SearchBrowseAboutContactDonate
Page Preview
Page 27
Loading...
Download File
Download File
Page Text
________________ ୨୦ ସେବା-ପରୋପକାର ଆମ୍ବନ ପରେ ତୁମକୁ କରୁଣା ଭାବ ରହିବ । ସେବାଭାବର ଫଳ ଭୌତିକ ସୁଖ ଅଟେ ଏବଂ କୁସେବାଭାବର ଫଳ ଭୌତିକ ଦୁଃଖ । ସେବାଭାବ ଯୋଗୁଁ ନିଜର ‘ମୁଁ’ ମିଳି ପାରେ ନାହିଁ । କିନ୍ତୁ ଯେପର୍ଯ୍ୟନ୍ତ ‘ମୁଁ ନ ମିଳେ, ସେପର୍ଯ୍ୟନ୍ତ ଓବୁଲାଇଜିଙ୍ଗ ନେଚର୍ ରଖୁବ । ସଚ୍ଚା ସମାଜ ସେବକ ତୁମେ କାହାର ସାହାଯ୍ୟ କରୁଛି ? ପ୍ରଶ୍ନକର୍ତ୍ତା : ସମାଜର ସେବାରେ ବହୁତ ସମୟ ଦେଉଛି । ଦାଦାଶ୍ରୀ : ସମାଜସେବା ତ ଅନେକ ପ୍ରକାରର ହୋଇଥାଏ । ଯେଉଁ ସମାଜ ସେବାରେ, ଯେଉଁଥିରେ କିଞ୍ଚତମାତ୍ର ‘ମୁଁ ସମାଜସେବକ ଅଟେ? ଏପରି ଭାନ୍ ମାନ୍ୟତା) ନ ରୁହେ, ସେ ସମାଜସେବା ପ୍ରକୃତ । ପ୍ରଶ୍ନକ : ସେ କଥା ଠିକ୍ । ଦାଦାଶ୍ରୀ : ବାକି, ସମାଜସେବକ ତ ସବୁଜାଗାରେ ପ୍ରତ୍ୟେକ ବିଭାଗରେ ଦୁଇ-ଦୁଇ ଚାରି-ଚାରି ଥାଆନ୍ତି, ଧଳା ଟୋପି ପିନ୍ଧି ବୁଲୁଥାନ୍ତି, ସମାଜସେବକ ଅଟେ । କିନ୍ତୁ ସେ ଭାନ୍ ଭୁଲିଯିବେ, ତେବେ ସେ ସଚ୍ଚା ସେବକ ! ପ୍ରଶ୍ନକର୍ତ୍ତା : କିଛି ଭଲ କାମ କଲେ ଭିତରେ ଅହମ୍ ଆସିଯାଏ ଯେ ମୁଁ କଲି । ଦାଦାଶ୍ରୀ : ତାହା ତ ଆସିଯାଏ । ପ୍ରଶ୍ନକର୍ତ୍ତା : ତେବେ ତାହାକୁ ଭୁଲାଇବା ପାଇଁ କ’ଣ କରିବୁ ? । ଦାଦାଶ୍ରୀ : କିନ୍ତୁ ଏ, ସମାଜସେବକ ଅଟେ, ତାହାର ଅହଂକାର ନ ଆସିବା ଉଚିତ । ଭଲ କାମ କରେ ତେବେ ତାହାର ଅହଂକାର ଆସିଯାଏ, ତେବେ ପୁଣି ତୁମର ଇଷ୍ଟଦେବ ଅଥବା ଭଗବାନଙ୍କୁ ଯାହାଙ୍କୁ ମାନୁଥିବ, ତାଙ୍କୁ କହିବ ଯେ ‘ହେ ଭଗବାନ ମୋତେ ଅହଂକାର କରିବାର ନାହିଁ, ତଥାପି ହୋଇଯାଉଛି, ମୋତେ କ୍ଷମା କରିବ !” ଏତିକି ହିଁ କରିବ । ହେବ ଏତିକି ?
SR No.034325
Book TitleRight Understanding To Help Others Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages48
LanguageOriya
ClassificationBook_Other
File Size20 MB
Copyright © Jain Education International. All rights reserved. | Privacy Policy