SearchBrowseAboutContactDonate
Page Preview
Page 95
Loading...
Download File
Download File
Page Text
________________ ପ୍ରତିକ୍ରମଣ ୮୩ ଯେ ଏବେ ଏହା ଦରକାର ନାହିଁ । । ଦାଦାଶ୍ରୀ : ଏହା ମୋର ନୁହେଁ । ସମର୍ପିତ କରୁଛି । ଅଜ୍ଞାନତାବଶ ମୁଁ ଏ ସମସ୍ତଙ୍କୁ ଡାକିଥିଲି । କିନ୍ତୁ ଆଜି ଏମାନେ ମୋର ନୁହନ୍ତି, ସେଥିପାଇଁ ସମର୍ପିତ କରୁଛି । ମନ-ବଚନ-କାୟାରୁ ସମର୍ପିତ କରୁଛି । ଏବେ ମୋତେ କିଛି ଦରକାର ନାହିଁ । ଏହି ସୁଖକୁ ମୁଁ ଅଜ୍ଞାନ ଦଶାରେ ଡାକିଥିଲି, କିନ୍ତୁ ଆଜି ଏ ସୁଖ ମୋର ନୁହେଁ, ସେଥିପାଇଁ ସମର୍ପିତ କରୁଛି । । ଏହି ଅକ୍ରମ ବିଜ୍ଞାନର ହେତୁ ହିଁ ପୁରା ଶୁଟ୍ ଅନ୍ ସାଇଟ୍ ପ୍ରତିକ୍ରମଣର ଅଟେ । ସେହି ବେସମେଣ୍ଟ(ମୂଳଦୁଆ) ଉପରେ ଛିଡ଼ା ହୋଇଛି । ଭୁଲ କାହାର ନାହିଁ । ସାମ୍ବାବାଲାକୁ ଆମ ନିମିତ୍ତରୁ ଯଦି କିଛି କ୍ଷତି ହୁଏ, ତେବେ ଦ୍ରବ୍ୟକର୍ମଭାବକର୍ମନୋକର୍ମରୁ ମୁକ୍ତ ଏପରି ତା’ର ଶୁଦ୍ଧାମ୍ରାକୁ ସ୍ମରଣ କରି ପ୍ରତିକ୍ରମଣ କରିବା ଉଚିତ । । ପ୍ରଶ୍ନକର୍ତ୍ତା : କିନ୍ତୁ ପ୍ରତ୍ୟେକଥର ପୁରା ଲମ୍ବା କହିବୁ ? । ଦାଦାତ୍ରୀ : ନା, ଏପରି କିଛି ନାହିଁ । ଶର୍ଟରେ କରିନେବ । ସାମ୍ବାବାଲାର ଶୁଦ୍ଧମାକୁ ହାଜର କରି ଫୋନ୍ ଲଗାଇବ ଯେ “ ଏହି ଭୁଲ ହୋଇଗଲା, କ୍ଷମା କରନ୍ତୁ ।” ଘରଲୋକମାନଙ୍କର ବି ପ୍ରତିଦିନ ପ୍ରତିକ୍ରମଣ କରିବା ଉଚିତ । ତୁମ ମଦର, ଫାଦର, ଭାଇ, ଭଉଣୀ ସମସ୍ତଙ୍କର । ପ୍ରତିଦିନ ପ୍ରତିକ୍ରମଣ କରିବାକୁ ପଡ଼ିବ । ସବୁ କୁଟୁମ୍ବବାଲାଙ୍କର, କାହିଁକିନା ସେମାନଙ୍କ ସହିତ ବହୁତ ଚିଣି (ଗାଢ଼) ଫାଇଲ୍ ଥାଏ । । ଯଦି ପ୍ରତିକ୍ରମଣ କରିବ, ଯଦି ଏକଘଣ୍ଟା କୁଟୁମ୍ବ ଲୋକଙ୍କର ପ୍ରତିକ୍ରମଣ କରିବ, ନିଜ ପରିବାରବାଲାଙ୍କୁ ମନେ ପକାଇ, ନିକଟରୁ ନେଇ ଦୂର ସମ୍ପର୍କୀୟ ସବୁ, ଭାଇମାନେ, ତାଙ୍କ ସ୍ତ୍ରୀ ମାନେ, ଚାଚା, ଚାଚାଙ୍କ ପୁଅ, ସେମାନେ ସମସ୍ତେ, ଗୋଟିଏ ଫାମିଲି( ପରିବାର) ହୋଇଥିବ ତେବେ ଦୁଇ-ତିନି-ଚାରି ପିଢ଼ି ପର୍ଯ୍ୟନ୍ତ, ସେ ସମସ୍ତଙ୍କୁ ମନେ ପକାଇ, ପ୍ରତ୍ୟେକଙ୍କ ପାଇଁ ଯଦି ଏକ-ଏକ ଘଣ୍ଟା ପ୍ରତିକ୍ରମଣ ହେବ, ତେବେ ଭିତରେ ଭୟଙ୍କର ପାପ ଭଗ୍ନୀଭୂତ ହୋଇଯିବ । ଏବଂ ଆମ ତରଫରୁ ସେ ସମସ୍ତଙ୍କ ମନ ସଫା ହୋଇଯିବ । ସେଥିପାଇଁ ଆମ ସମସ୍ତ ନିକଟ ସମ୍ପର୍କୀୟଙ୍କୁ ମନେ ପକାଇପକାଇ ପ୍ରତିକ୍ରମଣ କରିବା ଉଚିତ । ଆଉ ଯଦି ରାତିରେ ନିଦ ଆସୁ ନଥିବ ତେବେ ସେହି ସମୟରେ ଏହା ସେଟ୍ କଲେ ତେବେ ଚାଲିଲା । କ’ଣ ଏପରି ସେଟିଙ୍ଗ୍ କରନ୍ତି ନାହିଁ ? ଏପରି ଏହି ବ୍ୟବସ୍ଥା, ସେ ଫିଲ୍ମ ଆରମ୍ଭ ହୋଇଯିବ ତେବେ ସେହି ସମୟରେ ବହୁତ ଆନନ୍ଦ ଆସିବ । ସେ ଆନନ୍ଦ ଧାରଣ କରିହେବ ନାହିଁ !
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy