SearchBrowseAboutContactDonate
Page Preview
Page 16
Loading...
Download File
Download File
Page Text
________________ ପ୍ରତିକ୍ରମଣ । ଓଲଟା ଚାଲିବା, ତାହାର ନାମ ଅତିକ୍ରମଣ ଏବଂ ଫେରିଆସିବା, ତାହାର ନାମ ପ୍ରତିକ୍ରମଣ । ଯେଉଁଠି ଝଗଡ଼ା ଅଛି, ସେଠି ପ୍ରତିକ୍ରମଣ ନାହିଁ ଏବଂ ଯେଉଁଠି ପ୍ରତିକ୍ରମଣ ଅଛି, ସେଠି ଝଗଡ଼ା ନାହିଁ । । ପୁଅକୁ ପିଟିବାର କୌଣସି ଅଧୁକାର ନାହିଁ, ବୁଝାଇବାର ଅଧୁକାର ଅଛି । ତଥାପି ଯଦି ପୁଅକୁ ପିଟିଦେଲେ ଏବଂ ପ୍ରତିକ୍ରମଣ କଲେ ନାହିଁ ତେବେ କର୍ମସବୁ ଲାସ୍ ଚାଲିବେ ନା ? ପ୍ରତିକ୍ରମଣ ତ ହେବା ଉଚିତ ନା ? | ‘ମୁଁ ଚନ୍ଦୁଭାଇ’, ଏହା ହିଁ ଅତିକ୍ରମଣ । ତଥାପି ବ୍ୟବହାରରେ ଏହାକୁ ଲେଟ୍ ଗୋ କରିବ । କିନ୍ତୁ କ’ଣ କାହାକୁ ଦୁଃଖ ହେଉଛି ତୁମଦ୍ୱାରା ? ହେଉନାହିଁ, ତେବେ ଅତିକ୍ରମଣ ହୋଇନାହିଁ । ସାରାଦିନରେ ନିଜଦ୍ଵାରା କାହାକୁ ଦୁଃଖ ହୋଇଯାଏ, ତେବେ ତାହା ଅତିକ୍ରମଣ ଅଟେ । ତାହାର ପ୍ରତିକ୍ରମଣ କର । ଏହା ବୀତରାଗମାନଙ୍କ ସାଇନ୍ସ ଅଟେ । ଅତିକ୍ରମଣ ଅଧୋଗତିରେ ନେଇଯିବ ଏବଂ ପ୍ରତିକ୍ରମଣ ଉଦ୍ଧଗତିରେ ନେଇଯିବ ଏବଂ ପୁରା ମୋକ୍ଷ ଯିବା ପର୍ଯ୍ୟନ୍ତ ପ୍ରତିକ୍ରମଣ ହିଁ ହେଳ୍ପ କରିବ । । ପ୍ରତିକ୍ରମଣ କାହାକୁ କରିବାକୁ ପଡ଼େ ନାହିଁ ? ତା’କୁ, ଯିଏ ଅତିକ୍ରମଣ କରିନାହିଁ । | ପ୍ରଶ୍ନକର୍ତ୍ତା : ବ୍ୟବହାର, ବ୍ୟାପାର ଏବଂ ଅନ୍ୟ ପ୍ରବୃତ୍ତରେ ଅନ୍ୟାୟ ହେଉଅଛି ଏପରି ଲାଗିବା ଯୋଗୁଁ ମନରେ ଯଦି ଗ୍ଳାନି ହୁଏ, ତାହାଦ୍ବାରା ଯଦି ବ୍ୟବହାର ବିଗିଡ଼ିବାକୁ ଲାଗେ ତେବେ ତାହାପାଇଁ କ’ଣ କରିବୁ ? ଆମଦ୍ଵାରା ଯଦି ଏପରି କିଛି ଅନ୍ୟାୟ ହେଉଥିବ ତେବେ ତାହାର ପ୍ରାୟଶ୍ଚିତ କ’ଣ ? । ଦାଦାଶ୍ରୀ : ପ୍ରାୟଶ୍ଚିତରେ ଆଲୋଚନା-ପ୍ରତିକ୍ରମଣ-ପ୍ରତ୍ୟାଖ୍ୟାନ ହେବା ଉଚିତ । ଯେଉଁଠି-ଯେଉଁଠି ଯାହା ସହିତ ବି ଅନ୍ୟାୟ କରିଥିବ, ସେଠି ଆଲୋଚନା ପ୍ରତିକ୍ରମଣ ହେବା ଉଚିତ ଏବଂ ଆଉ ପୁନର୍ବାର ଅନ୍ୟାୟ କରିବି ନାହିଁ ଏପରି ନିଶ୍ଚୟ କରିବା ଉଚିତ । ଯେଉଁ ଭଗବାନଙ୍କୁ ମାନୁଥିବ, କେଉଁ ଭଗବାନଙ୍କୁ ମାନୁଛି ? ପ୍ରଶ୍ନକର୍ତ୍ତା : ଶିବ ଭଗବାନଙ୍କୁ । ଦାଦାଶ୍ରୀ : ହଁ, ତେବେ ସେହି ଶିବ ଭଗବାନଙ୍କ ପାଖରେ, ସେଠି ପଶ୍ଚାତାପ କରିବା ଉଚିତ । ଆଲୋଚନା କରିବା ଉଚିତ ଯେ ମୋଦ୍ଵାରା ଏହି ଲୋକଙ୍କ ସହିତ ଏପରି ଭୁଲ ହୋଇଛି, ଏପରି ଏବେ ଆଉ କରିବି ନାହିଁ । ଆମକୁ ବାରମ୍ବାର ପଶ୍ଚାତାପ
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy