SearchBrowseAboutContactDonate
Page Preview
Page 36
Loading...
Download File
Download File
Page Text
________________ ୨୪ ପ୍ରତିକ୍ରମଣ ହୋଇଛି, ସେଥିରେ ତୁମେ ଏପରି ସବୁ ଦୋଷ କାହିଁକି ମୁଣ୍ଡକୁ ନେଉଛି ? ତୁମେ କାହିଁକି ଦୋଷ କରୁଛି ?' ମୁଁ ତ ମୋ ଫଳ ଭୋଗୁଛି, କିନ୍ତୁ ତୁମେ ପୁଣି ଦୋଷ କରୁଛ ? ସେ କ’ଣ ନିଜେ ନିଜେ ବେଶ୍ୟା ବନିଛି ? ସଂଯୋଗ ବନେଇଛି । କୌଣସି ଜୀବକୁ ଖରାପ ବନିବାର ଇଛା ହିଁ ହୁଏ ନାହିଁ । ସବୁ ସଂଯୋଗ ହିଁ କରାନ୍ତି ଏବଂ ପରେ ତାହାର ଅଭ୍ୟାସ ପଡ଼ିଯାଏ । ଆରମ୍ଭ ତ ସଂଯୋଗ କରାନ୍ତି । ପ୍ରଶ୍ନକର୍ତ୍ତା : ଯେଉଁମାନଙ୍କୁ ଜ୍ଞାନ ନାହିଁ, କ’ଣ ସେମାନେ କେବଳ କିଛି ପ୍ରକାରର ହି ଦୋଷ ଦେଖୁପାରିବେ ? । ଦାଦାଶ୍ରୀ : ତାହା କେବଳ ଏତିକି । ଦୋଷର କ୍ଷମା ମାଗିବା ଶିଖ, ସଂକ୍ଷେପରେ ଏହିପରି କହିଦେବ । ଯେଉଁ ଦୋଷ ତୁମକୁ ଦିଶୁଛି, ସେହି ଦୋଷର କ୍ଷମା ମାଗିବ ଆଉ ସେ ଦୋଷ ଠିକ ଅଟେ, ଏପରି କେବେ ବି କହିବ ନାହିଁ ନହେଲେ ଡବଲ ହୋଇଯିବ । ଭୁଲ କରିବା ପରେ କ୍ଷମା ମାଗିନିଅ । | ପ୍ରଶ୍ନକର୍ତ୍ତା : ଯେଉଁମାନେ ଜ୍ଞାନ ନେଇନାହାନ୍ତି, ଯଦି ସେମାନଙ୍କୁ ନିଜ ଦୋଷ ଦିଶେ ତେବେ ସେମାନଙ୍କୁ କିଭଳି ପ୍ରତିକ୍ରମଣ କରିବା ଉଚିତ ? । ଦାଦାଶ୍ରୀ : ଜ୍ଞାନ ନେଇ ନଥିବେ, ତଥାପି ଏପରି କିଛି ଜାଗୃତ ଲୋକ ଥାଆନ୍ତି ଯେଉଁମାନେ ପ୍ରତିକ୍ରମଣକୁ ବୁଝନ୍ତି, ସେମାନେ ଏହା କରିବେ । ଅନ୍ୟ ଲୋକଙ୍କର କାମ ହିଁ ନୁହଁ ଏହା, କିନ୍ତୁ ଆମେ ପ୍ରତିକ୍ରମଣ ଶବ୍ଦର ଅର୍ଥ ତା’କୁ ପଶ୍ଚାତାପ କରିବା ପାଇଁ କହିବା ଉଚିତ । । ପ୍ରତିକ୍ରମଣ କରିବା ଦ୍ଵାରା କ’ଣ ହୁଏ ନା, ଆମ୍ବା ତା’ର ‘ରିଲେଟିଭ’ ଉପରେ ଚାପ ପକାଏ । କାହିଁକିନା, ଅତିକ୍ରମଣ ମାନେ କ’ଣ ହେଲା ଯେ ରିୟଲ ଉପରେ ଚାପ ପକାଏ। ଯେଉଁ କର୍ମ ଅତିକ୍ରମଣ ଅଟେ, ଏବଂ ଏବେ ସେଥିରେ ଇଷ୍ଟ ଆସିଗଲା ତେବେ ପୁଣି ତାହାର ଦାଗ ରହିଯାଏ । ଏଣୁ ଯେପର୍ଯ୍ୟନ୍ତ ତୁମେ ଭୁଲକୁ ଭୁଲ ନବୁଝିବ, ସେପର୍ଯ୍ୟନ୍ତ ଦୋଷ ଅଟେ । ସେଥିପାଇଁ ପ୍ରତିକ୍ରମଣ କରାଇବାର ଆବଶ୍ୟକତା ଅଛି । ପ୍ରଶ୍ନକର୍ତ୍ତା : ମୋ ଦ୍ଵାରା ଅତିକ୍ରମଣ ହୋଇଗଲା ଏବଂ ମୁଁ ତାହାର ପ୍ରତିକ୍ରମଣ କରିନେଲି, କିନ୍ତୁ ଯଦି ସାମ୍ବାବାଲା ମୋତେ କ୍ଷମା ନ କରେ ତେବେ ? । ଦାଦାଶ୍ରୀ : ସାମ୍ବାବାଲାର ଦେଖୁବାର ନାହିଁ । ତୁମକୁ କେହି କ୍ଷମା କରୁ ଅବା ନକରୁ, ତାହା ଦେଖବାର ଆବଶ୍ୟକତା ନାହିଁ । ତୁମ ଭିତରୁ ଏ ଅତିକ୍ରମଣ ସ୍ଵଭାବ
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy