SearchBrowseAboutContactDonate
Page Preview
Page 75
Loading...
Download File
Download File
Page Text
________________ ପ୍ରତିକ୍ରମଣ ୬୩ | ପ୍ରଶ୍ନକର୍ତ୍ତା : ଏକ ଭୟ ଲାଗିଲା, ଏବେ ଆପଣ କହିଲେ ଯେ ସତୁରୀ ପ୍ରତିଶତ ମଣିଷ ପୁଣି ଚାରି ଗୋଡ଼ିଆରେ ଯିବେ, ତ ଏବେ ଆମର କିଛି ଆଶା ଅଛି ନା ନାହିଁ ? । ଦାଦାଶ୍ରୀ : ନା, ନା । ଆଶା ଆଉ ନାହିଁ, ଏଣୁ ଏବେ ସାବଧାନତା ରଖ କିଛି... । ପ୍ରଶ୍ନକର୍ତ୍ତା : ମହାମ୍ବାଙ୍କ କଥା କହୁଛି । ଦାଦାଶ୍ରୀ : ମହାମ୍ବା, ଯଦି ମୋ ଆଜ୍ଞାରେ ରହିବେ ତେବେ କେହି ତାଙ୍କର ନାଁ ଦେବାକୁ ନାହିଁ ଏ ଦୁନିଆରେ । । ସେଥପାଇଁ ଲୋକଙ୍କୁ କଣ କହୁଛି ଯେ ଏବେ ବି ସାବଧାନ ହୋଇପାରିବ ତେବେ ହୋଇଯାଅ । ଏବେ ବି କ୍ଷମା ମାଗିନେବ ତେବେ କ୍ଷମା ମାଗିବାର ରାସ୍ତା ଅଛି । । କେଉଁ ସମ୍ବନ୍ଧୀୟଙ୍କୁ ଆମେ ଏତେ ଲମ୍ବା ଚିଠି ଲେଖିଥିବା, ଏବଂ ଭିତରେ ଆମେ ବହୁତ ସାରା ଗାଳି ଲେଖିବା, ପୁରା ଚିଠି କେବଳ ଗାଳିରେ ହଁ ଭରିଥିବ, ଏବଂ ପୁଣି ତଳେ ଲେଖୁବା ଯେ ଆଜି ୱାଇଫ୍ ସହ ଝଗଡା ହୋଇଯାଇଛି, ସେଥିପାଇଁ ତୁମକୁ ଏପରି ଲେଖିଦେଲି କିନ୍ତୁ ମୋତେ କ୍ଷମା କରିଦେବ । ତେବେ ସବୁ ଗାଳି ଭୁଲିଯିବ ନା ନାହିଁ ? ଅର୍ଥାତ ପଢ଼ିବାବାଲା ସବୁ ଗାଳି ପଢ଼ିବ, ନିଜେ ଗାଳି ଦ୍ବୀକାର ବି କରିବ ଏବଂ କ୍ଷମା ମଧ୍ୟ କରିବ ! ଅର୍ଥାତ ଏପରି ଅଟେ ଏହି ଦୁନିଆ। ସେଥିପାଇଁ ତ ମୁଁ କହେ ଯେ କ୍ଷମା ମାଗିନେବ, ତୁମ ଇଷ୍ଟଦେବଙ୍କ ପାଖରେ ମାଗିନେବ । ଆଉ ନହେଲେ ମୋ ପାଖରେ ମାଗିନେବ । ମୁଁ ତୁମର କ୍ଷମା କରାଇ ଦେବି । କିନ୍ତୁ ବହୁତ ବିଚିତ୍ର କାଳ ଆସୁଅଛି ଏବଂ ସେଥିରେ ଚନ୍ଦୁଭାଇ ବି ନିଜର ମନମାନି କରୁଛନ୍ତି । ତାହାର ଅର୍ଥ ହିଁ ନାହିଁ ନା । ଦାୟିତ୍ବଭରା ଜୀବନ ! ଏଣୁ ସତୁରୀ ପ୍ରତିଶତ ତ ମୁଁ ଡରିଡରି କହୁଛି । ଏବେ ବି ସାବଧାନ ହେବାକୁ ଥିବ ତେବେ ହୋଇଯାଅ । ତୁମକୁ ଏହା ଅନ୍ତିମ ଭରସା ଦେଉଅଛି । ଭୟଙ୍କର ଦୁଃଖ ! ଏବେ ବି ପ୍ରତିକ୍ରମଣ ରୂପୀ ହତିୟାର ଦେଉଛି । ପ୍ରତିକ୍ରମଣ କରିବ ତେବେ ଏବେ ବି ବଞ୍ଚିବାର କିଛି ଆଶା ଅଛି ଏବଂ ମୋ ଆଜ୍ଞାରେ କରିବ ତେବେ ତୁମର ତୁରନ୍ତ କଲ୍ୟାଣ ହୋଇଯିବ । ପାପ ଭୋଗିବାକୁ ପଡ଼ିବ କିନ୍ତୁ ଏତେସାରା ନୁହେଁ । । ହଜାର ଲୋକଙ୍କ ଉପସ୍ଥିତିରେ କେହି କହେ ଯେ, “ଚନ୍ଦୁଭାଇଙ୍କର ଅକଲ
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy