚାଇବା, ତେବେ ଭଗବାନ ଆମ ହୃଦୟକୁ ଶାନ୍ତି ଦେବ । । ଜ୍ଞାନୀ ଦିଅନ୍ତି, ଗ୍ୟାରେଣ୍ଟି ଲେଖା ପ୍ରଶ୍ନକର୍ତ୍ତା : ହୃଦୟକୁ ଶାନ୍ତି ପହଞ୍ଚାଇବା ପାଇଁ ଯିବୁ ତେବେ ଆଜି ପକେଟମାର୍ ହୋଇଯାଉଛି । ଦାଦାଶ୍ରୀ : ପଛେ ପକେଟମାର୍ ହୋଇଯାଉ । ତାହା ପୂର୍ବ ହିସାବ ଥିବା ଯାହା ପୁରା ହେଉଛି । କିନ୍ତୁ ତୁମେ ଏବେ ଶାନ୍ତି ଦେବ ତେବେ ତାହାର ଫଳ ତ ଆସିବ ନିଶ୍ଚୟ, ତାହାର ଶହେ ପ୍ରତିଶତ ଗାରେଣ୍ଟି ଲେଖା ବି କରି ଦେବି । ଏ ଆମେ ଦେଇଥିବା, ସେଥିପାଇଁ ଆମକୁ ଆଜି ସୁଖ ଆସୁଛି । ମୋ ଧନ୍ଦା ହିଁ ଏହା ଯେ ସୁଖର ଦୋକାନ ଖୋଲିବା । ଆମକୁ ଦୁଃଖର ଦୋକାନ ଖୋଲିବାର ନାହିଁ । ସୁଖର ଦୋକାନ, ପୁଣି ଯାହାକୁ ଦରକାର ସେ ସୁଖ ନେଇଯାଉ ଆଉ କେହି ଦୁଃଖ ଦେବାକୁ ଆସେ ତେବେ ମୁଁ କୁହେ, “ଓ ହୋ ହୋ, ଏବେ ବାକି ଅଛି ମୋର, ଆଣ, ଆଣ । ତାହାକୁ ମୁଁ ଗୋଟିଏ ପଟେ ରଖ୍ ଦିଏ । ଅର୍ଥାତ ଦୁଃଖ ଦେବାକୁ ଆସନ୍ତି ତେବେ ନେଇ ନେବା । ଆମର ହିସାବ ଅଛି, ତେବେ ଦେବାକୁ ତ ଆସିବେ ନା ? ନହେଲେ । ମୋତେ ତ କେହି ଦୁଃଖ ଦେବାକୁ ଆସୁ ହିଁ ନାହିଁ ।
SR No.034325
Book TitleRight Understanding To Help Others Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages48
LanguageOriya
ClassificationBook_Other
File Size20 MB
Copyright © Jain Education International. All rights reserved. | Privacy Policy