SearchBrowseAboutContactDonate
Page Preview
Page 68
Loading...
Download File
Download File
Page Text
________________ ପ୍ରତିକ୍ରମଣ ପ୍ରଶ୍ନକର୍ତ୍ତା : ଜଳିବ । । ଦାଦାଶ୍ରୀ : ସେ ବି ଜଳିବ ? ଅର୍ଥାତ କିଛି ବି ଛାଡ଼ିବ ନାହିଁ । ଅଜାଣତରେ କର ଅବା ଜାଣିଶୁଣି କର, କିଛି ଛାଡ଼ିବ ନାହିଁ । । ପ୍ରଶ୍ନକର୍ତ୍ତା : କେଉଁ ମହାତ୍ମାଙ୍କୁ ଜ୍ଞାନ ପରେ ରାତିରେ ମଶା କାମୁଡୁ ଥିବେ ଏବଂ ସେ ରାତିରେ ଉଠି ମାରିବାକୁ ଲାଗନ୍ତି, ତେବେ ତାହା କ’ଣ କୁହାଯିବ ? । ଦାଦାଶ୍ରୀ : ତାହା ଭାବ ବିଗିଡ଼ିଲା କୁହାଯିବ । ଜ୍ଞାନର ଜାଗୃତି କୁହାଯିବ ନାହିଁ । ପ୍ରଶ୍ନକର୍ତ୍ତା : ତାହା ହିଂସକ ଭାବ କୁହାଯିବ ? ଦାଦାଶ୍ରୀ : ହିଂସକଭାବ ତ କ’ଣ, କିନ୍ତୁ ଯେପରି ଥିଲା ସେପରି ହୋଇଗଲା । କିନ୍ତୁ ପରେ ପ୍ରତିକ୍ରମଣ କଲେ ଧୋଇଯିବ । ପ୍ରଶ୍ନକର୍ତ୍ତା : ପରଦିନ ପୁଣି ଯଦି ସେହିପରି କରେ ତେବେ ? ଦାଦାଶ୍ରୀ : ଆରେ, ଶହେଥିର କରେ ତେବେ ମଧ୍ୟ ପ୍ରତିକ୍ରମଣ ଦ୍ଵାରା ଧୋଇଯିବ । । ମାରି ଦେବାର ତ ଭାବିବ ବି ନାହିଁ । କୌଣସି ବି ଜୀବ ଯଦି ଠିକ ନ ଲାଗେ ତେବେ ତା’କୁ ବାହାରେ ଛାଡ଼ି ଆସିବ । ତୀର୍ଥଙ୍କର ‘ ମାର’ ଶବ୍ଦକୁ ହିଁ ବାହାର କରିଦେବା ପାଇଁ କହିଥିଲେ । ‘ ମାର’ ଶବ୍ଦର ଉଚ୍ଚାରଣ ବି କରିବ ନାହିଁ । ମାର’ ଜୋଖୁମବାଲା ଶବ୍ଦ ଅଟେ । ଏତେ ଅଧୁକ ଅହିଂସାବାଲା, ପରମାଣୁ ଏ ପର୍ଯ୍ୟନ୍ତ ଅହିଂସକ ହେବା ଉଚିତ । ପ୍ରଶ୍ନକର୍ତ୍ତା : ଭାବହିଂସା ଏବଂ ଦ୍ରବ୍ୟହିଂସାର ଫଳ ଏକ ପ୍ରକାରର ଆସେ ? ଦାଦାଶ୍ରୀ : ଭାବହିଂସାର ଫଟୋ ଅନ୍ୟ କେହି ଦେଖ୍ ପାରିବେ ନାହିଁ ଆଉ ଯେଉଁ ସିନେମା ପରି ଏ ଯେଉଁ ସିନେମା ଚାଲୁଛି ନା, ତାହା ଆମେ ଦେଖ୍ ପାରୁଛେ, ସେସବୁ ଦ୍ରବ୍ୟହିଂସା ଅଟେ । ଭାବହିଂସା ସୂକ୍ଷ୍ମରେ ରହେ ଏବଂ ଦ୍ରବ୍ୟହିଂସା ତ ଦେଖାଯାଏ । ପ୍ରତ୍ୟକ୍ଷ, ମନ-ବଚନ-କାୟା ଦ୍ବାରା ଯାହା ଜଗତରେ ଦେଖାଯାଏ, ତାହା ଦ୍ରବ୍ୟହିଂସା ଅଟେ । ତୁମେ କୁହ ଯେ ଜୀବମାନଙ୍କୁ ବଞ୍ଚାଇବା ଉଚିତ । ପରେ ବଞ୍ଚୁ କି ନବନ୍ଧୁ, ତାହାର ଦାୟୀ ତୁମେ ନୁହଁ ! ତୁମେ କୁହ ଯେ ଏହି ଜୀବମାନଙ୍କୁ ବଞ୍ଚାଇବା ଉଚିତ, ତୁମକୁ କେବଳ ଏତିକି ହିଁ କରିବାର ଅଛି । ପୁଣି ହିଂସା ହୋଇଗଲା, ତାହାର ଉତ୍ତରଦାୟୀ
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy