SearchBrowseAboutContactDonate
Page Preview
Page 85
Loading...
Download File
Download File
Page Text
________________ ପ୍ରତିକ୍ରମଣ ୭୩ କେବଳ ଏତିକି ଦେଖୁବାର ଅଛି ଯେ ଆମର ଭାବ କ’ଣ ଅଛି ? ଆମକୁ ଅନ୍ୟ କିଛି ଦେବାର ନାହିଁ । ତୁମର ଇଚ୍ଛା ପ୍ରତିକ୍ରମଣ କରିବାର ଅଟେ ନା ? | ପ୍ରଶ୍ନକର୍ତ୍ତା : ହଁ, ପୁରାପୁରି । ଦାଦାଶ୍ରୀ : ଏହା ସତ୍ତ୍ୱେ ବି ଯଦି ପ୍ରତିକ୍ରମଣ ହୋଇ ନ ପାରୁଛି, ତେବେ ତାହା ପ୍ରକୃତି ଦୋଷ ଅଟେ । ପ୍ରକୃତି ଦୋଷରେ ତୁମେ ଦାୟୀ ନୁହଁ । କେବେକେବେ ପ୍ରକୃତି କୁହେ ବି ସତରେ ଏବଂ କେବେ ନ କହି ବି ପାରେ, ଏହା ତ ଢୋଲ ପରି ଅଟେ । ବାଜେ ତ ବାଜେ ନହେଲେ ନ ବାଜି ବି ପାରେ । ଏହାକୁ ଅନ୍ତରାୟ କୁହାଯାଏ ନାହିଁ । ପ୍ରଶ୍ନକର୍ତ୍ତା : ‘ସମଭାବ ରେ ନିକାଲ କରିବାର ଦୃଢ ନିଶ୍ଚୟ ହେବା ସତ୍ତ୍ବ ଝଗଡ଼ା ହୋଇଯାଏ, ଏପରି କାହିଁକି ? ଦାଦାଶ୍ରୀ : କେତେ ଜାଗାରେ ଏପରି ହେଉଛି ? ଶହେ ଜାଗାରେ ? ପ୍ରଶ୍ନକର୍ତ୍ତା : ଗୋଟିଏ ଜାଗାରେ ହିଁ ହେଉଛି । ଦାଦାଶ୍ରୀ : ତେବେ ତାହା ନିକାଚିତ୍ କର୍ମ ଅଟେ । ସେ ନିକାଚିତ୍ କର୍ମ ଧୋଇହେବ କିପରି ? ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ ଦ୍ଵାରା । ଏହା ଦ୍ଵାରା କର୍ମ ହାଲୁକା ହୋଇଯିବ । ତାହା ପରେ ଜ୍ଞାତା-ଦ୍ରଷ୍ଟା ରହିହେବ । ତାହା ପାଇଁ ତ ପ୍ରତିକ୍ରମଣ ନିରନ୍ତର କରିବାକୁ ପଡିବ । ଯେତିକି ‘ଫୋର୍ସ’ରେ ନିକାଚିତ୍ ହୋଇଥିବ, ସେତିକି ହିଁ ‘ଫୋର୍ସ’ ବାଲା ପ୍ରତିକ୍ରମଣ ଦ୍ବାରା ତାହା ଧୋଇ ହୋଇପାରିବ । | ପ୍ରଶ୍ନକର୍ତ୍ତା : ଯଦି ଆମେ ସ୍ଥିର କରିବୁ ଯେ ଭବିଷ୍ୟତରେ ଏପରି କରିବାର ହିଁ ନାହିଁ । ଏପରି ଭୁଲ ପୁଣି ଆଉ କରିବାର ହିଁ ନାହିଁ, ଏପରି ହଟ୍ରେଡ଼ ପରସେଣ୍ଟ ଭାବ ସହିତ ସ୍ଥିର କରିବୁ, ଏହା ସତ୍ତ୍ୱେ ମଧ୍ୟ ପୁଣି ସେହିପରି ଭୁଲ ହେବା ବା ନହେବା, ତାହା କ’ଣ ନିଜ ହାତରେ ଅଛି ? । ଦାଦାଶ୍ରୀ : ତାହା ତ ହୋଇପାରେ ପୁଣି । ଏପରି ଅଟେ, ତୁମେ ଏକ ବଲ୍ ଏଠାକୁ ଆଣିଲ ଏବଂ ମୋତେ ଦେଲ । ମୁଁ ଏଇଠୁ ଫୋପାଡ଼ିଲି । ମୁଁ ତ ଗୋଟିଏ ହିଁ କାର୍ଯ୍ୟ କଲି । ମୁଁ ତ ଥରେ ବଲ୍ ଫୋପାଡ଼ିଲି । ଏବେ ମୁଁ କହିବି ଯେ ମୋର ଇଚ୍ଛା ନାହିଁ, ତୁ ବନ୍ଦ ହୋଇ ଯା, ତେବେ ତାହା ବନ୍ଦ ହୋଇଯିବ ? ପ୍ରଶ୍ନକର୍ତ୍ତା : ହେବ ନାହିଁ । ଦାଦାଶ୍ରୀ : ତେବେ କ’ଣ ହେବ ?
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy