SearchBrowseAboutContactDonate
Page Preview
Page 29
Loading...
Download File
Download File
Page Text
________________ ସେବା-ପରୋପକାର ଦାଦାଶ୍ରୀ : ଏପରି ଫଳ ସମର୍ପଣ କରି ହୁଏ ନାହିଁ ନା କାହାଦ୍ଵାରା । ପ୍ରଶ୍ନକର୍ତ୍ତା : ମାନସିକ ସମର୍ପଣ କରିବୁ ତେବେ ? ଦାଦାଶ୍ରୀ : ସେ ସମର୍ପଣ କଲେ ମଧ୍ୟ କେହି ଫଳ ନିଏ ନାହିଁ ଆଉ କେହି ଦିଏ ବି ନାହିଁ । ସେ ସବୁ ତ କେବଳ କଥା ଅଟେ । ସଚ୍ଚା ଧର୍ମ ତ ‘ଜ୍ଞାନୀପୁରୁଷ’ ଆତ୍ମା ପ୍ରଦାନ କରନ୍ତି, ସେବେଠୁ ଆପେଆପେ ହୋଇଚାଲେ, ଆଉ ବ୍ୟବହାର ଧର୍ମ ତ ଆମକୁ କରିବାକୁ ପଡ଼େ, ଶିଖୁବାକୁ ପଡ଼େ । 99 ଭୌତିକ ସମୃଦ୍ଧି, ବାୟ ପ୍ରଡ଼କଶନ୍‌ରେ ପ୍ରଶ୍ନକର୍ତ୍ତା : ଭୌତିକ ସମୃଦ୍ଧି ପ୍ରାପ୍ତ କରିବାର ଇଚ୍ଛା-ପ୍ରୟାସ ଆଧ୍ୟାମିକ ବିକାଶରେ ବାଧକ ହୁଏ କି ? ଆଉ ଯଦି ବାଧକ ହୁଏ ତେବେ କିପରି ଆଉ ବାଧକ ନ ହୁଏ ତେବେ କିପରି ? ଦାଦାଶ୍ରୀ : ଭୌତିକ ସମୃଦ୍ଧି ପ୍ରାପ୍ତ କରିବାର ଅଛି ତେବେ ଆମକୁ ଏହି ଦିଗରେ ଯିବାକୁ ହେବ, ଆଧ୍ୟାତ୍ମିକ ସମୃଦ୍ଧି ପ୍ରାପ୍ତ କରିବାର ଥ‌ିବ ତେବେ ଏହି ଅଲଗା ଦିଗରେ ଯିବାକୁ ହେବ । ଆମକୁ ଗୋଟିଏ ଦିଗରେ ଯିବାକୁ ଥ‌ିବ, ତାହା ବଦଳରେ ଆମେ ଏମିତି ଅନ୍ୟ ଦିଗରେ ଯିବା ତେବେ ବାଧକ ହେବ ନା ନାହିଁ ? ପ୍ରଶ୍ନକର୍ତ୍ତା : ହଁ, ତାହା ବାଧକ କୁହାଯିବ ! : ଦାଦାଶ୍ରୀ : ଅର୍ଥାତ ସମ୍ପୂର୍ଣ୍ଣ ବାଧକ । ଆଧ୍ୟାତ୍ମିକ ଏହି ଦିଗ ଅଟେ ତ ଭୌତିକ ସାମନା ଦିଗ ଅଟେ । ପ୍ରଶ୍ନକର୍ତ୍ତା : କିନ୍ତୁ ଭୌତିକ ସମୃଦ୍ଧି ବିନା ଚାଲିବୁ କିପରି ? ଦାଦାଶ୍ରୀ : ଭୌତିକ ସମୃଦ୍ଧି ଏହି ଦୁନିଆରେ କେହି କରିପାରିଛି କି ? ସବୁ ଲୋକ ଭୌତିକ ସମୃଦ୍ଧି ପଛରେ ପଡ଼ିଛନ୍ତି । ହୋଇ ଯାଇଛି କାହାକୁ ? ପ୍ରଶ୍ନକର୍ତ୍ତା : ଅଳ୍ପ, କିଛିଙ୍କର ହୁଏ, ସମସ୍ତଙ୍କର ହୁଏ ନାହିଁ । ଦାଦାଶ୍ରୀ : ମଣିଷର ହାତର ସତ୍ତା ନୁହେଁ ତାହା । ଯେଉଁଠି ସଭା ନାହିଁ, ସେଠି ବ୍ୟର୍ଥ ଚିତ୍କାର କରିବା, ତାହାର ଅର୍ଥ କ’ଣ ? ମିନିଙ୍ଗ୍‌ଲେସ୍ !
SR No.034325
Book TitleRight Understanding To Help Others Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages48
LanguageOriya
ClassificationBook_Other
File Size20 MB
Copyright © Jain Education International. All rights reserved. | Privacy Policy