SearchBrowseAboutContactDonate
Page Preview
Page 56
Loading...
Download File
Download File
Page Text
________________ ପ୍ରତିକ୍ରମଣ ଦାଦାଶ୍ରୀ : ତାହା ତ ଆମକୁ ବୁଝିନେବା ଉଚିତ ଯେ ଆମ ରିଏକ୍ସନ ହିଁ ଆସିଛି ସବୁ! ଆମେ ତା’କୁ (ସାମ୍ନାବାଲାକୁ) ମାନ ଦେଇ ଡାକିବା ଏବଂ ତା ମୁହଁ ଫୁଲାହୁଆ ଦିଶେ ତେବେ ଆମକୁ ବୁଝିନେବା ଉଚିତ ଯେ ଏହା ଆମର ହିଁ ରିଏଲ୍ସନ ଅଟେ । ତେବେ କ’ଣ କରିବା ଉଚିତ ? ପ୍ରତିକ୍ରମଣ କରିବା । ଅନ୍ୟ କୌଣସି ଉପାୟ ନାହିଁ ଜଗତରେ । ସେତେବେଳେ ଏହି ଜଗତର ଲୋକେ କ’ଣ କରନ୍ତି ? ତା’ଉପରେ ପୁଣି ମୁହଁ ଫୁଲାନ୍ତି ! ଅର୍ଥାତ ଯେମିତି ଥିଲା ପୁଣି ସେମିତିକୁ ସେମିତି ହିଁ ଛିଡ଼ା କରିଲା । ଆମେ ଶୁଦ୍ଧାମ୍ ହେଲେ, ଏଣୁ ବୁଝାଇ-ସୁଝାଇ ନିଜ ଭୁଲ ସ୍ଵୀକାର କରି ମଧ୍ଯ ଛାଡ଼ି ଦେବା ଉଚିତ । ମୁଁ ତ ଜ୍ଞାନୀପୁରୁଷ ହେବା ସତ୍ତ୍ବେ ମଧ୍ଯ ସବୁ ଭୁଲ ସ୍ଵୀକାର କରି କେସ୍ ଖତମ କରିଦିଏ । ୪୪ ପ୍ରଶ୍ନକର୍ତ୍ତା : ଯେଉଁ ଇର୍ଷା ହୁଏ, ତାହା ନ ହେଉ ସେଥ‌ିପାଇଁ କ’ଣ କରିବୁ ? ଦାଦାଶ୍ରୀ : ତାହାର ଦୁଇଟି ଉପାୟ ଅଛି । ଇର୍ଷା ହୋଇଯିବା ପରେ ପଶ୍ଚାତାପ କରିବା ଉଚିତ । ଏବଂ ଦ୍ଵିତୀୟଟି, ଯେଉଁ ଇର୍ଷା ହୁଏ ସେ ଇର୍ଷା ତୁମେ କରନାହିଁ, ଇର୍ଷା ତ ପୂର୍ବଜନ୍ମର ପରମାଣୁ ଭରି ହୋଇରହିଛି, ତାହାକୁ ଯଦି ଏଵେପ୍ଟ ନ କରିବ, ସେଥୁରେ ତନ୍ମୟୀକାର ନ ହେବ ତେବେ ଇର୍ଷା ଉଡ଼ିଯିବ । ଇର୍ଷା ହେବାପରେ ପଶ୍ଚାତାପ କରିନେବ ତେବେ ଉତ୍ତମ । ପ୍ରଶ୍ନକର୍ତ୍ତା : ସାମ୍ନାବାଲା ଉପରେ ଶଙ୍କା କରିବାର ନାହିଁ, ତଥାପି ଶଙ୍କା ହୁଏ ତେବେ ତାହାକୁ କିପରି ଦୂର କରିବୁ ? ଦାଦାଶ୍ରୀ : ସେଠି ପୁଣି ତା’ର ଶୁଦ୍ଧାମାକୁ ସ୍ମରଣ କରି କ୍ଷମା ମାଗିବା ଉଚିତ । ତା’ର ପ୍ରତିକ୍ରମଣ କରିବା ଉଚିତ । ଏହା ତ ପୂର୍ବରୁ ଭୁଲ କରିଥିଲେ ସେଥ‌ିପାଇଁ ଶଙ୍କା ହେଉଛି । ଜଙ୍ଗଲରେ ଯିବାବେଳେ ଲୌକିକ ଜ୍ଞାନ ଆଧାରରେ ଯଦି ଏପରି ବିଚାର ଆସେ ଯେ ଲୁଟେରା ଆସିବେ ତେବେ ? ଅଥବା ବାଘ ଆସିଯିବ ତେବେ ? ଏପରି ବିଚାର ଯଦି ଆସେ ତେବେ ସେହି ସମୟରେ ପ୍ରତିକ୍ରମଣ କରିନେବ । ଶଙ୍କା ହେଲା ମାନେ ବିଗିଡ଼ିବ । ଶଙ୍କା ହେବାକୁ ଦେବନାହିଁ । କୌଣସି ବି ବ୍ୟକ୍ତି ଉପରେ ଶଙ୍କା ହୁଏ, ତେବେ ପ୍ରତିକ୍ରମଣ କରିବ । ଶଙ୍କା ହିଁ ଦୁଃଖଦାୟୀ ଅଟେ । ଶଙ୍କା ହେଲା ତେବେ ପ୍ରତିକ୍ରମଣ କରାଇ ନେବ। ଆଉ ଆମେ ତ ବ୍ରହ୍ମାଣ୍ଡର ମାଲିକ, ଆମକୁ ଶଙ୍କା କାହିଁକି ହେବା ଉଚିତ ? ! ମନୁଷ୍ୟ ଅଟନ୍ତି ଏଣୁ ଶଙ୍କା ତ ହେବ । କିନ୍ତୁ ଭୁଲ ହେଲା ତେବେ ନଗଦ ପ୍ରତିକ୍ରମଣ କରିନେବ ।
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy