SearchBrowseAboutContactDonate
Page Preview
Page 14
Loading...
Download File
Download File
Page Text
________________ ପ୍ରତିକ୍ରମଣ ସତ୍ତ୍ୱେ ମଧ୍ୟ ପୁଣି ଯଦି ସେହିପରି ହୋଇଯାଏ ତେବେ ତାହାର ଚିନ୍ତା କରିବାର ନାହିଁ । ପୁଣି ପଶ୍ଚାତାପ କରିବା ଉଚିତ । ଏହା ପଛରେ କି ବିଜ୍ଞାନ ଅଛି, ତାହା ତୁମକୁ ବୁଝାପଡ଼େ ନାହିଁ ସେଥିପାଇଁ ତୁମକୁ ଏପରି ଲାଗେ ଯେ ପଶ୍ଚାତାପ କରିବା ଦ୍ଵାରା ଏହା ବନ୍ଦ ହେଉନାହିଁ । କାହିଁକି ବନ୍ଦ ହେଉନାହିଁ, ତାହା ବିଜ୍ଞାନ ଅଟେ । ଏଣୁ ତୁମକୁ ପଶ୍ଚାତାପ ହଁ କରିଚାଲିବାର ଅଛି । ଯିଏ ହୃଦୟର ସହିତ ପଶ୍ଚାତାପ କରେ ତା’ର ସବୁକର୍ମ ଧୋଇଯାଏ । କାହାକୁ ଖରାପ ଲାଗିଲା ଅର୍ଥାତ ତାହାର ପଶ୍ଚାତାପ ନିଶ୍ଚିତ କରିବା ଉଚିତ । | ପ୍ରଶ୍ନକର୍ତ୍ତା : ଏହି ଶରୀରର ଧର୍ମ ପାଳୁଅଛୁ ତେବେ କ’ଣ ତାହାର ପ୍ରାୟଶ୍ଚିତ କରିବାକୁ ପଡ଼ିବ ? । ଦାଦାଶ୍ରୀ : ଅବଶ୍ୟ ! ଯେପର୍ଯ୍ୟନ୍ତ ‘ ମୁଁ ଆମ୍ ଅଟେ? ଏପରି ଭାନ୍(ହୋସ୍,ଚେତନା) ହୋଇନାହିଁ, ସେପର୍ଯ୍ୟନ୍ତ ଯଦି ପ୍ରାୟଶ୍ଚିତ ନ ହେବ ତେବେ କର୍ମ ଅଧୁକ ବାନ୍ଧିହେବ । ପ୍ରାୟଶ୍ଚିତ କରିବାଦ୍ୱାରା କର୍ମର ଗଣ୍ଡି ହାଲୁକା ହୋଇଯାଏ । ନହେଲେ ସେ ପାପର ଫଳ ବହୁତ ଖରାପ ଆସେ । ମନୁଷ୍ୟଜନ୍ମ ବି ଚାଲିଯାଏ, ଆଉ ଯଦି ମନୁଷ୍ୟ ଜନ୍ମ ମିଳେ ତେବେ ତା’କୁ ସବୁ ପ୍ରକାରର ଅସୁବିଧା ଆସେ । ଖାଇବାର, ପିଇବାର, ମାନ-ସମ୍ମାନ ତ କେବେ ଦେଖାଦିଏ ହିଁ ନାହିଁ, ସର୍ବଦା ଅପମାନ । ସେଥିପାଇଁ ଏ ପ୍ରାୟଶ୍ଚିତ ଅବା ଅଲଗା ସବୁ କ୍ରିୟା କରିବାକୁ ପଡ଼େ । ଏହାକୁ ପରୋକ୍ଷ ଭକ୍ତି କୁହାଯାଏ । ଯେପର୍ଯ୍ୟନ୍ତ ଆମ୍ବିଜ୍ଞାନ ନ ହୋଇଛି, ସେପର୍ଯ୍ୟନ୍ତ ପରୋକ୍ଷ ଭକ୍ତି କରିବାର ଆବଶ୍ୟକତା ଅଛି । । ଏବେ ପଶ୍ଚାତାପ କାହା ପାଖରେ କରିବା ଉଚିତ ? କାହା ସାକ୍ଷୀରେ କରିବା ଉଚିତ ? ଯାହାଙ୍କୁ ତୁମେ ମାନୁଥିବ । କୃଷ୍ଣ ଭଗବାନଙ୍କୁ ମାନୁଛି ଅବା ଦାଦା ଭଗବାନଙ୍କୁ ମାନୁଛି, ଯାହାଙ୍କୁ ବି ମାନ, ତାଙ୍କ ସାକ୍ଷୀରେ କରିବା ଉଚିତ । ନହେଲେ ଉପାୟ । ନଥିବ, ଏପରି ତ ଏହି ଦୁନିଆରେ ହୁଏ ହିଁ ନାହିଁ । ପ୍ରଥମେ ଉପାୟ ଜନ୍ମ ନିଏ, ତା’ପରେ ରୋଗ ଉତ୍ପନ୍ନ ହୁଏ ।। । ଏ ସଂସାର ସୃଷ୍ଟି ହେଲା କିପରି ? ଅତିକ୍ରମଣରୁ । କ୍ରମଣରେ କିଛି ଅସୁବିଧା ନାହିଁ । ତୁମେ ହୋଟେଲରେ କୌଣସି ଜିନିଷ ମଗାଇ ଖାଇଲ ଏବଂ ଦୁଇଟି ପ୍ଲେଟ ତୁମ ହାତରୁ ଭାଙ୍ଗିଗଲା, ପରେ ତାହାର ପଇସା ଦେଇ ବାହାରକୁ ବାହାରିଲ, ତେବେ ତୁମେ ଅତିକ୍ରମଣ କଲ ନାହିଁ । ତେବେ ପୁଣି ତାହାର ପ୍ରତିକ୍ରମଣ କରିବାକୁ ପଡ଼ିବ ନାହିଁ । କିନ୍ତୁ ପ୍ଲେଟ ଭାଙ୍ଗ ଏବଂ ତୁମେ କୁହ ଯେ, ତୋ ଲୋକ ଭାଙ୍ଗିଛନ୍ତି, ତେବେ
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy