SearchBrowseAboutContactDonate
Page Preview
Page 87
Loading...
Download File
Download File
Page Text
________________ ପ୍ରତିକ୍ରମଣ ୭୫ କରିବାର ନାହିଁ ! ତୋତେ କେବଳ ସମଭାବରେ ନିକାଲ କରିବାର ଭାବ ରଖୁବାର ଅଛି । ସମଭାବରେ ନିକାଲ ହେଉ ଅବା ନହେଉ ତାହା ତୋ ଅଧୀନରେ ନାହିଁ । ତୁ ମୋ ଆଜ୍ଞାରେ ରହ ନା ! ତାହାଦ୍ବାରା ତୋର ବହୁତ କିଛି କାମ ହୋଇଯିବ ଆଉ ଯଦି ନ ହୁଏ ତେବେ ତାହା “ନେଚର୍’ର ଅଧୀନ ଅଟେ । । ସାମ୍ବାବାଲାର ଦୋଷ ଦେଖାଯିବା ବନ୍ଦ ହୋଇଯିବ, ତେବେ ସଂସାର ଛୁଟିଯିବ । ଆମକୁ ଗାଳିକରୁ, କ୍ଷତିକରୁ, ପିଟୁ ତଥାପି ଯଦି ଦୋଷ ନ ଦେଖାଯାଏ, ସେତେବେଳେ ସଂସାର ଛୁଟିବ । ନହେଲେ ସଂସାର ଛୁଟିବ ନାହିଁ । ଏବେ ସବୁ ଲୋକଙ୍କର ଦୋଷ ଦେଖାଯିବା ବନ୍ଦ ହୋଇଯାଇଛି ? | ପ୍ରଶ୍ନକର୍ତ୍ତା : ହଁ ଦାଦା । କେବେ ଯଦି ଦେଖାଯାଏ ତେବେ ପ୍ରତିକ୍ରମଣ କରିନେଉଛି । । ଦାଦାଶ୍ରୀ : ରାସ୍ତା ଏତିକି ଯେ ଦାଦାଙ୍କ ଆଜ୍ଞାରେ ରହିବାର ଅଛି । ଏପରି ନିଶ୍ଚୟ କରି ପରଦିନରୁ ଆରମ୍ଭ କରିଦେବା । ଏବଂ ଯେତିକି ଆଜ୍ଞାରେ ନ ରହିପାରିଲେ, ତାହାର ପ୍ରତିକ୍ରମଣ କରିବାର ଅଛି । ଏବଂ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ସନ୍ତୁଷ୍ଟ କରିବ, ସମଭାବରେ ନିକାଲ କରି । ତଥାପି ଘରର ସବୁ ଲୋକ ଯଦି ଡିଆଁକୁଦା କରନ୍ତି ତେବେ ଆମକୁ କେବଳ ଦେଖୁବାର ଅଛି । ଆମର ପୂର୍ବ ହିସାବ ଅଛି ସେଥିପାଇଁ ଡିଆଁକୁଦା କରିବେ । ଏହା ତ ଆଜି ସ୍ଥିର କଲେ । ଏଣୁ ଘରର ସମସ୍ତଙ୍କୁ ପ୍ରେମରେ ଜିତ । ତାହା ତ ପରେ ନିଜକୁ ମଧ୍ୟ ଖବର ପଡ଼ିବ ଯେ ଏବେ ସବୁ ଠିକଣାକୁ ଆସୁଛି । ତଥାପି, ଘର ଲୋକେ ଯେବେ ଅଭିପ୍ରାୟ ଦିଅନ୍ତି, ସେତେବେଳେ ମାନିବା ଯୋଗ୍ୟ । ଅଟେ । ଶେଷରେ ତ ଘର ଲୋକେ ତା’ ପକ୍ଷରେ ହିଁ ଅଟନ୍ତି । | ପ୍ରଶ୍ନକର୍ତ୍ତା : ଆମେ ଯେଉଁ ପ୍ରତିକ୍ରମଣ କରୁଛୁ ସେହି ପ୍ରତିକ୍ରମଣର ପରିଣାମ, ଏହି ମୂଳ ସିଦ୍ଧାନ୍ତ ଉପରେ ଆଧାରିତ ଯେ, ଆମେ ସାମ୍ବାବାଲାର ଶୁଦ୍ଧାତ୍ମାକୁ ଦେଖୁଛୁ, ତେବେ ତା’ ପ୍ରତି ଯେଉଁ ଭାବ ଅଛି, ଖରାପ ଭାବ ଅଛି, ତାହା କମିଯିବ ନା ? । ଦାଦାଶ୍ରୀ : ଆମ ଖରାପ ଭାବ ନଷ୍ଟ ହେଇଯିବ । ଆମ ନିଜ ପାଇଁ ହିଁ ଅଟେ ଏ ସବୁ । ସାମ୍ବାବାଲା ସହ ନେବା-ଦେବା ନାହିଁ । ସାମ୍ବାବାଲାର ଶୁଦ୍ଧିମ୍ବା ଦେବାର ହେତୁ କେବଳ ଏତିକି ଯେ ଆମେ ଶୁଦ୍ଧ ଦଶାରେ, ଜାଗୃତ ଦଶାରେ ଅଛି । | ପ୍ରଶ୍ନକର୍ତ୍ତା : ତେବେ ତା’କୁ ଆମ ପ୍ରତି ଯେଉଁ ଖରାପ ଭାବ ଥିବ, ତାହା କମ ହୋଇଯିବ ନା ?
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy