SearchBrowseAboutContactDonate
Page Preview
Page 86
Loading...
Download File
Download File
Page Text
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ୬୯ ଦାଦାଶ୍ରୀ : ଏ ତ ଗାଡ଼ି ଦଦରା ହୋଇଗଲାଣି, ଗାଡ଼ି ପୁରୁଣା ହୋଇ ଯାଇଥୁବ ତେବେ ସବୁଦିନ ଗରମ ହୋଇଯାଏ । ଯଦି ନୂଆ ଗାଡ଼ି ହୋଇଥବ ତେବେ ଗରମ ହୁଏ ନାହିଁ । ଏଣୁ ଗୁରୁଜନ ବିଚରାଙ୍କୁ କ’ଣ... (ବୟସ ହେବା କାରଣରୁ ନୂଆ ପିଢ଼ି ସହ ଏଡ଼ଜଷ୍ଟମେଣ୍ଟ ନେଇପାରନ୍ତି ନାହିଁ ଏବଂ ଘର୍ଷଣ ହୋଇଚାଲିଥାଏ ।) ଗାଡ଼ି ଗରମ ହୋଇଯାଏ ତେବେ କ’ଣ ଆମକୁ ଥଣ୍ଡା କରିବାକୁ ପଡ଼େ ନାହିଁ ? ବାହାରେ କାହା ସହିତ କିଛି ମଥା ଗରମ ହୋଇଯାଇଥବ, ରାସ୍ତାରେ ପୁଲିସବାଲା ସହିତ, ତେବେ ଚେହେରା ଇମୋଶନାଲ(ଭାବୁକ) ହୋଇଯାଏ, ସେତେବେଳେ ତୁମେ ଚେହେରା ଦେଖୁବ ତେବେ କ’ଣ କହିବ ? ‘ତୁମକୁ ଯେତେବେଳେ ଦେଖ ସେତେବେଳେ ଫାଲୁଆ ମୁହଁ, ଚିନ୍ତାଗ୍ରସ୍ତ ।’ ଏପରି କହିବା ଉଚିତ ନୁହେଁ । ଆମକୁ ବୁଝିନେବା ଉଚିତ ଯେ କୌଣସି ଅସୁବିଧାରେ ଅଛନ୍ତି । ଏଣୁ ପୁଣି ଆମେ ଏମିତି ହିଁ ଗାଡ଼ିକୁ ଥଣ୍ଡା କରିବା ପାଇଁ ଛିଡ଼ା କରାନ୍ତିନି କି ? ବୟୋଜ୍ୟେଷ୍ଠଙ୍କ ସେବା କରିବା ତ ସବୁଠୁ ବଡ଼ ଧର୍ମ ଅଟେ । ଯୁବଗୋଷ୍ଠୀର ଧର୍ମ କ’ଣ ? ତେବେ କହିବା, ବୟୋଜ୍ୟେଷ୍ଠଙ୍କ ସେବା କରିବା । ପୁରୁଣା ଗାଡ଼ିକୁ ଠେଲି ନେଇଯିବା ଆଉ ତେବେଯାଇ ଆମେ ଯେବେ ବୁଢ଼ା ହୋଇଯିବା, ସେତେବେଳେ ଆମକୁ ମଧ୍ୟ ଠେଲିବା ବାଲା ମିଳିବେ । ଏହା ତ ଦେଇକରି ନେବାର ଅଛି । ଆମେ ବୃଦ୍ଧଙ୍କର ସେବା କରିବା ତେବେ ଆମର ସେବା କରିବାବାଲା ଆସି ମିଳିବେ ଆଉ ଆମେ ବୃଦ୍ଧଙ୍କୁ ଧମକେଇ ବୁଲୁଥିବା ତେବେ ଆମକୁ ଧମକେଇବା ବାଲା ଆସି ମିଳିବେ । ପରେ ତୁମକୁ ଯାହା କରିବାକୁ ଥ‌ିବ, କରିବା ପାଇଁ ଛାଡ଼ ଅଛି । (୧୭) ପତ୍ନୀର ଚୟନ ଯେଉଁ ଯୋଜନା ହୋଇସାରିଛି, ସେଥ୍‌ରେ କୌଣସି ପରିବର୍ତ୍ତନ ହେବାର ନାହିଁ ! ଯେଉଁ ବିବାହ କରିବାର ଯୋଜନା ହୋଇଛି ଆଉ ଏବେ ଆମେ ସ୍ଥିର କରିବା ଯେ ମୋତେ ବିବାହ କରିବାର ନାହିଁ ତେବେ ତାହା ଅର୍ଥହୀନ କଥା ଅଟେ । ସେଥ‌ିରେ ତୁମର କିଛି ଚାଲିବ ନାହିଁ ଆଉ ବିବାହ ତ କରିବାକୁ ହିଁ ପଡ଼ିବ । ପ୍ରଶ୍ନକର୍ତ୍ତା : ଏହି ଜନ୍ମରେ ଆମେ ଯେଉଁ ଭାବନା କରିଥୁବୁ, ତାହା ଆସନ୍ତା ଜନ୍ମରେ ଫଳିବ ନା ? ଦାଦାଶ୍ରୀ : ହଁ, ଏହି ଜନ୍ମରେ ଭାବନା କରିବା ତେବେ ଆସନ୍ତା ଜନ୍ମରେ ଫଳେ । କିନ୍ତୁ ଏବେ ତ ସେଥୁରୁ ବଞ୍ଚି ପାରିବା ହିଁ ନାହିଁ! ବର୍ତ୍ତମାନ ସେଥ‌ିରେ କାହାର
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy