SearchBrowseAboutContactDonate
Page Preview
Page 83
Loading...
Download File
Download File
Page Text
________________ ୬୬ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପିଲାଙ୍କର ମାତା-ପିତାଙ୍କ ପ୍ରତି ବ୍ୟବହାର ( ଉତ୍ତରାଷ୍) (୧୬) ‘ଟିନେଜର୍ସ’(ଯୁବ ବୟସବାଲା)ଙ୍କ ସହ ‘ଦାଦାଶ୍ରୀ’ ପ୍ରଶ୍ନକର୍ତ୍ତା : ଆଦର୍ଶ ବିଦ୍ୟାର୍ଥୀର ଜୀବନରେ କେଉଁ-କେଉଁ ଲକ୍ଷଣର ଆବଶ୍ୟକତା ଅଛି ? ଦାଦାଶ୍ରୀ : ବିଦ୍ୟାର୍ଥୀକୁ ଘରର ଯେତେ ବ୍ୟକ୍ତି ଥିବେ, ସେ ସମସ୍ତଙ୍କୁ ଖୁସି ରଖୁବାର ଆବଶ୍ୟକତା ଅଛି ଆଉ ପୁଣି ସ୍କୁଲରେ ଯେଉଁମାନଙ୍କ ସାଥ୍‌ ଥିବ, ନିଜର ଯେଉଁ ଟିଚର ଥ‌ିବେ, ସେ ସମସ୍ତଙ୍କୁ ଖୁସି ରଖୁବାର ଆବଶ୍ୟକତା ଅଛି । ଆମେ ଯେଉଁଠିକୁ ଯିବା ସେଠାରେ ସମସ୍ତଙ୍କୁ ଖୁସି ରଖୁବା ଉଚିତ ଏବଂ ନିଜ ପଢ଼ାରେ ମଧ୍ୟ ଧ୍ୟାନ ଲଗାଇବା ଉଚିତ । ତୁମେ କେବେ ଜୀବଜନ୍ତୁ ମାରିଥିଲ ? ପ୍ରଶ୍ନକର୍ତ୍ତା : ହଁ । ଦାଦାଶ୍ରୀ : କେଉଁଠି ପାରିଥିଲ ? ପ୍ରଶ୍ନକର୍ତ୍ତା : ବଗିଚାରେ, ପଛ ଅଗଣାରେ । ଦାଦାଶ୍ରୀ : କେଉଁ ଜନ୍ତୁ ଥିଲା ? କକ୍ରୋଚ୍ ଇତ୍ୟାଦି ଥିଲେ ? ପ୍ରଶ୍ନକର୍ତ୍ତା : ସମସ୍ତଙ୍କୁ ମାରିଥିଲି । ଦାଦାଶ୍ରୀ : ମଣିଷ ଛୁଆକୁ ମାରି ପକାଉଛୁ କି ? ପ୍ରଶ୍ନକର୍ତ୍ତା : ନା । ଦାଦାଶ୍ରୀ : କାହାରି ଛୁଆକୁ ମାରନ୍ତି ନାହିଁ ? ଏ କାହାର ଛୁଆ ହୋଇଥବ ତେବେ ମାରି ପାରିବା ନାହିଁ ? ପ୍ରଶ୍ନକର୍ତ୍ତା : ନା । ଦାଦାଶ୍ରୀ : ଏପରି କାହିଁକି ? ଏବେ ତୁ ଯେଉଁ ଜୀବକୁ ମାରିଲୁ, ସେଭଳି ଗୋଟିଏ ତୁ ମୋତେ ତିଆରି କରି ଦେବୁ ? ଲକ୍ଷେ ଟଙ୍କା ପୁରସ୍କାର ଦେବି । ଯଦି କେହି ଗୋଟିଏ ଜୀବ ତିଆରି କରି ଦେବ ତେବେ ତା’କୁ ଲକ୍ଷେ ଟଙ୍କା ପୁରସ୍କାର ଦେବି । ତୁ କରିଦେବୁ ? ହେବ ନାହିଁ ?
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy