SearchBrowseAboutContactDonate
Page Preview
Page 71
Loading...
Download File
Download File
Page Text
________________ ପ୍ରତିକ୍ରମଣ ଯଦି ବୈର ନଛାଡ଼େ, ତେବେ ପୁଣି ଥରେ ସେ ଆସନ୍ତା ଜନ୍ମରେ ଆସି ସେହି ରାଗଦ୍ବେଷର ହିସାବ ପୂରା କରିବ ? କାହିଁକିନା ସେ ତ ତା’ର ବୈର ଚାଲୁ ହିଁ ରଖୁଛି ନା ? ଦାଦାଶ୍ରୀ : ପ୍ରତିକ୍ରମଣ ଦ୍ଵାରା ତା’ ବୈର କମ ହୋଇଯିବ । ଥରକରେ ପିଆଜର ଏକ ପରସ୍ତ ଯିବ, ଦ୍ବିତୀୟ ପରସ୍ତ, ଯେତିକି ପରସ୍ତ ତା’ର ଥିବ, ସେତିକି ଯିବ । ବୁଝା ପଡ଼ିଲା ତୁମକୁ ? | ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରୁ, ସେହି ସମୟରେ ଯଦି ଅତିକ୍ରମଣ ହେବାକୁ ଲାଗେ ତେବେ କ’ଣ କରିବୁ ? । ଦାଦାଶ୍ରୀ : ପୁଣି ଅଳ୍ପ ସମୟ ପରେ କରିବ । ଆମେ ନିଆଁ ଲିଭାଇବା ପାଇଁ ଗଲେ ସେତେବେଳେ ପୁଣି ଗୋଟିଏ ଫଟାକା ଫୁଟିଲା, ତେବେ ଆମେ ପୁଣି ଯିବା । ପୁଣି ଅଳ୍ପ ସମୟ ପରେ ଲିଭାଇବା । ଏ ଫଟାକା ତ ଫୁଟି ଚାଲିବ । ଏହାର ନାମ ସଂସାର । । ସେ କିଛି ଓଲଟା କରେ, ଅପମାନ କରେ ତେବେ ମଧ୍ୟ ମୁଁ ରକ୍ଷଣ ଦିଏ । ଜଣେ ଭାଇ ମୋର ବିରୋଧ କରିବାକୁ ଲାଗିଥିଲେ । ମୁଁ ସମସ୍ତଙ୍କୁ କହିଲି, ଏକ ଅକ୍ଷର ବି ଓଲଟା ବିଚାର କରିବ ନାହିଁ । ଆଉ ଓଲଟା ବିଚାର ଆସେ ତେବେ ପ୍ରତିକ୍ରମଣ କରିବ । ସେ ଭଲ ମଣିଷ ଅଟେ କିନ୍ତୁ ସେ ଲୋକେ କାହା ଅଧୀନରେ ଅଛନ୍ତି ? କଷାୟ ଅଧୀନରେ ଅଛନ୍ତି । ସେମାନେ ଆତ୍ସା ଅଧୀନରେ ନାହାନ୍ତି । ଯିଏ ଆମ୍ବାର ଅଧୀନରେ ଥାଏ ସେ ଏପରି ସାମ୍ନାରେ କହିବ ନାହିଁ । ଅତଃ କଷାୟର ଅଧୀନ ହୋଇସାରିଥିବା ମନୁଷ୍ୟ କୌଣସି ବି ପ୍ରକାରର ଦୋଷ କରେ ତେବେ ସେ କ୍ଷମା ଯୋଗ୍ୟ ଅଟେ । ସେ ନିଜ ଅଧୀନରେ ହିଁ ନାହିଁ ବିଚରା ! ସେ କଷାୟ କରେ ସେହି ସମୟରେ ଆମକୁ ଡୋରି ଢିଲା ଛାଡ଼ି ଦେବା ଉଚିତ । ନହେଲେ ସେତେବେଳେ ସବୁ ଓଲଟା ହିଁ କରିଦେବ । କଷାୟର ଅଧୀନ ଅର୍ଥାତ ଉଦୟକର୍ମର ଅଧୀନ । ଯେପରି ଉଦୟ ହେବ ସେହିପରି ପୂରିବ । ୧୭. ବାରଣ, ଅଭିପ୍ରାୟର ‘ମୂଳ’ କାରଣ ପାଇଁ... ସାମ୍ଭାବ୍ୟକ୍ତି କେମିତି ବି, ଭଲ ଭାବ ଅଥବା ଖରାପ ଭାବ ନେଇ ତୁମ ପାଖକୁ ଆସିଥିବ, କିନ୍ତୁ ତା’ସହ କିପରି ବ୍ୟବହାର କରିବ ତାହା ତୁମକୁ ଦେଖୁବାର ଅଛି । ସାମ୍ବାବାଲାର ପ୍ରକୃତି ତେଢା ଥିବ ତେବେ ସେ ତେଢା ପ୍ରକୃତି ସହ ମୁଣ୍ଡଗରମ କରିବା ଉଚିତ ନୁହେଁ । ପ୍ରକୃତିରୁ ଯଦି ସେ ଚୋର ହୋଇଥିବ, ଆମେ ଦଶବର୍ଷ ହେଲାଣି
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy